ନୂଆଦିଲ୍ଲୀ: ଦୀର୍ଘ ୬ ମାସ ପରେ ଭକ୍ତଙ୍କ ପାଇଁ ଖୋଲିଲା କେଦାରନାଥ ଧାମ । ପାଲିଙ୍କି ଯାତ୍ରାରେ କେଦାରବାବାଙ୍କୁ ଅଣାଯିବା ପରେ ଆଜି ନୀତି ମୁତାବକ କେଦାରନାଥଙ୍କ ଦ୍ବାର ଫିଟିଛି। ଏହି ଅବସରରେ ସେନା ପକ୍ଷରୁ ବ୍ୟାଣ୍ଡ ପ୍ରଦର୍ଶନ ହୋଇଥିଲା। ଯାହା ଉପସ୍ଥିତ ଲୋକେ ମନୋଭରି ଉପଭୋଗ କରିଥିଲେ।
ଖବର ଅନୁଯାୟୀ, ପ୍ରବଳ ଥଣ୍ଡା କାରଣରୁ ଗତ ଅକ୍ଟୋବର ମାସରୁ ଶ୍ରଦ୍ଧାଳୁଙ୍କ ପାଇଁ ମନ୍ଦିର ବନ୍ଦ କରାଯାଇଥିଲା । ତେବେ ପଦଯାତ୍ରା ସହ ଶ୍ରଦ୍ଧାଳୁମାନେ ହେଲିକପ୍ଟରରେ ମଧ୍ୟ ଯାତ୍ରା କରିପାରିବେ । ଉତ୍ତରଖଣ୍ଡ ପର୍ଯ୍ୟଟନ ବିଭାଗ ପକ୍ଷରୁ ହେଲିକପ୍ଟର ଯୋଗେ କେଦାରନାଥଯାତ୍ରା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ଏଯାଏ କେଦାରନାଥଯାତ୍ରା ପାଇଁ ପ୍ରାୟ ୩ ଲକ୍ଷ ଲୋକ ବୁକିଂ କରିଥିବା ଜଣାପଡିଛି ।