ଜେଏନୟୁ କୁଳପତି ଜଗଦୀଶ କୁମାର ୟୁଜିସିର ଚେୟାରମ୍ୟାନ୍ ନିଯୁକ୍ତ

ନୂଆଦିଲ୍ଲୀ: ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ) କୁଳପତି ଏମ.ଜଗଦୀଶ କୁମାରଙ୍କୁ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ର ଚେୟାରମ୍ୟାନ୍ ଭାବରେ ନିଯୁକ୍ତ କରାଯାଇଛି।ଶୁକ୍ରବାର ଦିନ ଶିକ୍ଷା ମନ୍ତ୍ରଣାଳୟର ଅଧିକାରୀ ଏହି ସୂଚନା ଦେଇଛନ୍ତି। ପ୍ରଫେସର ଡିପି ସିଂହ ଙ୍କର ୬୫ ବର୍ଷ ବୟସ ହୋଇଥିବାରୁ ସେ ୟୁଜିସିର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବା ପରେ ଡିସେମ୍ବର ମାସରୁ ଏହି ପଦ ଖାଲି ରହିଥିଲା। ୨୦୧୮ରେ ଜିସି ସିଂହ ୟୁଜିସିର ଅଧ୍ୟକ୍ଷ କାର୍ଯ୍ୟଭାର ସମ୍ଭାଳି ଥିଲେ । ଅନ୍ୟପଟେ […]

ନୂଆଦିଲ୍ଲୀ: ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ) କୁଳପତି ଏମ.ଜଗଦୀଶ କୁମାରଙ୍କୁ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ର ଚେୟାରମ୍ୟାନ୍ ଭାବରେ ନିଯୁକ୍ତ କରାଯାଇଛି।ଶୁକ୍ରବାର ଦିନ ଶିକ୍ଷା ମନ୍ତ୍ରଣାଳୟର ଅଧିକାରୀ ଏହି ସୂଚନା ଦେଇଛନ୍ତି। ପ୍ରଫେସର ଡିପି ସିଂହ ଙ୍କର ୬୫ ବର୍ଷ ବୟସ ହୋଇଥିବାରୁ ସେ ୟୁଜିସିର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବା ପରେ ଡିସେମ୍ବର ମାସରୁ ଏହି ପଦ ଖାଲି ରହିଥିଲା। ୨୦୧୮ରେ ଜିସି ସିଂହ ୟୁଜିସିର ଅଧ୍ୟକ୍ଷ କାର୍ଯ୍ୟଭାର ସମ୍ଭାଳି ଥିଲେ ।

ଅନ୍ୟପଟେ ଶିକ୍ଷା ମନ୍ତ୍ରଣାଳୟ ଜେଏନୟୁ କୁଳପତି ଜଗଦୀଶ କୁମାର ୟୁଜିସିର ଚେୟାରମ୍ୟାନ୍ ନିଯୁକ୍ତ କରିଥିବା ବେଳେ ଜେଏନୟୁରେ କାହାକୁ କୁଳପତି କରାଯିବ ତାହା ନେଇ ଘୋଷଣା କରିନାହାନ୍ତି। ଜଗଦୀଶ କୁମାରଙ୍କୁ ଜାନୁଆରୀ ୨୦୧୬ରେ ଜେଏନୟୁର କୁଳପତି ଭାବେ ନିଯୁକ୍ତ କରାଯାଇଥିଲା । ସେ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ମାଡ୍ରାସରୁ ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂରେ ଏମ୍ଏସ୍ ଏବଂ ପିଏଚଡି ଡିଗ୍ରୀ ହାସଲ କରିଛନ୍ତି।

About The Author: The Sakala