କର୍ଣ୍ଣାଟକ ପୁଲିସ ଡିଜି ପ୍ରବୀଣ ସୁଦ୍ ହେଲେ ସିବିଆଇର ନୂଆ ନିର୍ଦ୍ଦେଶକ

ନୂଆଦିଲ୍ଲୀ: କର୍ଣ୍ଣାଟକର ପୁଲିସ ଡିଜି ପ୍ରବୀଣ ସୁଦ୍ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)ର ନୂଆ ନିର୍ଦ୍ଦେଶକ ହୋଇଛନ୍ତି । ସେ ଦୁଇ ବର୍ଷ ପାଇଁ ଏହି ପଦରେ ନିଯୁକ୍ତ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ତିନି ଜଣିଆ ଚୟନ କମିଟି ତାଙ୍କ ନାମ ଉପରେ ମୋହର ଲଗାଇଛି। ଏହି ତିନି ଜଣିଆ କମିଟିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଲୋକସଭାରେ ବିରୋଧୀ ଦଳ ନେତା ଅଧୀର ରଞ୍ଜନ ଚୌଧୁରୀ ଏବଂ ପ୍ରଧାନ ବିଚାରପତି ଜଷ୍ଟିସ […]

ନୂଆଦିଲ୍ଲୀ: କର୍ଣ୍ଣାଟକର ପୁଲିସ ଡିଜି ପ୍ରବୀଣ ସୁଦ୍ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)ର ନୂଆ ନିର୍ଦ୍ଦେଶକ ହୋଇଛନ୍ତି । ସେ ଦୁଇ ବର୍ଷ ପାଇଁ ଏହି ପଦରେ ନିଯୁକ୍ତ ହୋଇଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ତିନି ଜଣିଆ ଚୟନ କମିଟି ତାଙ୍କ ନାମ ଉପରେ ମୋହର ଲଗାଇଛି। ଏହି ତିନି ଜଣିଆ କମିଟିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଲୋକସଭାରେ ବିରୋଧୀ ଦଳ ନେତା ଅଧୀର ରଞ୍ଜନ ଚୌଧୁରୀ ଏବଂ ପ୍ରଧାନ ବିଚାରପତି ଜଷ୍ଟିସ ଡିଓ୍ବାଇ ଚନ୍ଦ୍ରଚୂଡ଼ ସଦସ୍ୟ ଅଛନ୍ତି ।

ସିବିଆଇ ନିର୍ଦ୍ଦେଶକ ଭାବେ ସୁବୋଧ କୁମାର ଜୈସୱାଲଙ୍କ ସ୍ଥାନ ନେବେ ପ୍ରବୀଣ ସୁଦ୍ । ଜୈସୱାଲଙ୍କ କାର୍ଯ୍ୟକାଳ ମେ ୨୫ରେ ଶେଷ ହେବ । ସିବିଆଇ ନିର୍ଦ୍ଦେଶକ ପଦ ପାଇଁ କର୍ଣ୍ଣାଟକ ମହାନିର୍ଦ୍ଦେଶକ ପ୍ରବୀଣ ସୁଦଙ୍କ ସମେତ ମଧ୍ୟପ୍ରଦେଶ ପୁଲିସ୍ ମହାନିର୍ଦ୍ଦେଶକ ସୁଧୀର କୁମାର ସକ୍ସେନା ଓ ଅଗ୍ନିଶମ ସେବା, ସିଭିଲ୍ ଡିଫେନ୍ସ ଏବଂ ହୋମ ଗାର୍ଡ ମହାନିର୍ଦ୍ଦେଶକ ତାଜ ହାସନଙ୍କ ନାମ ସର୍ଟଲିଷ୍ଟ କରାଯାଇଥିଲା ।

ପ୍ରବୀଣ ସୁଦ୍ ହେଉଛନ୍ତି ୧୯୮୬ ବ୍ୟାଚ୍ ଆଇପିଏସ୍ ଅଧିକାରୀ। ସେ ଜାନୁଆରୀ ୨୦୨୦ରେ କର୍ଣ୍ଣାଟକର ଡିଜିପି ହୋଇଥିଲେ। ଚଳିତ ବର୍ଷ ମାର୍ଚ୍ଚରେ କର୍ଣ୍ଣାଟକ କଂଗ୍ରେସ ନେତା ଡିକେ ଶିବକୁମାର ପ୍ରବୀଣ ସୁଦଙ୍କୁ ଅଯୋଗ୍ୟ ବୋଲି କହି ତାଙ୍କୁ ବିଜେପିର କୁକୁର ବୋଲି କହିଥିଲେ । ରାଜ୍ୟର ତତ୍କାଳୀନ ବିଜେପି ସରକାରର ଦୁର୍ନୀତିଗ୍ରସ୍ତ ମନ୍ତ୍ରୀ ମାନଙ୍କ ବିରୋଧରେ ସୁଦ୍ କାର୍ୟ୍ୟାନୁଷ୍ଠାନ ନେଉନାହାନ୍ତି ବୋଲି ଶିବକୁମାର ଅଭିଯୋଗ କରିଥିଲେ ।

About The Author: The Sakala