ମନୋରଞ୍ଜନ

ଏଆଇ (AI) ଦ୍ୱାରା ନିର୍ମିତ ନକଲି ଫଟୋ ଭାଇରାଲ୍ ହେବା ପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ 'କାନ୍ତାରା' ଅଭିନେତ୍ରୀ ରୁକ୍ମିଣୀ ବସନ୍ତ
ଖୁସି କପୁରଙ୍କ ସହ ବ୍ରେକଅପ୍ ପରେ ରାଜେଶ ଖାନ୍ନାଙ୍କ ନାତୁଣୀଙ୍କ ପ୍ରେମରେ ବେଦାଙ୍ଗ ରୈନା! ଥିଏଟର ବାହାରେ ଭିଡିଓ ଭାଇରାଲ
କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଅଘଟଣ: ମିସ୍ ଭେନେଜୁଏଲା ୨୦୨୫ ଆଣ୍ଡ୍ରିଆ ଡେଲ୍ ଭାଲ୍‌ଙ୍କୁ ସେଲିବ୍ରିଟି ଷ୍ଟାଇଲିଷ୍ଟଙ୍କ ଆକ୍ରମଣ, ରକ୍ତାକ୍ତ ଭିଡିଓ ଭାଇରାଲ
ପ୍ରସିଦ୍ଧ ଗାୟକଙ୍କୁ ବିବାହ କରିବେ କି କୋଟିପତି କାବ୍ୟା ମାରନ୍? ସ୍ପେନରେ ବାହାଘର ନେଇ ଜୋର ଧରିଛି ଚର୍ଚ୍ଚା
୬୬ ବର୍ଷ ବୟସରେ ସର୍ଟସ୍ ପିନ୍ଧି ଟ୍ରୋଲ୍ ହେଲେ ନୀନା ଗୁପ୍ତା, ହେଟର୍ସଙ୍କୁ ଦେଲେ କଡ଼ା ଜବାବ; ଜାଣନ୍ତୁ କେବେ ଆସିବ 'ପଞ୍ଚାୟତ ୫'?

ତଳମୁହାଁ ଆଇନଶୃଙ୍ଖଳା: ରାସ୍ତା ଉପରେ ଗାଈଗୋରୁକୁ ପିଟିବା ପରି କାଠ ଫାଳିଆରେ ଯୁବକଙ୍କୁ ନିସ୍ତୁକ ମାଡ଼...

Madhusudan Das Picture
Published On

ବ୍ରହ୍ମପୁର: ରାଜ୍ୟରେ ତଳମୁହାଁ ଆଇନଶୃଙ୍ଖଳା । କାହାକୁ ଡର ନାହିଁ କି ଭୟ ବି ନାହିଁ । ରାସ୍ତା ଉପରେ ଗାଈଗୋରୁକୁ ପିଟିବା ପରି କାଠ ଫାଳିଆରେ ଯୁବକଙ୍କୁ ଦେଉଛନ୍ତି ନିସ୍ତୁକ ମାଡ଼ । ଜଣେ ଯୁବତୀ ସମ୍ପୃକ୍ତ ଯୁବକଙ୍କୁ ରକ୍ଷା କରିବା ପାଇଁ ଉଦ୍ୟମ କରି ବି ବିଫଳ ହେଉଛନ୍ତି। ସ୍ଥାନୀୟ ଗିରି ରୋଡ଼ ଅଞ୍ଚଳର ଏହି ଘଟଣାର ଭିଡ଼ିଓ ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି। ଆଉ ପାହାରେ ଦୁଇ ପାହାର ବସିଥିଲେ ବା ଅଜାଗାରେ ମାଡ଼ଟିଏ ହୋଇଥିଲେ ବାଲିଅନ୍ତା ପରି ଆଉ ଗୋଟିଏ ଘଟଣାର ପୁନରାବୃତ୍ତି ହେବା ଏକପ୍ରକାର ନିଶ୍ଚିତ ଥିଲା। ବାଲିଅନ୍ତା ସୌମ୍ୟରଞ୍ଜନ ସ୍ୱାଇଁଙ୍କୁ ପିଟିପିଟି ହତ୍ୟା କରିବା ପରି  ବ୍ରହ୍ମପୁର ସହରରେ ଘଟିଥିବା ଏହି ଘଟଣା ରାଜ୍ୟର ତଳମୁହାଁ ଆଇନଶୃଙ୍ଖଳା ପରିସ୍ଥିତିକୁ ଦର୍ଶାଇଛି। ବିଡ଼ମ୍ବନା ହେଉଛି ପୁଲିସର ମଳିନ ଛବିକୁ ଚକମକ୍‌ କରିବା ପାଇଁ ‘ମିଶନ ଏନ୍‌କାଉଣ୍ଟର’କୁ ବି ଅପରାଧୀ ଖାତିର କରୁ ନ ଥିବା ପ୍ରମାଣିତ ହୋଇଛି । 

