ବ୍ରିଟେନ ପ୍ରଧାନମନ୍ତ୍ରୀ ହେବା ପରେ ରୁଷି ସୁନକଙ୍କୁ ନେଇ କିଛି ଏପରି କହିଲେ ଶ୍ୱଶୁର ନାରାୟଣ ମୁର୍ତ୍ତି…

ନୂଆଦିଲ୍ଲୀ: ସବୁ ପ୍ରତୀକ୍ଷାର ଅନ୍ତ ଘଟି ଭାରତୀୟ ବଂଶୋଦଭବ ରୁଷି ସୁନକ ହୋଇଛନ୍ତି ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀ ।ଭାରତୀୟ ବଶୋଦ୍ଭବ ଋଷି ସୁନକ ବ୍ରିଟେନର ପ୍ରଧାନମନ୍ତ୍ରୀ ହେବା ପରେ ବ୍ରିଟେନ ସମେତ ଭାରତରେ ଉତ୍ସାହର ମାହୋଲ୍ ଦେଖାଦେଇଛି । ତେବେ ସୁନକ ପ୍ରଧାନମନ୍ତ୍ରୀ ହେବା ପରେ ଦେଶର ସବୁଠୁ ବଡ଼ ଟେକ୍ କମ୍ପାନୀ ଇନଫୋସିସର ସହ-ପ୍ରତିଷ୍ଠାତା ତଥା ସୁନକଙ୍କ ଶ୍ୱଶୁର ଏନ.ଆର ନାରାୟଣ ମୁର୍ତ୍ତି ପ୍ରଥମ ଥର ପାଇଁ ତାଙ୍କ ପ୍ରତିକ୍ରିୟା ଦେଇଛନ୍ତି । ନାରାୟଣ ମୂର୍ତ୍ତି […]

ନୂଆଦିଲ୍ଲୀ: ସବୁ ପ୍ରତୀକ୍ଷାର ଅନ୍ତ ଘଟି ଭାରତୀୟ ବଂଶୋଦଭବ ରୁଷି ସୁନକ ହୋଇଛନ୍ତି ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀ ।ଭାରତୀୟ ବଶୋଦ୍ଭବ ଋଷି ସୁନକ ବ୍ରିଟେନର ପ୍ରଧାନମନ୍ତ୍ରୀ ହେବା ପରେ ବ୍ରିଟେନ ସମେତ ଭାରତରେ ଉତ୍ସାହର ମାହୋଲ୍ ଦେଖାଦେଇଛି । ତେବେ ସୁନକ ପ୍ରଧାନମନ୍ତ୍ରୀ ହେବା ପରେ ଦେଶର ସବୁଠୁ ବଡ଼ ଟେକ୍ କମ୍ପାନୀ ଇନଫୋସିସର ସହ-ପ୍ରତିଷ୍ଠାତା ତଥା ସୁନକଙ୍କ ଶ୍ୱଶୁର ଏନ.ଆର ନାରାୟଣ ମୁର୍ତ୍ତି ପ୍ରଥମ ଥର ପାଇଁ ତାଙ୍କ ପ୍ରତିକ୍ରିୟା ଦେଇଛନ୍ତି । ନାରାୟଣ ମୂର୍ତ୍ତି କହିଛନ୍ତି, ଋଷିଙ୍କ ପାଇଁ ଆମେ ଗର୍ବିତ ଏବଂ ମୁଁ ତାଙ୍କ ସଫଳତା କାମନା କରୁଛି। ୟୁନାଇଟେଡ୍ କିଙ୍ଗଡମର ଲୋକଙ୍କ ପାଇଁ ସେ ସବୁଠୁ ଭଲ କାମ କରିବେ ବୋଲି ଆମର ବିଶ୍ୱାସ ରହିଛି ।

ଇନଫୋସିସର ସହ-ପ୍ରତିଷ୍ଠାତା ଏନ.ଆର ନାରାୟଣ ମୁର୍ତ୍ତିଙ୍କ ଝିଅ ଅକ୍ଷତାଙ୍କୁ ବିବାହ କରିଛନ୍ତି ଋଷି ସୁନିକ । କୁହାଯାଏ ଦୁଇ ଜଣଙ୍କ ସାକ୍ଷାତ ଷ୍ଟେନଫୋର୍ଡରେ ଏମବିଏ କୋର୍ସ କରୁଥିବା ବେଳେ ହୋଇଛି । ଏହି ବନ୍ଧୁତ୍ୱ ପରବର୍ତ୍ତୀ ସମୟରେ ବିବାହରେ ପରିଣତ ହୋଇଥିଲା । ଦୁହିଁଙ୍କର କୃଷ୍ଣା ଓ ଅନୁଷ୍କା ନାମକ ଦୁଇ ଝିଅ ରହିଛନ୍ତି ।

