ଅଗ୍ନିବୀର ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କଲା ଭାରତୀୟ ସେନା, ଜାଣନ୍ତୁ କେବେ ଠୁ ଆରମ୍ଭ ହେବ ପଞ୍ଜିକରଣ

ନୂଆଦିଲ୍ଲୀ : ଭାରତୀୟ ପ୍ରତିରକ୍ଷା କ୍ଷେତ୍ରର ତିନି ପ୍ରମୁଖ ବିଭାଗ ସ୍ଥଳସେନା, ବାୟୁ ସେନା ଏବଂ ନୌସେନାରେ ୪ ବର୍ଷିଆ ନିଯୁକ୍ତି ଦେବାକୁ ନିକଟରେ କେନ୍ଦ୍ର ସରକାର ଘୋଷଣା କରିଥିବା ‘ଅଗ୍ନିପଥ’ ଯୋଜନାକୁ ନେଇ ଏବେ ସାରା ଦେଶରେ ନିଆଁ ଜଳୁଛି। ଏହି ଯୋଜନାକୁ ବିରୋଧ କରି ଯୁବବର୍ଗ ରାଜରାସ୍ତାକୁ ଓହ୍ଲାଇଥିଲା ବେଳେ ବିକ୍ଷୋଭ ଏବଂ ହିଂସା ଦ୍ବାରା କୋଟି କୋଟି ଟଙ୍କାର ସରକାରୀ ଏବଂ ବେସରକାରୀ ସମ୍ପତ୍ତି ନଷ୍ଟ ହୋଇଛି। ଗୋଟିଏ ପଟେ ଦେଶରେ ଅଗ୍ନିପଥ […]

ନୂଆଦିଲ୍ଲୀ : ଭାରତୀୟ ପ୍ରତିରକ୍ଷା କ୍ଷେତ୍ରର ତିନି ପ୍ରମୁଖ ବିଭାଗ ସ୍ଥଳସେନା, ବାୟୁ ସେନା ଏବଂ ନୌସେନାରେ ୪ ବର୍ଷିଆ ନିଯୁକ୍ତି ଦେବାକୁ ନିକଟରେ କେନ୍ଦ୍ର ସରକାର ଘୋଷଣା କରିଥିବା ‘ଅଗ୍ନିପଥ’ ଯୋଜନାକୁ ନେଇ ଏବେ ସାରା ଦେଶରେ ନିଆଁ ଜଳୁଛି। ଏହି ଯୋଜନାକୁ ବିରୋଧ କରି ଯୁବବର୍ଗ ରାଜରାସ୍ତାକୁ ଓହ୍ଲାଇଥିଲା ବେଳେ ବିକ୍ଷୋଭ ଏବଂ ହିଂସା ଦ୍ବାରା କୋଟି କୋଟି ଟଙ୍କାର ସରକାରୀ ଏବଂ ବେସରକାରୀ ସମ୍ପତ୍ତି ନଷ୍ଟ ହୋଇଛି। ଗୋଟିଏ ପଟେ ଦେଶରେ ଅଗ୍ନିପଥ ଯୋଜନାକୁ ବିରୋଧ କରି ପ୍ରଦର୍ଶନ ଜାରି ରହିଥିବା ବେଳେ ସ୍ଥଳସେନା ପକ୍ଷରୁ ଅଗ୍ନିବୀର ଯୋଜନା ନେଇ ସମ୍ପୂର୍ଣ୍ଣ ବିବରଣୀ ପ୍ରକାଶ କରାଯାଇଛି । ଏଥିରେ ଅଗ୍ନିବୀର ଭାବେ ଯୋଗ ଦେବାକୁ ଚାହୁଁଥିବା ଯୁବକମାନଙ୍କ ପାଇଁ ଶିକ୍ଷଗତ ଯୋଗ୍ୟତା ଓ ଶାରୀରିକ ସକ୍ଷମତା କଣ ରହିବ ତାହା ସ୍ପଷ୍ଟଭାବେ ଉଲ୍ଲେଖ କରାଯାଇଛି । JOININDIANARMY.NIC.IN ୱେବସାଇଟ ପରିଦର୍ଶନ କରି  ସେଥିରେ ସମ୍ପୂର୍ଣ୍ଣ ବିବରଣୀ ପଢିବା ସହ ପଞ୍ଜିକରଣ କରିପାରିବେ। ଆଗାମୀ ଜୁଲାଇ ୨୨ ତାରିଖରୁ ନିଯୁକ୍ତି ନେଇ ପଞ୍ଜିକରଣ ଆରମ୍ଭ କରାଯିବ ।


ଭାରତୀୟ ସ୍ଥଳସେନାର ବିଜ୍ଞପ୍ତି ମୁତାବକ ଅଗ୍ନିବୀର ଭାବେ ସାମିଲ ହେବାକୁ ଚାହୁଁଥିବା ଯୁବକମାନେ ସର୍ବନିମ୍ନ ୮ମ ରୁ ୧୦ ଶ୍ରେଣୀ ପାସ କରିଥିବା ଆବଶ୍ୟକ । ସେପଟେ ଅଗ୍ନିବୀରମାନେ ସ୍ଥଳସେନାର ୪ ଟି ବିଭାଗରେ ନିଯୁକ୍ତି ପାଇଁ ଆବେଦନ କରିପାରିବେ । ଜେନରାଲ ଡ୍ୟୁଟି, ଟେକ୍ନିକାଲ, କ୍ଲର୍କ ଓ ଟ୍ରେଡସମ୍ୟାନ ଭାବେ ୪ ଟି ବିଭାଗ ରଖା ଯାଇଛି ।ତେବେ ଏହି ଯୋଜନାରେ ୪ ବର୍ଷ ପାଇଁ ଅଗ୍ନିବୀରଙ୍କୁ ନିଯୁକ୍ତି ଦିଆଯିବ । ସେମାନଙ୍କୁ କୌଣସି ପ୍ରକାର ଗ୍ରାଚ୍ୟୁଟି କିମ୍ବା ପେନସନ୍ ମିଳିବ ନାହିଁ ।

ସର୍ଭିସରେ ୪ ବର୍ଷ ପୂରଣ ହେଲା ପରେ ପ୍ରତି ବ୍ୟାଚର ୨୫ ପ୍ରତିଶତ ଅଗ୍ନିବୀରଙ୍କୁ ଭାରତୀୟ ସେନାରେ ଭର୍ତ୍ତି କରାଯିବ । ଏହି ୨୫ ପ୍ରତିଶତ ଅଗ୍ନିବୀର ୨୫ ବର୍ଷ ଯାଏଁ ସେନାରେ ଚାକିରୀ କରିପାରିବେ ।ଆହୁରି ମଧ୍ୟ କୁହାଯାଉଛି ଯେ, ଅଗ୍ନିବୀରଙ୍କୁ ବର୍ଷକୁ ମୋଟ୍ ୩୦ଟି ଛୁଟି ମିଳିବ । ତେବେ ଅସୁସ୍ଥ ହେଲେ କେତେଦିନ ଛୁଟି ମିଳିବ ତାହା ଅସୁସ୍ଥତା ଉପରେ ନିର୍ଭର କରିବ ।

About The Author: The Sakala