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ପୂର୍ତ୍ତ ବିଭାଗର ସହକାରୀ ଯନ୍ତ୍ରୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୬ଟି ସ୍ଥାନରେ ଚଢ଼ାଉ

ସ୍ଥାନୀୟ ଗିରିରୋଡ଼ ଅଞ୍ଚଳରେ ଶହଶହ ଲୋକଙ୍କ ଉପସ୍ଥିତିରେ ଉମେଶ ରଥ ନାମକ ଜଣେ ଯୁବକ ଓ ତାଙ୍କ ମହିଳା ବନ୍ଧୁଙ୍କୁ ଅତି ନିର୍ମମ ଭାବେ ସର୍ବସମ୍ମୁଖରେ ହୋଇଛି ଆକ୍ରମଣ। ଉମେଶ ଗତ କିଛିଦିନ ଧରି ଏକ ମାମଲାରେ ଫେରାର ରହିଥିଲା; ନିକଟରେ ସେ ଆଗୁଆ ଜାମିନ ପାଇଥିଲେ। ମାତ୍ର ସେ ସହରକୁ ଫେରିବା ପରେ ପୂର୍ବଶତ୍ରୁତାକୁ କେନ୍ଦ୍ର କରି ହିଲପାଟଣାର ମୁକେଶ କୁମାର ସାହୁ ଓରଫ ମୁକେଶ ଓ ତାଙ୍କର ସାନଭାଇ ଆଶିଷ କୁମାର ସାହୁ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଆକ୍ରମଣରେ ଆହତ ହୋଇ ଉମେଶ ବ୍ରହ୍ମପୁର ଏମକେସିଜି ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି। 

ଆହୁରି ପଢ଼ନ୍ତୁ: ଓଡ଼ିଶା ତାପଜ ବିଦ୍ୟୁତ୍‌ ନୀତି-୨୦୦୮ରେ ସଂଶୋଧନ: ଗ୍ରାହକଙ୍କୁ ୨୦୦ କୋଟିର ବୋଝ !

ଖବରପାଇ ଘଟଣା ସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।  ଓଭର ବ୍ରିଜ ଉପରୁ ତଳକୁ ଠେଲି ହତ୍ୟା ଉଦ୍ୟମ ଘଟଣାରେ ସମ୍ପୃକ୍ତ ଦୀପୁନାକୁ ଏନକାଉଣ୍ଟର କରି ପୁଲିସ ବାହାବା ନେଇଥିବା ବେଳେ ସର୍ବସାଧାରଣରେ ଜଣେ ମହିଳାଙ୍କ ସହିତ ଉମେଶଙ୍କ ଉପରେ ହୋଇଥିବା ମରଣାନ୍ତକ ଆକ୍ରମଣ ଘଟଣାରେ ପୋଲିସ ଆଉ ଏକ ଏନକାଉଣ୍ଟର କରିବ ନା ରାଜନୈତିକ ଚାପରେ ଚୁପ ରହିବ ତାହା ଉପରେ ରହିଛି ସମସ୍ତଙ୍କ ନଜର। ତେବେ ଘଟଣାକୁ ଅତି ଗୁରୁତର ଭାବେ ନେଇଛନ୍ତି ବ୍ରହ୍ମପୁର ଏସପି ଡା.ସର୍ବଣା ବିବେକ ଏମ। 

ଆହୁରି ପଢ଼ନ୍ତୁ: ରକ୍ତ ସମ୍ପର୍କରେ ଲାଗିଲା ରକ୍ତର ଛିଟା: ଜମିବାଡ଼ି ବିବାଦକୁ କେନ୍ଦ୍ର କରି ବାପାଙ୍କୁ ହାଣିଲେ ଦୁଇ ପୁଅ

ଘଟଣା ସମ୍ପର୍କରେ ଖବର ପାଇବା ପରେ ତୁରନ୍ତ ବ୍ରହ୍ମପୁର ଏସପି ଡି. ଶ୍ରବଣ ବିବେକ ଏମ୍ ଙ୍କ ନିର୍ଦ୍ଦେଶରେ ଟାଉନ୍, ବୈଦ୍ୟନାଥପୁର ଏବଂ ଗୋଷାଣୀନୂଆଗାଁ ଥାନାର ପୁଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ଆହତ ଦ୍ଵୟଙ୍କୁ ଚିକିତ୍ସା ପାଇଁ ତୁରନ୍ତ ଏମକେସିଜି ମେଡିକାଲ କଲେଜ ଏବଂ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ଏବଂ ସେଠାରେ ସେମାନଙ୍କର ବୟାନ ରେକର୍ଡ କରାଯାଇଛି।

