ଶିଖ୍ ବିରୋଧୀ ମନ୍ତବ୍ୟ ପାଇଁ କଙ୍ଗନାଙ୍କୁ ଦିଲ୍ଲୀ ବିଧାନସଭା ଶାନ୍ତି କମିଟିର ସମନ୍

ନୂଆଦିଲ୍ଲୀ: ଶିଖ୍ ସମ୍ପ୍ରଦାୟ ଉପରେ ଆପତ୍ତିଜନକ ମନ୍ତବ୍ୟ ପାଇଁ ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତଙ୍କୁ ଦିଲ୍ଲୀ ବିଧାନସଭାର ଶାନ୍ତି ଏବଂ ସଦଭାବ କମିଟି ସମନ ଜାରି କରିଛି । ତାଙ୍କୁ ଡିସେମ୍ବର ୬ ତାରିଖ ମଧ୍ୟାହ୍ନ ୧୨ଟାରେ କମିଟିରେ ହାଜର ହେବାକୁ କୁହାଯାଇଛି। ଆମ୍ ଆଦମୀ ପାର୍ଟିର ବିଧାୟକ ରାଘବ ଚଢା ଶାନ୍ତି ଏବଂ ସଦଭାବ କମିଟିର ଅଧ୍ୟକ୍ଷ ଅଛନ୍ତି । କଙ୍ଗନା ରଣୱତ କୃଷି ଆଇନ୍ ପ୍ରତ୍ୟାହାର ନେଇ ଘୋଷଣା ହେବା ପରେ ଆନ୍ଦୋଳନ କରୁଥିବା ଚାଷୀମାନଙ୍କ […]

ନୂଆଦିଲ୍ଲୀ: ଶିଖ୍ ସମ୍ପ୍ରଦାୟ ଉପରେ ଆପତ୍ତିଜନକ ମନ୍ତବ୍ୟ ପାଇଁ ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତଙ୍କୁ ଦିଲ୍ଲୀ ବିଧାନସଭାର ଶାନ୍ତି ଏବଂ ସଦଭାବ କମିଟି ସମନ ଜାରି କରିଛି । ତାଙ୍କୁ ଡିସେମ୍ବର ୬ ତାରିଖ ମଧ୍ୟାହ୍ନ ୧୨ଟାରେ କମିଟିରେ ହାଜର ହେବାକୁ କୁହାଯାଇଛି। ଆମ୍ ଆଦମୀ ପାର୍ଟିର ବିଧାୟକ ରାଘବ ଚଢା ଶାନ୍ତି ଏବଂ ସଦଭାବ କମିଟିର ଅଧ୍ୟକ୍ଷ ଅଛନ୍ତି ।

କଙ୍ଗନା ରଣୱତ କୃଷି ଆଇନ୍ ପ୍ରତ୍ୟାହାର ନେଇ ଘୋଷଣା ହେବା ପରେ ଆନ୍ଦୋଳନ କରୁଥିବା ଚାଷୀମାନଙ୍କ ତୁଳନା ଖଲିସ୍ତାନୀ ଆନ୍ଦୋଳନ ସହ କରିଥିଲେ । ଯାହା ପରେ ତାଙ୍କ ବିରୋଧରେ ଦେଶର ବିଭିନ୍ନ ଥାନାରେ ଏଫଆଇଆର୍ ଦାୟର ହୋଇଥିଲା । ଇନଷ୍ଟାଗ୍ରାମରେ ଶିଖ ସମ୍ପ୍ରଦାୟ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବାରୁ ଦିଲ୍ଲୀ ଶିଖ ଗୁରୁଦ୍ୱାର ପରିଚାଳନା କମିଟି ମଧ୍ୟ କଙ୍ଗନାଙ୍କ ବିରୋଧରେ ପୁଲିସରେ ଅଭିଯୋଗ କରିଥିଲା। ଏହାଛଡ଼ା କଙ୍ଗନାଙ୍କ ବିରୋଧରେ ଏହି ଅଭିଯୋଗ ମୁମ୍ବାଇ ମନ୍ଦିର ମାର୍ଗ ପୁଲିସ ଷ୍ଟେସନର ବି ଏକ ଏତଲା ରୁଜୁ କରାଯାଇଛି।

ସୂଚନାଯୋଗ୍ୟ କଙ୍ଗନା ନିଜର ଏହି ବିବାଦୀୟ ପୋଷ୍ଟରେ ଲେଖିଥିଲେ, ଖାଲିସ୍ତାନୀ ଆତଙ୍କବାଦୀ ହୁଏତ ଆଜି ସରକାରଙ୍କ ହାତ ମୋଡି ଦେଉଛନ୍ତି, କିନ୍ତୁ ସେହି ମହିଳା (ଇନ୍ଦିରା ଗାନ୍ଧୀ)ଙ୍କୁ ଭୁଲିବା ଉଛିତ୍ ନୁହେଁ, ଯିଏ ଦିନେ ତାଙ୍କୁ ଜୋତା ତଳେ ଚକଟି ଦେଇଥିଲେ । ଆଉ ଦେଶକୁ ଭାଙ୍ଗିବାକୁ ଦେଇନଥିଲେ । ତାଙ୍କର ମୃତ୍ୟୁର ବହୁ ବର୍ଷ ପରେ ବି ତାଙ୍କ ନାଁ ଶୁଣିଲେ କମ୍ପନ ସୃଷ୍ଟି ହୁଏ । ତାଙ୍କୁ ଠିକ୍ ସେମିତି ଗୁରୁ ଦରକାର ।

About The Author: The Sakala