ବିବାହ ପାଇଁ ରାଜି ନ ହେବାରୁ ପ୍ରେମିକାକୁ ଛୁରୀ ଭୁସି ହତ୍ୟା କଲା ନୃଶଂସ ପ୍ରେମିକ !

ବେଙ୍ଗାଲୁରୁ: ବାହା ହେବାକୁ ପ୍ରେମିକା ମନା କରିବାରୁ ରାଗରେ ଛୁରି ଭୁସି ହତ୍ୟାକଲା ନୃଶଂସ ପ୍ରେମିକ। ବେଙ୍ଗାଲୁରୁରେ ଘଟିଛି ଏପରି ଏକ ଅଭାବନୀୟ ଘଟଣା। ଶନିବାର ସନ୍ଧ୍ୟାରେ ସହରର ସାଲିନି ଗ୍ରାଉଣ୍ଡ ଅଞ୍ଚଳରେ ଏହି ଘଟଣା ଘଟିଛି। ପ୍ରେମିକା ବିବାହ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିବାରୁ ପ୍ରେମିକ ତାଙ୍କୁ ଏକାଧିକ ବାର୍‌ ଛୁରୀ ଭୁସି ହତ୍ୟା କରିଥିବା ଅଭିଯୋଗ ହୋଇଛି। ୩୫ ବର୍ଷୀୟ ପ୍ରେମିକ ଘଟଣା ଘଟାଇବା ପରେ ପୁଲିସ୍‌ ଷ୍ଟେସନ୍‌କୁ ଯାଇ ନିଜ ଅପରାଧ ସ୍ବୀକାର କରିଛି […]

ବେଙ୍ଗାଲୁରୁ: ବାହା ହେବାକୁ ପ୍ରେମିକା ମନା କରିବାରୁ ରାଗରେ ଛୁରି ଭୁସି ହତ୍ୟାକଲା ନୃଶଂସ ପ୍ରେମିକ। ବେଙ୍ଗାଲୁରୁରେ ଘଟିଛି ଏପରି ଏକ ଅଭାବନୀୟ ଘଟଣା। ଶନିବାର ସନ୍ଧ୍ୟାରେ ସହରର ସାଲିନି ଗ୍ରାଉଣ୍ଡ ଅଞ୍ଚଳରେ ଏହି ଘଟଣା ଘଟିଛି। ପ୍ରେମିକା ବିବାହ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିବାରୁ ପ୍ରେମିକ ତାଙ୍କୁ ଏକାଧିକ ବାର୍‌ ଛୁରୀ ଭୁସି ହତ୍ୟା କରିଥିବା ଅଭିଯୋଗ ହୋଇଛି। ୩୫ ବର୍ଷୀୟ ପ୍ରେମିକ ଘଟଣା ଘଟାଇବା ପରେ ପୁଲିସ୍‌ ଷ୍ଟେସନ୍‌କୁ ଯାଇ ନିଜ ଅପରାଧ ସ୍ବୀକାର କରିଛି ।

ଅଭିଯୁକ୍ତ ଗିରିଶ ଏନଏଲ ଓରଫ ରେହାନ ଅହମ୍ମଦ ଗିରଫ ହୋଇଛି । ମୃତ ମହିଳା ହେଲେ ଜୟନଗର ଭି ବ୍ଲକର ୪୨ବର୍ଷୀୟ ଫରିହା ଖାତୁନ। ଫରିହା ବିବାହିତା ଓ ତାଙ୍କର ଦୁଇଟି ଝିଅ ମଧ୍ୟ ଅଛନ୍ତି। ଉଭୟ ଝିଅଙ୍କର ବୟସ ୨୧ ଓ ୧୬ବର୍ଷ। ଅଭିଯୁକ୍ତ ଗିରିଶ ବେଙ୍ଗାଲୁରୁର ଜୟନଗରର ବାସିନ୍ଦା ହୋଇଥିବା ବେଳେ ତାଙ୍କ ୪୨ ବର୍ଷୀୟା ପ୍ରେମିକା ପଶ୍ଚିମବଙ୍ଗର। ସେ ସହରର ଏକ ସ୍ପାରେ ନିଯୁକ୍ତ ଥିଲେ। ପୁଲିସର ସୂଚନାନୁସାରେ, ନିଜ ଭଉଣୀଙ୍କ ପାଇଁ ଉପଯୁକ୍ତ ବର ଖୋଜିବାରେ ଅସୁବିଧା ହେତୁ ଗିରିଶ ୨୦୧୧ ମସିହାରେ ଇସଲାମ ଧର୍ମ ଗ୍ରହଣ କରିଥିଲେ। ମାର୍ଚ ୨୯ ତାରିଖରେ ଗିରିଶଙ୍କ ଜନ୍ମଦିନ ପୂର୍ବରୁ ଫରିଦା ତାଙ୍କ ଝିଅମାନଙ୍କ ସହ ପଶ୍ଚିମବଙ୍ଗରୁ ବେଙ୍ଗାଲୁରୁ ଫେରିଥିଲେ।

ଫରିଦା ବେଙ୍ଗାଲୁରରୁ ଗିରିଶଙ୍କ ଜନ୍ମଦିନ ପାଳନ କରିବା ସହ ନିଜର ଏକ ଝିଅ ପାଇଁ କଲେଜ୍‌ ଖୋଜିବାକୁ ବି ଯାଇଥିଲେ। ଘଟଣା ଘଟିବା ଦିନ ଗିରିଶ ଫରିଦା ଓ ତାଙ୍କ ଝିଅମାନଙ୍କୁ କିଣାକିଣି କରାଇବା ସହ ମଧ୍ୟାହ୍ନ ଭୋଜନ କରାଇଥିଲେ। ପରେ ସେମାନେ ନିଜ ହୋଟେଲକୁ ଫେରିଥିଲେ। ସନ୍ଧ୍ୟାରେ, ସାଲିନି ଗ୍ରାଉଣ୍ଡରେ ଥିବାବେଳେ ଗିରିଶ ଫରିଦାଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ, କିନ୍ତୁ ସେ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ। ଏଥିରେ ରାଗିଯାଇ ଗିରିଶ ତାଙ୍କୁ ଏକାଧିକ ଥର ଛୁରୀରେ ଆକ୍ରମଣ କରି ହତ୍ୟା କରି ପରେ ଜୟନଗର ପୁଲିସ ଷ୍ଟେସନରେ ଆତ୍ମସମର୍ପଣ କରିଥିଲେ।

About The Author: The Sakala