ଅନ୍ୟପକ୍ଷରେ, ରାଜ୍ୟର ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକ (ଏଡିଜି) ସୂଚନା ଦେଇଛନ୍ତି ଯେ ଆକ୍ରମଣକାରୀଙ୍କୁ ଚିହ୍ନଟ କରାଯାଇସାରିଛି। ସେମାନଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସାଧାରଣ ସୁରକ୍ଷା ନେଇ ଉଦବେଗ
ଏହି ଘଟଣା ପରେ ସ୍ଥାନୀୟ ବାସିନ୍ଦାମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ବିଶେଷ କରି ରାତି ସମୟରେ ରାସ୍ତାଘାଟରେ ସୁରକ୍ଷାକୁ ନେଇ ଅନେକ ପ୍ରଶ୍ନ ଉଠିଛି। ପୁଲିସ ସିସିଟିଭି ଫୁଟେଜ ଯାଞ୍ଚ କରୁଥିବା ବେଳେ ଲୋକଙ୍କ ସହଯୋଗ କାମନା କରିଛି। ତଦନ୍ତ ଆଗେଇବା ସହ ଏହି ଘଟଣାର ମୂଳ କାରଣ ଏବଂ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତଙ୍କ ବିଷୟରେ ଅଧିକ ତଥ୍ୟ ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି।

19 May 2026 By Madhusudan Das

ତଳମୁହାଁ ଆଇନଶୃଙ୍ଖଳା: ରାସ୍ତା ଉପରେ ଗାଈଗୋରୁକୁ ପିଟିବା ପରି କାଠ ଫାଳିଆରେ ଯୁବକଙ୍କୁ ନିସ୍ତୁକ ମାଡ଼...

ବ୍ରହ୍ମପୁର: ରାଜ୍ୟରେ ତଳମୁହାଁ ଆଇନଶୃଙ୍ଖଳା । କାହାକୁ ଡର ନାହିଁ କି ଭୟ ବି ନାହିଁ । ରାସ୍ତା ଉପରେ ଗାଈଗୋରୁକୁ ପିଟିବା ପରି କାଠ ଫାଳିଆରେ ଯୁବକଙ୍କୁ ଦେଉଛନ୍ତି ନିସ୍ତୁକ ମାଡ଼ । ଜଣେ ଯୁବତୀ ସମ୍ପୃକ୍ତ ଯୁବକଙ୍କୁ ରକ୍ଷା କରିବା ପାଇଁ ଉଦ୍ୟମ କରି ବି ବିଫଳ ହେଉଛନ୍ତି। ସ୍ଥାନୀୟ ଗିରି ରୋଡ଼ ଅଞ୍ଚଳର ଏହି ଘଟଣାର ଭିଡ଼ିଓ ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି। ଆଉ ପାହାରେ ଦୁଇ ପାହାର ବସିଥିଲେ ବା ଅଜାଗାରେ ମାଡ଼ଟିଏ ହୋଇଥିଲେ ବାଲିଅନ୍ତା ପରି ଆଉ ଗୋଟିଏ ଘଟଣାର ପୁନରାବୃତ୍ତି ହେବା ଏକପ୍ରକାର ନିଶ୍ଚିତ ଥିଲା। ବାଲିଅନ୍ତା ସୌମ୍ୟରଞ୍ଜନ ସ୍ୱାଇଁଙ୍କୁ ପିଟିପିଟି ହତ୍ୟା କରିବା ପରି  ବ୍ରହ୍ମପୁର ସହରରେ ଘଟିଥିବା ଏହି ଘଟଣା ରାଜ୍ୟର ତଳମୁହାଁ ଆଇନଶୃଙ୍ଖଳା ପରିସ୍ଥିତିକୁ ଦର୍ଶାଇଛି। ବିଡ଼ମ୍ବନା ହେଉଛି ପୁଲିସର ମଳିନ ଛବିକୁ ଚକମକ୍‌ କରିବା ପାଇଁ ‘ମିଶନ ଏନ୍‌କାଉଣ୍ଟର’କୁ ବି ଅପରାଧୀ ଖାତିର କରୁ ନ ଥିବା ପ୍ରମାଣିତ ହୋଇଛି । 

