ଭୁବନେଶ୍ବର : ଭାରତରେ କରୋନା ଭାଇରସ ସାଂଘାତିକ ସ୍ଥିତି ସୃଷ୍ଟି କରିଛି। ପ୍ରଥମ ଲହର ଅପେକ୍ଷା କରୋନା ଦ୍ବିତୀୟ ଲହର ଦ୍ରୁତଗତିରେ ବ୍ୟାପିବାରେ ଲାଗିଛି। ଦେଶରେ ଦିନକୁ ଦିନ ରେକର୍ଡ କରିବାରେ ଲାଗିଛି ମହାମାରୀ । ଦିନକୁ ଦିନ ଅଧିକରୁ ଅଧିକ ସଂଖ୍ୟାରେ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଗୁରୁବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ରେକର୍ଡସଂଖ୍ୟକ ୧ ଲକ୍ଷ ୩୧ ହଜାର ୯୬୮ ନୂତନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ଏବଂ ଓ ୭୮୦ ମୃତ୍ୟୁ ରେକର୍ଡ କରାଯାଇଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି।
ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ୧ ଲକ୍ଷ ୩୧ ହଜାର ୯୬୮ ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୧,୩୦,୬୦, ୫୪୨ ରେ ପହଞ୍ଚିଛି। ଏଥି ସହିତ ଗତ ୨୪ ଘଣ୍ଟାରେ ହୋଇଥିବା ୭୮୦ ମୃତ୍ୟୁକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍-୧୯ଜନିତ ମୃତ୍ୟୁସଂଖ୍ୟା ୧,୬୭, ୬୪୨ରେ ପହଞ୍ଚିଛି।