କରୋନା ଆକ୍ରାନ୍ତ ହେ‌ଲେ ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫ

ମୁମ୍ବଇ : ବଲିଉଡ଼ରେ କରୋନା ଆତଙ୍କ। ଜଣଙ୍କ ପରେ ଜଣେ କରୋନାରେ ସଂକ୍ରମିତ ହେଉଥିବା ଖବର ଆସୁଛି। ଅଭିନେତା ଭିକ୍କି କୌଶଲ ଓ ଅଭିନେତ୍ରୀ ଭୂମି ପେଡନେକର କରୋନାରେ ଆକ୍ରାନ୍ତ ହୋଇଥିବା ଖବର ମଙ୍ଗଳବାର ସକାଳେ ଆସିଥିବା ବେଳେ ସନ୍ଧ୍ୟାରେ ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି। ଏନେଇ କ୍ୟାଟ୍ରିନା ଇନଷ୍ଟା ଜରିିଆରେ ନିଜ ପ୍ରଶଂସକଙ୍କୁ ଜଣାଇଛନ୍ତି। ସେ କରିଥିବା ଇନଷ୍ଟା ପୋଷ୍ଟରେ ଲେଖାଯାଇଛି ଯେ, ମୁଁ କରୋନା ଆକ୍ରାନ୍ତ ହୋଇଛି। ରିପୋର୍ଟ ପଜିଟିଭ […]

ମୁମ୍ବଇ : ବଲିଉଡ଼ରେ କରୋନା ଆତଙ୍କ। ଜଣଙ୍କ ପରେ ଜଣେ କରୋନାରେ ସଂକ୍ରମିତ ହେଉଥିବା ଖବର ଆସୁଛି। ଅଭିନେତା ଭିକ୍କି କୌଶଲ ଓ ଅଭିନେତ୍ରୀ ଭୂମି ପେଡନେକର କରୋନାରେ ଆକ୍ରାନ୍ତ ହୋଇଥିବା ଖବର ମଙ୍ଗଳବାର ସକାଳେ ଆସିଥିବା ବେଳେ ସନ୍ଧ୍ୟାରେ ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି। ଏନେଇ କ୍ୟାଟ୍ରିନା ଇନଷ୍ଟା ଜରିିଆରେ ନିଜ ପ୍ରଶଂସକଙ୍କୁ ଜଣାଇଛନ୍ତି।

ସେ କରିଥିବା ଇନଷ୍ଟା ପୋଷ୍ଟରେ ଲେଖାଯାଇଛି ଯେ, ମୁଁ କରୋନା ଆକ୍ରାନ୍ତ ହୋଇଛି। ରିପୋର୍ଟ ପଜିଟିଭ ଆସିବା ପରେ ତୁରନ୍ତ ମୁଁ ନିଜକୁ ଅଲଗା କରି ହୋମ୍ କ୍ଵାରେଣ୍ଟାଇନରେ ରହିଛି। ମୁଁ ମୋର ଡାକ୍ତରଙ୍କ ପରାମର୍ଶରେ ସମସ୍ତ ସୁରକ୍ଷା ପ୍ରୋଟୋକଲ୍ ଅନୁସରଣ କରୁଛି। ମୋ ସହିତ କିଛି ଦିନ ମଧ୍ୟରେ ସମ୍ପର୍କରେ ଆସିଥିଲେ ସେମାନେ ତୁରନ୍ତ ପରୀକ୍ଷା କରିବାକୁ ଅନୁରୋଧ। ଆପଣଙ୍କର ସମସ୍ତ ଭଲପାଇବା ଏବଂ ସମର୍ଥନ ପାଇଁ କୃତଜ୍ଞ। ଦୟାକରି ସୁରକ୍ଷିତ ରୁହନ୍ତୁ ଏବଂ ଯତ୍ନ ନିଅନ୍ତୁ। କ୍ୟାଟ୍ରିନାଙ୍କ ଏହି ପୋଷ୍ଟ ପରେ ତାଙ୍କ ପ୍ରଶଂସକମାନେ କମେଣ୍ଟ କରି ତାଙ୍କର ଆ‌ରୋଗ୍ୟ କାମନା କରିଛନ୍ତି।

ସୂଚନାଯୋଗ୍ୟ ଅକ୍ଷୟଙ୍କ ଅପକମିଂ ଫିଲ୍ମ ‘ରାମସେତୁ’ର ୪୫ ଜଣ କ୍ରୁ ମେମ୍ବର ମଧ୍ୟ କରୋନାରେ ସଂକ୍ରମିତ ହୋଇଛନ୍ତି। ଯାହାଫଳରେ ଫିଲ୍ମର ଶୁଟିଂକୁ ବନ୍ଦ କରିଦିଆଯାଇଛି। ଗତ ଶନିବାର ଖିଲାଡି ଷ୍ଟାର୍ ଅକ୍ଷୟ କୁମାର ଓ ଗୋବିନ୍ଦା କରୋନା ସଂକ୍ରମିତ ହୋଇଥିଲେ। ତେବେ ଏମାନଙ୍କ ପୂର୍ବରୁ କରୋନାର ଦ୍ୱିତୀୟ ଲହରୀରେ ରଣବୀର କପୁର,  ଆଲିଆ ଭଟ୍ଟ, ଆମୀର ଖାନ୍‌, ମିଲିନ୍ଦ ସୋମେନ, ଫାତିମା ସନା ଶେଖ, ବପ୍ପି ଲହରୀ, ତବୁ, ସଞ୍ଜୟଲୀଲା ଭଂଶାଲୀ, ପରେଶ ରାୱଲ, ଆର ମାଧବନ, ମନୋଜ ବାଜପାୟୀ, ସଚିନ ତେନ୍ଦୁଲକର, ନୀତୁ କପୁର, କାର୍ତ୍ତିକ ଆର୍ୟ୍ୟାନ, ଆଦିତ୍ୟ ନାରାୟଣ ଓ ତାଙ୍କ ପତ୍ନୀ ପ୍ରମୁଖ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି।

About The Author: The Sakala