ରବିବାର କଞ୍ଜର୍ଭେଟିଭ୍ ପାର୍ଟିର ନୂଆ ନେତା ନିର୍ବାଚନରେ ୪୨ ବର୍ଷୀୟ ସୁନକ ବିଜୟୀ ହୋଇଥିଲେ । ସେ ପ୍ରଥମ ଭାରତୀୟ ବଂଶୋଦ୍ଭବ ଭାବେ ବ୍ରିଟେନର ପ୍ରଧାନମନ୍ତ୍ରୀ ହୋଇଛନ୍ତି । ପ୍ରଥମ ପ୍ରତିକ୍ରିୟାରେ ନାରାୟଣ ମୂର୍ତ୍ତି କହିଛନ୍ତି, “ଋଷିଙ୍କୁ ଅଭିନନ୍ଦନ। ଆମେ ତାଙ୍କ ପାଇଁ ଗର୍ବିତ ଏବଂ ଆମେ ତାଙ୍କୁ ସଫଳତା କାମନା କରୁଛୁ।” ସେ କହିଛନ୍ତି ଯେ ବ୍ରିଟେନର ଲୋକଙ୍କ ପାଇଁ ସେ ଯଥାସାଧ୍ୟ ଶ୍ରେଷ୍ଠ ପ୍ରଦର୍ଶନ କରିବେ।

ଜଣେ ଫାର୍ମାସିଷ୍ଟ ମା ଏବଂ ଡାକ୍ତର ପିତାଙ୍କ ପୁଅ ଋଷି ସୁନକ ଇଂଲଣ୍ଡର ଅନ୍ୟତମ ପ୍ରସିଦ୍ଧ ସ୍କୁଲ ଓ୍ବିନଚେଷ୍ଟର ଏବଂ ପରେ ଅକ୍ସଫୋର୍ଡରେ ପାଠ ପଢିଥିଲେ । ଗ୍ରାଜୁଏସନ ପରେ ସେ ଗୋଲ୍ଡମ୍ୟାନ୍ ସାକ୍ସ ଗ୍ରୁପରେ ତିନି ବର୍ଷ କାମ କରିଥିଲେ । ପରେ ସୁନକ କାଲିଫର୍ନିଆର ଷ୍ଟାନଫୋର୍ଡରୁ ତାଙ୍କର ଏମବିଏ କରିଥିଲେ, ଯେଉଁଠାରେ ସେ ଇନଫୋସିସ୍ ସହ-ପ୍ରତିଷ୍ଠାତା ନାରାୟଣ ମୁର୍ତ୍ତୀଙ୍କ ଝିଅ ଅକ୍ଷତା ମୂର୍ତ୍ତିଙ୍କୁ ଭେଟିଥିଲେ। ସେ ୨୦୦୯ରେ ଅକ୍ଷତଙ୍କୁ ବିବାହ କରିଥିଲେ । ଏହି ଦମ୍ପତିଙ୍କର ଦୁଇ ଝିଅ କୃଷ୍ଣା ଏବଂ ଅନୁଷ୍କା ଅଛନ୍ତି। ଉଲ୍ଲେଖଯୋଗ୍ୟ ଯେ ବକିଙ୍ଗହମ୍ ପ୍ୟାଲେସରେ ରାଜା ଚାର୍ଲ୍ସ ତୃତୀୟଙ୍କୁ ଭେଟିବା ପରେ ଋଷି ସୁନାକ ୨୧୦ ବର୍ଷ ପରେ ସର୍ବକନିଷ୍ଠ ବ୍ରିଟିଶ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବେ । ଋଷି ସୁନକ ବ୍ରିଟେନର ସାଉଥମ୍ପଟନରେ ଏକ ଭାରତୀୟ ପରିବାରରେ ଜନ୍ମଗ୍ରହଣ କରିଥିଲେ |

About The Author: The Sakala