‘ଇଣ୍ଡିଆ’ର ମହାମେଳି: ଆଜି ଲୋଗୋ ଉନ୍ମୋଚନ, ଆସନ ବଣ୍ଟା ଫର୍ମୂଲା

ମୁମ୍ବାଇ: ବିରୋଧୀ ମେଣ୍ଟ ‘ଇଣ୍ଡିଆ’ର ତୃତୀୟ ବୈଠକ ଗୁରୁବାର ମୁମ୍ବାଇ ଠାରେ ଆରମ୍ଭ ହୋଇଛି। ଏହି ବୈଠକରେ ୨୮ ବିରୋଧୀ ଦଳର ନେତା ଏକାଠି ହେବା ସହିତ ୨୦୨୪ ନିର୍ବାଚନରେ କେନ୍ଦ୍ରରୁ ବିଜେପି ସରକାରକୁ ଗାଦିଚ୍ୟୁତ କରିବା ନେଇ ରଣନୀତି ପ୍ରସ୍ତୁତି ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି। ଗତକାଲି ଆରଜେଡି, ପିଡିପି, ଏନସି ଏବଂ ଟିଏମସି ଭଳି କିଛି ଦଳର ନେତା ମୁମ୍ବାଇରେ ପହଞ୍ଚିଥିଲା ବେଳେ ଗୁରୁବାର କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ସମେତ ସୋନିଆ ଏବଂ […]

ମୁମ୍ବାଇ: ବିରୋଧୀ ମେଣ୍ଟ ‘ଇଣ୍ଡିଆ’ର ତୃତୀୟ ବୈଠକ ଗୁରୁବାର ମୁମ୍ବାଇ ଠାରେ ଆରମ୍ଭ ହୋଇଛି। ଏହି ବୈଠକରେ ୨୮ ବିରୋଧୀ ଦଳର ନେତା ଏକାଠି ହେବା ସହିତ ୨୦୨୪ ନିର୍ବାଚନରେ କେନ୍ଦ୍ରରୁ ବିଜେପି ସରକାରକୁ ଗାଦିଚ୍ୟୁତ କରିବା ନେଇ ରଣନୀତି ପ୍ରସ୍ତୁତି ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି। ଗତକାଲି ଆରଜେଡି, ପିଡିପି, ଏନସି ଏବଂ ଟିଏମସି ଭଳି କିଛି ଦଳର ନେତା ମୁମ୍ବାଇରେ ପହଞ୍ଚିଥିଲା ବେଳେ ଗୁରୁବାର କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ସମେତ ସୋନିଆ ଏବଂ ରାହୁଲ ଗାନ୍ଧୀ ପହଞ୍ଚିଥିଲେ। ରାହୁଲ ପରବର୍ତ୍ତୀ ସମୟରେ ଏକ ସାମ୍ବାଦିକ ସମ୍ମିଳନୀରେ ଆଦାନୀ ପ୍ରସଙ୍ଗ ଉଠାଇ ଦେଶର ଅର୍ଥକୁ କେନ୍ଦ୍ର ସରକାର କିଭଳି ବରବାଦ କରୁଛନ୍ତି ତାହା କହିଥିଲେ। ଏହି ପ୍ରସଙ୍ଗରେ ଯୁଗ୍ମ ସଂସଦୀୟ କମିଟି ଦ୍ବାରା ଯାଞ୍ଚ କରାଯାଇ ଦେଶବାସୀଙ୍କୁ ପ୍ରକୃତ ତଥ୍ୟ ଦିଆଯାଉ ବୋଲି ସେ ଦାବି କରିଥିଲେ। ସନ୍ଧ୍ୟାରେ ଶିବସେନା(ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେଙ୍କ ଦ୍ବାରା ରାତ୍ର ଭୋଜନରେ ସବୁ ନେତା ଯୋଗ ଦେଇଥିଲା ବେଳେ ଆସନ୍ତାକାଲି ବହୁ ଗୁରୁତ୍ବପୂର୍ଣ୍ଣ ଦିଗରେ ଏହି ମେଣ୍ଟ ନିଷ୍ପତ୍ତି ନେବ ବୋଲି କୁହାଯାଇଛି। ବିଶେଷକରି ‘ଇଣ୍ଡିଆ’ ମେଣ୍ଟର ପ୍ରତୀକ (ଲୋଗୋ) ଉନ୍ମୋଚନ କରାଯିବା ସହିତ ଆସନ ବଣ୍ଟନ ଏବଂ ମେଣ୍ଟ ପରିଚାଳନା ଲାଗି ଜଣେ ଆବାହକଙ୍କୁ ନିଯୁକ୍ତ କରିବା ଦିଗରେ ନିଷ୍ପତ୍ତି ହେବ ବୋଲି କୁହାଯାଇଛି।

About The Author: The Sakala