ପାଟନା: ବିହାରରେ ନଭେମ୍ବର ୬ ତାରିଖ ଗୁରୁବାର ପ୍ରଥମ ପର୍ଯ୍ୟାୟ ମତଦାନ ହେଉଛି। ମତଦାନର ମାତ୍ର ଗୋଟିଏ ଦିନ ପୂର୍ବରୁ, ବିହାରରେ ପ୍ରଥମ ଥର ପାଇଁ ନିର୍ବାଚନ ମଇଦାନରେ ପ୍ରବେଶ କରିଥିବା ପ୍ରଶାନ୍ତ କିଶୋର(ପିକେ)ଙ୍କୁ ଏକ ବଡ଼ ଝଟ୍କା ଲାଗିଛି। ପ୍ରଶାନ୍ତ କିଶୋରଙ୍କ ଦଳ ଜନସୁରାଜ ମୁଙ୍ଗେର ଆସନରୁ ସଞ୍ଜୟ ସିଂହଙ୍କୁ ପ୍ରାର୍ଥୀ କରିଥିଲେ।
ପୂର୍ବରୁ ରଣନୀତିକାର ଭୂମିକା ଗ୍ରହଣ କରିଥିବା ପ୍ରଶାନ୍ତ କିଶୋର ପ୍ରଥମ ଥର ପାଇଁ ସିଧାସଳଖ ନିର୍ବାଚନରେ ଅଂଶଗ୍ରହଣ କରୁଛନ୍ତି। ଜନସୁରାଜ ପାର୍ଟି ଗଠନ କରି ପ୍ରଶାନ୍ତ କିଶୋର ବିହାରର ସମସ୍ତ ଆସନରେ ପ୍ରାର୍ଥୀ ଦେଇଛନ୍ତି। ଏହି ନିର୍ବାଚନରେ ଚାରି ଜଣ ପ୍ରାର୍ଥୀ ପ୍ରଶାନ୍ତ କିଶୋରଙ୍କ ଦଳ ଛାଡି ସାରିଛନ୍ତି। ମୁଙ୍ଗେରରେ ସଞ୍ଜୟ ସିଂହଙ୍କ ପୂର୍ବରୁ, ଦାନାପୁରରୁ ଅଖିଳେଶ କୁମାର ସିଂହ, ଗୋପାଳଗଞ୍ଜରୁ ଡକ୍ଟର ଚନ୍ଦ୍ରଚେଖର ସିଂହ ଏବଂ ବ୍ରହ୍ମପୁରରୁ ଡକ୍ଟର ସତ୍ୟପ୍ରକାଶ ସମସ୍ତେ ଦଳ ଛାଡି ସାରିଛନ୍ତି।