ମୁମ୍ବାଇ: ମହାରାଷ୍ଟ୍ର ବୁଲଧାନାରେ ଗତକାଲି ବିଳମ୍ବିତ ରାତିରେ ଅଭାବନୀୟ ଘଟଣା ଘଟିଛି । ବସ୍ରେ ନିଆଁ ଲାଗି ୨୬ ଜଣଙ୍କର ମୃତ୍ୟୁ ଘଟିଛି । ସମୃଦ୍ଧି ମହାମାର୍ଗ ଏକ୍ସପ୍ରେସଓ୍ବେରେ ବସ୍ରେ ହଠାତ ନିଆଁ ଲାଗିଥିଲା । ବସ୍ଟି ୩୩ ଜଣ ଯାତ୍ରୀଙ୍କୁ ନେଇ ନାଗପୁରରୁ ମୁମ୍ବାଇ ଅଭିମୁଖେ ଯାଉଥିଲା ବେଳେ ଘଟିଥିଲା ଦୁର୍ଘଟଣା । ବସର ଡ୍ରାଇଭର ସୁରକ୍ଷିତ ଥିବାବେଳେ , ହଠାତ୍ ବସର୍ ଟାୟାର ଫାଟିଯିବାରୁ ବସଟି ଭାରସାମ୍ୟ ହରାଇ ଓଲଟି ଯାଇଥିଲା। ବସ୍ଟି ଓଲଟି ପଡ଼ିଥିବା ବେଳେ ସଙ୍ଗେସଙ୍ଗେ ସେଥିରେ ନିଅଁ ଲାଗି ଲାଗିଯାଇଥିବା ସେ କହିଛନ୍ତି । ଦୁର୍ଘଟଣାରେ ୮ ଯାତ୍ରୀ ଗରୁତର ଆହତ ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ନିଆଁକୁ ଆୟତ୍ତ କରିଛି ଅଗ୍ନିଶମ ବାହିନୀ । ଏକ୍ସପ୍ରେସଓ୍ବେରେ ଯିବାଆସିବା ବାଧାପ୍ରାପ୍ତ ହୋଇଥିଲା ।