ବିଶ୍ବର ପ୍ରଥମ ଘଟଣା: ଆତ୍ମହତ୍ୟା କଲା ପ୍ରାଶାସନିକ ଅଧିକାରୀ ‘ରୋବୋ’

ସିଓଲ: ଦକ୍ଷିଣ କୋରିଆରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ବିଶ୍ବରେ ପ୍ରଥମ ଥର ପାଇଁ ଏକ ରୋବୋ ଆତ୍ମହତ୍ୟା କରିଛି। ଏହି ରୋବୋ ପ୍ରାଶାସନିକ ଅଧିକାରୀ ଭାବେ କାର୍ଯ୍ୟ କରୁଥିଲା। ଗୁମି ସିଟି କାଉନସିଲ ଏହି ରୋବୋକୁ ନିଯୁକ୍ତି ଦେଇଥିଲା। ସୂଚନା ଅନୁଯାୟୀ ଗତ ଗୁରୁବାର ଅପରାହ୍ଣ ୪ଟା ସମୟରେ ଏହି ରୋବୋ ହଠାତ୍‌ ସିଡିରୁ ଖସିପଡ଼ିଥିଲା। ପରେ ଏହା ଆଉ କାମ କରି ନ ଥିଲା। ରୋବୋ ଅଚଳ ହୋଇ ଯାଇଥିଲା। ଏହା ଘଟଣାକୁ […]

ସିଓଲ: ଦକ୍ଷିଣ କୋରିଆରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ବିଶ୍ବରେ ପ୍ରଥମ ଥର ପାଇଁ ଏକ ରୋବୋ ଆତ୍ମହତ୍ୟା କରିଛି। ଏହି ରୋବୋ ପ୍ରାଶାସନିକ ଅଧିକାରୀ ଭାବେ କାର୍ଯ୍ୟ କରୁଥିଲା। ଗୁମି ସିଟି କାଉନସିଲ ଏହି ରୋବୋକୁ ନିଯୁକ୍ତି ଦେଇଥିଲା। ସୂଚନା ଅନୁଯାୟୀ ଗତ ଗୁରୁବାର ଅପରାହ୍ଣ ୪ଟା ସମୟରେ ଏହି ରୋବୋ ହଠାତ୍‌ ସିଡିରୁ ଖସିପଡ଼ିଥିଲା। ପରେ ଏହା ଆଉ କାମ କରି ନ ଥିଲା। ରୋବୋ ଅଚଳ ହୋଇ ଯାଇଥିଲା। ଏହା ଘଟଣାକୁ ନେଇ ସ୍ଥାନୀୟ ଲୋକଙ୍କ ଭିତରେ ଶୋକର ଲହରି ଖେଳିଯାଇଛି। ଏହାକୁ ଦେଶର ପ୍ରଥମ ରୋବୋ ଆତ୍ମହତ୍ୟା କୁହାଯାଉଛି। ସିଟି କାଉନସିଲର ସୂଚନା ଅନୁଯାୟୀ ପ୍ରଥମ ଏବଂ ଦ୍ବିତୀୟ ମହଲା ମଧ୍ୟରେ ଥିବା ସିଡ଼ିରେ ଏହି ‘ରୋବୋ ସୁପରଭାଇଜର’ ପଡ଼ି ରହିଥିଲା। ଏହା ପୂର୍ବରୁ ରୋବୋ ଗୋଟିଏ ସ୍ଥାନରେ ଘୂରି ବୁଲୁଥିବା ଦେଖା ଯାଇଥିଲା। ଏ ପର୍ଯ୍ୟନ୍ତ ରୋବୋଟ ଖସି ପଡ଼ିବାର ପ୍ରକୃତ କାରଣ ଜଣାପଡ଼ି ନାହିଁ। ମାମଲା ତଦନ୍ତାଧିନ ରହିଛି। ଏହାର ଯନ୍ତ୍ରାଂଶ ସଂଗ୍ରହ କରି ପରୀକ୍ଷାଗାରକୁ ପଠାଇ ଦିଆଯାଇଛି। ଅତ୍ୟଧିକ କାର୍ଯ୍ୟ ଚାପ ଯୋଗୁଁ ରୋବୋ ଆତ୍ମହତ୍ୟା କଲା ବୋଲି ସ୍ଥାନୀୟ କର୍ମଚାରୀ କହୁଛନ୍ତି।

About The Author: The Sakala