ମେ ମାସରୁ ମିଳିବ ରୁଷ୍‌ ଟିକା ‘ସ୍ପୁଟନିକ୍ ଭି’

ନୂଆଦିଲ୍ଲୀ: ଆସନ୍ତା ମାସରୁ ଭାରତରେ ଉପଲବ୍ଧ ହେବ ରୁଷ୍‌ ପ୍ରସ୍ତୁତ କରୁଥିବା କରୋନା ଟିକା ‘ସ୍ପୁଟନିକ୍ ଭି’ । ଯାହା ଫଳରେ ମେ ମାସରୁ ଦେଶବାସୀଙ୍କୁ ମିଳିବ ରୁଷ୍‌ ଟିକା। ଏନେଇ ଋଷ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସୂଚନା ଅନୁଯାୟୀ ରୁଷ୍‌ ଟିକା କରୋନା ଭୂତାଣୁକୁ ମାତ୍‌ ଦେବାରେ ୯୧ ଦଶମିକ ୬ ପ୍ରତିଶତ ପ୍ରଭାବଶାଳୀ ବୋଲି କ୍ଲିନିକାଲ ଟ୍ରାଏଲରୁ ଜଣାପଡ଼ିଛି । ଆସନ୍ତା ମେ ୧ […]

ନୂଆଦିଲ୍ଲୀ: ଆସନ୍ତା ମାସରୁ ଭାରତରେ ଉପଲବ୍ଧ ହେବ ରୁଷ୍‌ ପ୍ରସ୍ତୁତ କରୁଥିବା କରୋନା ଟିକା ‘ସ୍ପୁଟନିକ୍ ଭି’ । ଯାହା ଫଳରେ ମେ ମାସରୁ ଦେଶବାସୀଙ୍କୁ ମିଳିବ ରୁଷ୍‌ ଟିକା। ଏନେଇ ଋଷ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ସୂଚନା ଅନୁଯାୟୀ ରୁଷ୍‌ ଟିକା କରୋନା ଭୂତାଣୁକୁ ମାତ୍‌ ଦେବାରେ ୯୧ ଦଶମିକ ୬ ପ୍ରତିଶତ ପ୍ରଭାବଶାଳୀ ବୋଲି କ୍ଲିନିକାଲ ଟ୍ରାଏଲରୁ ଜଣାପଡ଼ିଛି । ଆସନ୍ତା ମେ ୧ ତାରିଖରୁ ସାରା ଦେଶରେ ଆରମ୍ଭ ହେଉଛି ତୃତୀୟ ପର୍ଯ୍ୟାୟ ଟିକାକରଣ । ଏହି ପ୍ରକିୟାକୁ ତ୍ୱରାନ୍ୱିତ କରିବା ଲାଗି ରୁଷ୍‌ ଟିକାକୁ ଜରୁରିକାଳୀନ ବ୍ୟବହାର ଅନୁମତି ଦିଆଯାଇଛି।

ଏହି ପର୍ଯ୍ୟାୟରେ ୧୮ରୁ ୪୫ ବର୍ଷ ବୟୟସ୍କଙ୍କୁ ଟିକା ଦିଆଯିବ। କରୋନା ବ୍ରିଟେନ୍ ଷ୍ଟ୍ରେନ୍ ବିରୋଧରେ ମଧ୍ୟ ସ୍ପୁଟନିକ୍ ଭି ପ୍ରଭାବଶାଳୀ ସାବ୍ୟସ୍ତ ହୋଇଥିବା ନିର୍ମାଣକାରୀ ଫାର୍ମା କମ୍ପାନୀ ପକ୍ଷରୁ କୁହାଯାଇଛି। ତେବେ ଭାରତରେ ଏହା କେତେ ଦାମରେ ଉପଲବ୍ଧ ହେବ, ସେ ନେଇ କୌଣସି ସୂଚନା ଦିଆଯାଇନାହିଁ । ପ୍ରାୟ ୭୫୦ ଟଙ୍କା ପ୍ରତି ଡୋଜ୍ ହିସବରେ ମିଳିବ ବୋଲି ବିଶେଷ ସୂତ୍ରରୁ ପ୍ରକାଶ ।

About The Author: The Sakala