ଜାତିସଂଘରେ ପୁଣି ପାକିସ୍ତାନ ଉପରେ ବର୍ଷିଲା ଭାରତ, ଲାଡେନର ଉଦାହରଣ ଦେଇ ଭାରତ ରଖିଲା କଡ଼ା ଜବାବ

ନୂଆଦିଲ୍ଲୀ: ଜାତିସଂଘ ସୁରକ୍ଷା ପରିଷଦରେ ପାକିସ୍ତାନ ପୁଣି କଶ୍ମୀର ପ୍ରସଙ୍ଗ ଉଠାଇବା ପରେ ଭାରତ ଏହାର କଡ଼ା ଜବାବ ଦେଇଛି। ଯେଉଁ ଦେଶ ଅଲ୍‌-କାଏଦା ଭଳି ଆତଙ୍କବାଦୀ ସଂଗଠନ ନେତା ଓସାମା ବିନ୍‌ ଲାଡେନ୍‌ ପରି ଆତଙ୍କବାଦୀକୁ ସୃଷ୍ଟି କରାଇପାରିଛି ସେ ଦେଶ ଜାତିସଂଘରେ କୌଣସି ପରାମର୍ଶ ଦେବାର ଯୋଗ୍ୟତା ରଖେ ନାହିଁ ବୋଲି ଭାରତ କହିଛି। ଏହି ପ୍ରସଙ୍ଗରେ ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର ପାକିସ୍ତାନକୁ ପରୋକ୍ଷରେ ଟାର୍ଗେଟ କରି କହିଛନ୍ତି ଯେ ,ଦୁନିଆ ଯାହାକୁ […]

ନୂଆଦିଲ୍ଲୀ: ଜାତିସଂଘ ସୁରକ୍ଷା ପରିଷଦରେ ପାକିସ୍ତାନ ପୁଣି କଶ୍ମୀର ପ୍ରସଙ୍ଗ ଉଠାଇବା ପରେ ଭାରତ ଏହାର କଡ଼ା ଜବାବ ଦେଇଛି। ଯେଉଁ ଦେଶ ଅଲ୍‌-କାଏଦା ଭଳି ଆତଙ୍କବାଦୀ ସଂଗଠନ ନେତା ଓସାମା ବିନ୍‌ ଲାଡେନ୍‌ ପରି ଆତଙ୍କବାଦୀକୁ ସୃଷ୍ଟି କରାଇପାରିଛି ସେ ଦେଶ ଜାତିସଂଘରେ କୌଣସି ପରାମର୍ଶ ଦେବାର ଯୋଗ୍ୟତା ରଖେ ନାହିଁ ବୋଲି ଭାରତ କହିଛି। ଏହି ପ୍ରସଙ୍ଗରେ ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର ପାକିସ୍ତାନକୁ ପରୋକ୍ଷରେ ଟାର୍ଗେଟ କରି କହିଛନ୍ତି ଯେ ,ଦୁନିଆ ଯାହାକୁ ଗ୍ରହଣ କରୁନାହିଁ ତାକୁ ଠିକ୍‌ ବୋଲି କହିବାର ପ୍ରଶ୍ନ ଉଠୁ ନାହିଁ। ୨୦୦୧ ଡିସେମ୍ବରରେ ଲସ୍କର-ଏ-ତୋଏବା ଓ ଜୈଶ୍‌-ଏ-ମହମ୍ମଦ ଆତଙ୍କବାଦୀ ସଂଗଠନର ଆତଙ୍କବାଦୀମାନେ ଭାରତୀୟ ସଂସଦରେ ଆକ୍ରମଣ କରିଥିଲେ। କିନ୍ତୁ ଏହିସବୁ ଆତଙ୍କବାଦୀ ସଂଗଠନ ବିରୋଧରେ କିଛି ବି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ବିଶେଷକରି ପାକ୍ ବୈଦେଶିକ ମନ୍ତ୍ରୀ ବିଲାୱଲ୍ ଭୁଟ୍ଟୋ ସଂସ୍କାରିତ ବହୁପକ୍ଷବାଦ ପ୍ରସଙ୍ଗ ଉପରେ ଆଲୋଚନା କରିବା ସମୟରେ କଶ୍ମୀର ପ୍ରସଙ୍ଗ ଉତ୍ଥାପନ କରିଥିଲେ। ଯାହାକୁ ନେଇ ଜୟଶଙ୍କର ଏଭଳି ମନ୍ତବ୍ୟ ରଖିଥିଲେ।

 

About The Author: The Sakala