ଭାରତକୁ ମିଳିଲା ତୃତୀୟ ଟିକା : ଋଷ ଟିକା ‘ସ୍ଫୁଟନିକ-ଭି’ କୁ ଜରୁରୀ ବ୍ୟବହାର ପାଇଁ ଅନୁମତି

ନୂଆଦିଲ୍ଲୀ : ଭାରତକୁ ମିଳିଲା ତୃତୀୟ କରୋନା ଟିକା। ଦେଶରେ ସଂକ୍ରମଣ ପୁଣି ଉପର ମୁହାଁ ହୋଇଥିବା ବେଳେ ଏହାର ମୁକାବିଲା ପାଇଁ ଋଷର ସ୍ପୁଟନିକ-ଭି କରୋନା ଟିକାର ସୀମିତ ବ୍ୟବହାର ପାଇଁ ଭାରତ ଅନୁମତି ଦେଇଛି। ସୋମବାର ଏକ ଗୁରୁତ୍ଵପୂର୍ଣ୍ଣ ବୈଠକରେ ସବଜେକ୍ଟ ଏକ୍ସପର୍ଟ କମିଟି(ଏସଇସି)  ବିଶେଷଜ୍ଞ କମିଟି ଏହି ଟିକାର ଜରୁରୀ ବ୍ୟବହାର ପାଇଁ ଅନୁମତି ଦେଇଛି।  ତେବେ ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ (ଡିସିଜିଆଇ) ଏହାର ବ୍ୟବହାରକୁ ଅନୁମତି ଦେବା ପରେ […]

ନୂଆଦିଲ୍ଲୀ : ଭାରତକୁ ମିଳିଲା ତୃତୀୟ କରୋନା ଟିକା। ଦେଶରେ ସଂକ୍ରମଣ ପୁଣି ଉପର ମୁହାଁ ହୋଇଥିବା ବେଳେ ଏହାର ମୁକାବିଲା ପାଇଁ ଋଷର ସ୍ପୁଟନିକ-ଭି କରୋନା ଟିକାର ସୀମିତ ବ୍ୟବହାର ପାଇଁ ଭାରତ ଅନୁମତି ଦେଇଛି। ସୋମବାର ଏକ ଗୁରୁତ୍ଵପୂର୍ଣ୍ଣ ବୈଠକରେ ସବଜେକ୍ଟ ଏକ୍ସପର୍ଟ କମିଟି(ଏସଇସି)  ବିଶେଷଜ୍ଞ କମିଟି ଏହି ଟିକାର ଜରୁରୀ ବ୍ୟବହାର ପାଇଁ ଅନୁମତି ଦେଇଛି।  ତେବେ ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ (ଡିସିଜିଆଇ) ଏହାର ବ୍ୟବହାରକୁ ଅନୁମତି ଦେବା ପରେ ହିଁ ଏହାକୁ ଭାରତରେ ବ୍ୟବହାର କରାଯାଇ ପାରିବ। ଭାରତରେ ସ୍ପୁଟନିକ୍ ଭି ହାଇଦ୍ରାବାଦର ଡାକ୍ତର ରେଡ୍ଡୀ ଲ୍ୟାବ ସହ ମିଶି ପରୀକ୍ଷଣ କରିଥିଲା। ମୋଡର୍ଣ୍ଣା ଏବଂ ଫାଇଜର ପରେ ଏହି ଟିକା ୯୧.୬ ପ୍ରତିଶତ ପ୍ରଭାବଶାଳୀ ରହିଛି।

ଦେଶରେ କରୋନାର ଦ୍ୱିତୀୟ ଲହର ତା’ର କାୟା ବିସ୍ତାର କରିବାରେ ଲାଗିଛି । ଏହି ସମୟରେ କରୋନାରୁ ମୁକ୍ତି ପାଇବାକୁ ଟିକା ଏକମାତ୍ର ବିକଳ୍ପ ହୋଇଥିବା ବେଳେ କିଛିଦିନ ହେବ ଦେଶରେ ଟକା ସଂକଟ ଦେଖାଦେଇଥିଲା । ଏନେଇ କିଛି ରାଜ୍ୟରେ ଟିକାକରଣ କେନ୍ଦ୍ର ବି ବନ୍ଦ ହୋଇଯାଇଥିଲା । ହେଲେ ଏବେ ତୃତୀୟ କୋଭିଡ୍ ଟିକା ଭାବେ ଋଷ ଟିକା ସ୍ଫୁଟନିକ ଭି କୁ ଭାରତ ସରକାର ବ୍ୟବହାରିକ ମଞ୍ଜୁରି ପ୍ରଦାନ କରିବା ପରେ ଟିକା ସଙ୍କଟ ଦୂରହେବ ବୋଲି ଅନୁମାନ କରାଯାଉଛି। ସେରମ୍ ଇନଷ୍ଟିଚ୍ୟୁଟର କୋଭିସିଲ୍ଡ ଓ ଭାରତ ବାୟୋଟେକର କୋଭାକ୍ସିନ ପରେ ଏବେ ଭାରତରେ କରୋନା ମୁକାବିଲାରେ ସାହାଯ୍ୟ କରିବ ସ୍ପୁଟନିକ-ଭି କରୋନା ଟିକା।

About The Author: The Sakala