ଛତିଶଗଡ ସୁକମାରେ ଆତ୍ମସମର୍ପଣ କଲେ ୨୦ ମାଓବାଦୀ…

ମାଲକାନାଗିରି: ଛତିଶଗଡ ସୁକମାରେ ମାଓବାଦୀଙ୍କ ସମୂହ ଆତ୍ମସମର୍ପଣ। ଏସପିଙ୍କ ନିକଟରେ ଆତ୍ମସମର୍ପଣ କଲେ ୨୦ ମାଓବାଦୀ। ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ମଧ୍ୟରେ ୨ ହାର୍ଡକୋର ମାଓବାଦୀଙ୍କ ସହ ରହିଛନ୍ତି ୯ ମହିଳା ମାଓବାଦୀ। ସମସ୍ତଙ୍କ ମୁଣ୍ଡ ଉପରେ ୩୩ ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା ହୋଇଥିଲା। ଏମାନଙ୍କ ମଧ୍ୟରୁ ଅନେକ ମାଓବାଦୀ ଅନେକ ବଡ଼ ହିଂସାକାଣ୍ଡରେ ସାମିଲ ଥିଲେ। ଦୁଇ ଜଣ ମାଓ ନେତାଙ୍କ ମୁଣ୍ଡ ଉପରେ ଛତିଶଗଡ ସରକାର ୮ ଲକ୍ଷ ଲେଖାଏଁ ଟଙ୍କାର […]

ମାଲକାନାଗିରି: ଛତିଶଗଡ ସୁକମାରେ ମାଓବାଦୀଙ୍କ ସମୂହ ଆତ୍ମସମର୍ପଣ। ଏସପିଙ୍କ ନିକଟରେ ଆତ୍ମସମର୍ପଣ କଲେ ୨୦ ମାଓବାଦୀ। ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ମଧ୍ୟରେ ୨ ହାର୍ଡକୋର ମାଓବାଦୀଙ୍କ ସହ ରହିଛନ୍ତି ୯ ମହିଳା ମାଓବାଦୀ। ସମସ୍ତଙ୍କ ମୁଣ୍ଡ ଉପରେ ୩୩ ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା ହୋଇଥିଲା। ଏମାନଙ୍କ ମଧ୍ୟରୁ ଅନେକ ମାଓବାଦୀ ଅନେକ ବଡ଼ ହିଂସାକାଣ୍ଡରେ ସାମିଲ ଥିଲେ। ଦୁଇ ଜଣ ମାଓ ନେତାଙ୍କ ମୁଣ୍ଡ ଉପରେ ଛତିଶଗଡ ସରକାର ୮ ଲକ୍ଷ ଲେଖାଏଁ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ। ଛତିଶଗଡରେ ଏବେ ଅପରେସନ ମନସୁନ ଜୋରଦାର ଚାଲିଥିବା ବେଳେ ଭୟଭୀତ ମାଓ ସଂଗଠନ। ହିଂସାର ରାସ୍ତା ଛାଡି ସମାଜର ମୁଖ୍ୟ ସ୍ରୋତରେ ସାମିଲ୍ ହୋଇଛନ୍ତି ମାଓବାଦୀ। ସୁକୁମା ଏସପି କିରଣ ଚୌହାନଙ୍କ ନିକଟରେ ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କୁ ୨୫ ହଜାର ଟଙ୍କା ଲେଖାଏଁ ଚେକ୍ ପ୍ରଦାନ କରାଯାଇଛି। ପରବର୍ତ୍ତୀ ସମୟରେ ସରକାରଙ୍କ ନିୟମ ଅନୁସାରେ ସେମାନଙ୍କୁ ଥଇଥାନ କରାଯିବା ବୋଲି ସୁକୁମା ଏସପି କହିଛନ୍ତି।

About The Author: The Sakala