ବେଙ୍ଗାଲୁରୁ: ଭାରତକୁ ମାନବ ବିହୀନ ଯୁଦ୍ଧ ବିମାନ ବିକଶିତ କରିବା ଦିଗରେ ମିଳିଲା ବଡ଼ ସଫଳତା। ଡିଆରଡିଓ ଶୁକ୍ରବାର ଅଟୋନମସ ଫ୍ଲାଇଙ୍ଗ ୱିଙ୍ଗ ଟେକ୍ନୋଲଜି ଡେମୋନ୍ସଷ୍ଟ୍ରେଟରର ପ୍ରଥମ ଏୟରାକ୍ରାଫ୍ଟର ସଫଳ ପରୀକ୍ଷଣ ହୋଇଛି । ଏହି ବିମାନର ବିନା ପାଇଲଟରେ ମଧ୍ୟ ଉଡାଣ ଭରିପାରିବ । ଟେକ୍ଅଫରୁ ଆରମ୍ଭ କରି ଅବତରଣ ଯାଏଁ ସବୁ କିଛି ବିନା କୌଣସି ସାହାଯ୍ୟରେ କରିପାରିବ ।
ସୂଚନା ଅନୁଯାୟୀ, ଶୁକ୍ରବାର କର୍ଣ୍ଣାଟକର ଚିତ୍ରଦୁର୍ଗ ସ୍ଥିତ ଏୟାରନଟିକଲ ଟେଷ୍ଟ ରେଞ୍ଜରେ ସଫଳତାର ସହ ଏହାର ପରୀକ୍ଷଣ କରାଯାଇଛି । ମାନବ ବିହୀନ ବିମାନ ଅର୍ଥାତ ୟୁଏଭିକୁ ଅଟୋମେସନ ଫ୍ଲାଇଙ୍ଗ ଟେକ୍ନୋଲଜି ଡେମୋନ୍ସଷ୍ଟ୍ରେଟର କୁହାଯାଏ । ଯୁଦ୍ଧ ବିମାନ ଏକ ସଫଳ ଟେକ୍ ଅଫ୍, ୱେ ପଏଣ୍ଟ ନେଭିଗେସନ ଏବଂ ଅବତରଣ ସାମିଲ ରହିଛି । ଏହି ବିମାନ ଭବିଷ୍ୟକରେ ବିନା ପାଇଲଟରେ ଉଡାଣ ଭରିପାରୁଥିବା ବିମାନକୁ ବିକଶତ କରିବା ଦିଗରେ ଏକ ବଡ ଭୂମିକା ଗ୍ରହଣ କରିବ।