‘ସୀମା ପାର୍ ଆତଙ୍କବାଦ ବନ୍ଦ କର, ଶୀଘ୍ର POK ଛାଡ’; ମିଳିତ ଜାତିସଂଘରେ ପାକିସ୍ତାନକୁ କଡ଼ା ଜବାବ ଦେଲା ଭାରତ

ନୂଆଦିଲ୍ଲୀ: ମିଳିତ ଜାତିସଂଘରେ ପାକିସ୍ତାନକୁ କଡ଼ା ଜବାବ ଦେଲା ଭାରତ । ସୀମାପାରି ଆତଙ୍କବାଦ ବନ୍ଦ କର, ନିଜ ଦେଶରେ ଥିବା ଆତଙ୍କବାଦ ଭିତ୍ତିଭୂମି ହଟାଅ ଓ ବେଆଇ ଭାବେ ଦଖଲ କରିଥିବା ଭାରତୀୟ ଅଞ୍ଚଳ ଖାଲି କର ବୋଲି ଶୁକ୍ରବାର ଦିନ ଜାତିସଂଘରେ ଭାରତ ପାକିସ୍ତାନକୁ କଡ଼ା ଭାଷାରେ କହିଛି । ଜାତିସଂଘ ସାଧାରଣ ଆସେମ୍ବ୍ଳିର ୭୮ତମ ଅଧିବେଶନରେ ଯୋଗଦେଇ ପାକିସ୍ତାନର ଅନ୍ତରୀଣ ପ୍ରଧାନମନ୍ତ୍ରୀ ଅନଓ୍ବର ଉଲ ହକ କକ୍କର କାଶ୍ମୀର ପ୍ରସଙ୍ଗ ଉଠାଇବା ପରେ […]

ନୂଆଦିଲ୍ଲୀ: ମିଳିତ ଜାତିସଂଘରେ ପାକିସ୍ତାନକୁ କଡ଼ା ଜବାବ ଦେଲା ଭାରତ । ସୀମାପାରି ଆତଙ୍କବାଦ ବନ୍ଦ କର, ନିଜ ଦେଶରେ ଥିବା ଆତଙ୍କବାଦ ଭିତ୍ତିଭୂମି ହଟାଅ ଓ ବେଆଇ ଭାବେ ଦଖଲ କରିଥିବା ଭାରତୀୟ ଅଞ୍ଚଳ ଖାଲି କର ବୋଲି ଶୁକ୍ରବାର ଦିନ ଜାତିସଂଘରେ ଭାରତ ପାକିସ୍ତାନକୁ କଡ଼ା ଭାଷାରେ କହିଛି । ଜାତିସଂଘ ସାଧାରଣ ଆସେମ୍ବ୍ଳିର ୭୮ତମ ଅଧିବେଶନରେ ଯୋଗଦେଇ ପାକିସ୍ତାନର ଅନ୍ତରୀଣ ପ୍ରଧାନମନ୍ତ୍ରୀ ଅନଓ୍ବର ଉଲ ହକ କକ୍କର କାଶ୍ମୀର ପ୍ରସଙ୍ଗ ଉଠାଇବା ପରେ ଏହାର କଡା ଜବାବ ରଖିଛି ଭାରତ ।

ପାକିସ୍ତାନ ଅନ୍ତର୍ଜାତିକ ଫୋରମର ଅପବ୍ୟବହାର କରିବା ସହ ନୂଆଦିଲ୍ଲୀ ବିରୋଧୀ ଆଭିମୁଖ୍ୟ ପ୍ରକାଶ କରୁଛି ବୋଲି କହିଛି ଭାରତ । ଜାମ୍ମୁ ଓ କାଶ୍ମୀର, ଲଦାଖ ଭାରତର ଏକ ଅବିଚ୍ଛେଦ ଅଙ୍ଗ ଏବଂ ଏହାକୁ ନେଇ ରାଜନୀତି କରିବା ଅନୁଚିତ ବୋଲି କହିଛନ୍ତି ଜାତିସଂଘରେ ଭାରତ ଫାଷ୍ଟ ସେକ୍ରେଟାରୀ ପେଟାଲ ଗେହଲଟ । ସେ କହିଛନ୍ତି- ଦକ୍ଷିଣ ଏସିଆରେ ଶାନ୍ତି ପ୍ରତିଷ୍ଠା କ୍ଷେତ୍ରର ପାକିସ୍ତାନର ଏହି ସବୁ କାର୍ଯ୍ୟକଳାପ ବନ୍ଦ ହେବାର ଆବଶ୍ୟକତା ରହିଛି । ତୁରନ୍ତ ପାକିସ୍ତାନ ନିଜର ଆତଙ୍କବାଦୀ କ୍ରିୟାକଳାପ ବନ୍ଦ କରୁ । ପାକ୍ ଅଧିକୃତ ଅଞ୍ଚଳ ତୁରନ୍ତ ଖାଲି କରୁ । ଆହୁରି ମଧ୍ୟ, 26/11 ମୁମ୍ବାଇ ଆକ୍ରମଣର ଦୋଷୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ପାକିସ୍ତାନ ଆତଙ୍କବାଦ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ଗେହଲଟ ।

About The Author: The Sakala