ସ୍ଥାନୀୟ ଗିରିରୋଡ଼ ଅଞ୍ଚଳରେ ଶହଶହ ଲୋକଙ୍କ ଉପସ୍ଥିତିରେ ଉମେଶ ରଥ ନାମକ ଜଣେ ଯୁବକ ଓ ତାଙ୍କ ମହିଳା ବନ୍ଧୁଙ୍କୁ ଅତି ନିର୍ମମ ଭାବେ ସର୍ବସମ୍ମୁଖରେ ହୋଇଛି ଆକ୍ରମଣ। ଉମେଶ ଗତ କିଛିଦିନ ଧରି ଏକ ମାମଲାରେ ଫେରାର ରହିଥିଲା; ନିକଟରେ ସେ ଆଗୁଆ ଜାମିନ ପାଇଥିଲେ। ମାତ୍ର ସେ ସହରକୁ ଫେରିବା ପରେ ପୂର୍ବଶତ୍ରୁତାକୁ କେନ୍ଦ୍ର କରି ହିଲପାଟଣାର ମୁକେଶ କୁମାର ସାହୁ ଓରଫ ମୁକେଶ ଓ ତାଙ୍କର ସାନଭାଇ ଆଶିଷ କୁମାର ସାହୁ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଆକ୍ରମଣରେ ଆହତ ହୋଇ ଉମେଶ ବ୍ରହ୍ମପୁର ଏମକେସିଜି ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି। 

ଖବରପାଇ ଘଟଣା ସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।  ଓଭର ବ୍ରିଜ ଉପରୁ ତଳକୁ ଠେଲି ହତ୍ୟା ଉଦ୍ୟମ ଘଟଣାରେ ସମ୍ପୃକ୍ତ ଦୀପୁନାକୁ ଏନକାଉଣ୍ଟର କରି ପୁଲିସ ବାହାବା ନେଇଥିବା ବେଳେ ସର୍ବସାଧାରଣରେ ଜଣେ ମହିଳାଙ୍କ ସହିତ ଉମେଶଙ୍କ ଉପରେ ହୋଇଥିବା ମରଣାନ୍ତକ ଆକ୍ରମଣ ଘଟଣାରେ ପୋଲିସ ଆଉ ଏକ ଏନକାଉଣ୍ଟର କରିବ ନା ରାଜନୈତିକ ଚାପରେ ଚୁପ ରହିବ ତାହା ଉପରେ ରହିଛି ସମସ୍ତଙ୍କ ନଜର। ତେବେ ଘଟଣାକୁ ଅତି ଗୁରୁତର ଭାବେ ନେଇଛନ୍ତି ବ୍ରହ୍ମପୁର ଏସପି ଡା.ସର୍ବଣା ବିବେକ ଏମ। 

ଘଟଣା ସମ୍ପର୍କରେ ଖବର ପାଇବା ପରେ ତୁରନ୍ତ ବ୍ରହ୍ମପୁର ଏସପି ଡି. ଶ୍ରବଣ ବିବେକ ଏମ୍ ଙ୍କ ନିର୍ଦ୍ଦେଶରେ ଟାଉନ୍, ବୈଦ୍ୟନାଥପୁର ଏବଂ ଗୋଷାଣୀନୂଆଗାଁ ଥାନାର ପୁଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ଆହତ ଦ୍ଵୟଙ୍କୁ ଚିକିତ୍ସା ପାଇଁ ତୁରନ୍ତ ଏମକେସିଜି ମେଡିକାଲ କଲେଜ ଏବଂ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ଏବଂ ସେଠାରେ ସେମାନଙ୍କର ବୟାନ ରେକର୍ଡ କରାଯାଇଛି।

ଅନ୍ୟପକ୍ଷରେ, ରାଜ୍ୟର ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକ (ଏଡିଜି) ସୂଚନା ଦେଇଛନ୍ତି ଯେ ଆକ୍ରମଣକାରୀଙ୍କୁ ଚିହ୍ନଟ କରାଯାଇସାରିଛି। ସେମାନଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସାଧାରଣ ସୁରକ୍ଷା ନେଇ ଉଦବେଗ
ଏହି ଘଟଣା ପରେ ସ୍ଥାନୀୟ ବାସିନ୍ଦାମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ବିଶେଷ କରି ରାତି ସମୟରେ ରାସ୍ତାଘାଟରେ ସୁରକ୍ଷାକୁ ନେଇ ଅନେକ ପ୍ରଶ୍ନ ଉଠିଛି। ପୁଲିସ ସିସିଟିଭି ଫୁଟେଜ ଯାଞ୍ଚ କରୁଥିବା ବେଳେ ଲୋକଙ୍କ ସହଯୋଗ କାମନା କରିଛି। ତଦନ୍ତ ଆଗେଇବା ସହ ଏହି ଘଟଣାର ମୂଳ କାରଣ ଏବଂ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତଙ୍କ ବିଷୟରେ ଅଧିକ ତଥ୍ୟ ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର