ପୁଣି ନିରାଶ ହେଲେ ଲାଲୁ : ଜାମିନ ଆବେଦନ ଖାରଜ କଲେ ହାଇକୋର୍ଟ

ରାଞ୍ଚି : ପୁଣିଥରେ ନିରାଶ ହୋଇଛନ୍ତି ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ମୁଖ୍ୟ ଲାଲୁ ଯାଦବ। ଦୁମକା କୋଷାଗାର ଦୁର୍ନୀତି ମାମଲାରେ ଝାଡ଼ଖଣ୍ଡ ହାଇକୋର୍ଟ ତାଙ୍କର ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି । ବହୁ ଚର୍ଚ୍ଚିତ ଗୋଖାଦ୍ୟ ଦୁର୍ନୀତି ମାମଲାରେ ଲାଲୁ ଯାଦବଙ୍କୁ ପୂର୍ବରୁ ଜାମିନ ମିଳିସାରିଥିବା ବେଳେ ଦୁମକା କୋଷାଗାର ମାମଲାରେ ତାଙ୍କ ଜାମିନ ଅଟକି ରହିଛି । ଖରାପ ସ୍ବାସ୍ଥ୍ୟ ଏବଂ ଦଣ୍ଡ ବିଧାନର ଅଧାରୁ ଅଧିକ ସମୟ […]

ରାଞ୍ଚି : ପୁଣିଥରେ ନିରାଶ ହୋଇଛନ୍ତି ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ମୁଖ୍ୟ ଲାଲୁ ଯାଦବ। ଦୁମକା କୋଷାଗାର ଦୁର୍ନୀତି ମାମଲାରେ ଝାଡ଼ଖଣ୍ଡ ହାଇକୋର୍ଟ ତାଙ୍କର ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି । ବହୁ ଚର୍ଚ୍ଚିତ ଗୋଖାଦ୍ୟ ଦୁର୍ନୀତି ମାମଲାରେ ଲାଲୁ ଯାଦବଙ୍କୁ ପୂର୍ବରୁ ଜାମିନ ମିଳିସାରିଥିବା ବେଳେ ଦୁମକା କୋଷାଗାର ମାମଲାରେ ତାଙ୍କ ଜାମିନ ଅଟକି ରହିଛି ।

ଖରାପ ସ୍ବାସ୍ଥ୍ୟ ଏବଂ ଦଣ୍ଡ ବିଧାନର ଅଧାରୁ ଅଧିକ ସମୟ ଜେଲଦଣ୍ଡ କାଟିସାରିଥିବା ଦର୍ଶାଇ ତାଙ୍କ ଓକିଲ ଜାମିନ ଆବେଦନ କରିଥିଲେ । ତେବେ ଲାଲୁଙ୍କ ଏହି ଜାମିନ ଆବେଦନକୁ ସିବିଆଇ ବିରୋଧ କରିଛି। କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସି କହିଛି ଯେ ଲାଲୁ ଯାଦବ ଅଧା ଦଣ୍ଡ ଭୋଗି ନାହାଁନ୍ତି। ଧାର୍ୟ୍ୟ ଜେଲ ସମୟର ଅଧା ହେବାକୁ ଆଉ ପ୍ରାୟ ୨ ମାସ ବାକି ରହିଛି ବୋଲି ସିବିଆଇ ପକ୍ଷରୁ ଯୁକ୍ତି କରାଯାଇଥିଲା। ଶୁଣାଣି ସମୟରେ ଉଭୟ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ କୋର୍ଟ ଲାଲୁ ଯାଦବ ଏବଂ ସିବିଆଇକୁ ସମୁଦାୟ ହେପାଜତର ଯାଞ୍ଚ ହୋଇଥିବା କପି ଦାଖଲ କରିବାକୁ ନିର୍ଦ୍ଦେଶ ଦେବା ସହ ଲାଲୁଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଥିଲେ ।।

About The Author: The Sakala