କେଜ୍ରିୱାଲଙ୍କ ବିସ୍ଫୋରକ ବୟାନ : ମୋଦୀ ନୁହେଁ ଶାହ ହେବେ ପ୍ରଧାନମନ୍ତ୍ରୀ, ବିଦା ହେବେ ଯୋଗୀ

ନୂଆଦିଲ୍ଲୀ : ଗତକାଲି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସୁପ୍ରିମକୋର୍ଟଙ୍କ ଦ୍ବାରା ମଧ୍ୟବର୍ତ୍ତୀକାଳୀନ ଜାମିନ ପାଇବା ପରେ ଜେଲରୁ ବାହାରିଥିଲେ। ଦୀର୍ଘ ୫ ଦିନ ପରେ ତିହାର ଜେଲରୁ ବାହାରିବା ପରେ ଆଜି ବିସ୍ଫୋରକ ବୟାନ ସହ ବିଜେପିକୁ ଟାର୍ଗେଟ କରିଛନ୍ତି କେଜ୍ରିୱାଲ। ଶନିବାର ଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀରେ ସମ୍ବୋଧିତ କରି ବିଜେପି ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କଡ଼ା ସମାଲୋଚନା କରିଛନ୍ତି। କେଜ୍ରିୱାଲ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ବିଶ୍ୱାସ କରନ୍ତି ଯେ ଆମ୍ ଆଦମୀ […]

ନୂଆଦିଲ୍ଲୀ : ଗତକାଲି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସୁପ୍ରିମକୋର୍ଟଙ୍କ ଦ୍ବାରା ମଧ୍ୟବର୍ତ୍ତୀକାଳୀନ ଜାମିନ ପାଇବା ପରେ ଜେଲରୁ ବାହାରିଥିଲେ। ଦୀର୍ଘ ୫ ଦିନ ପରେ ତିହାର ଜେଲରୁ ବାହାରିବା ପରେ ଆଜି ବିସ୍ଫୋରକ ବୟାନ ସହ ବିଜେପିକୁ ଟାର୍ଗେଟ କରିଛନ୍ତି କେଜ୍ରିୱାଲ। ଶନିବାର ଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀରେ ସମ୍ବୋଧିତ କରି ବିଜେପି ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କଡ଼ା ସମାଲୋଚନା କରିଛନ୍ତି।

କେଜ୍ରିୱାଲ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ବିଶ୍ୱାସ କରନ୍ତି ଯେ ଆମ୍ ଆଦମୀ ପାର୍ଟି ବିଜେପିକୁ ଚ୍ୟାଲେଞ୍ଜ କରିବ। ଏଣୁ ସେ ଆମ୍ ଆଦମୀ ପାର୍ଟିକୁ ଭାଙ୍ଗିବାକୁ ଚାହାଁନ୍ତି। ଏକଛତ୍ରବାଦୀ ଶାସନ ଚଳାଇଛନ୍ତି ମୋଦୀ ସରକାର । ଆମ ଆଦମୀ ପାର୍ଟୀକୁ ପୁରା ଭାଙ୍ଗିଦେବାକୁ ଷଡଯନ୍ତ୍ର କରୁଛନ୍ତି ମୋଦୀ । କିନ୍ତୁ ବଜରଙ୍ଗ ବାଲୀଙ୍କ କୃପାରୁ ସେସବୁ ସମ୍ଭବ ହେବନାହିଁ । ଏଥର ଲୋକସଭା ନିର୍ବାଚନରେ ଯଦିଓ ବିଜେପି ସରକାର ଗଢିବ କିନ୍ତୁ ମୋଦୀ ପ୍ରଧାନମନ୍ତ୍ରୀ ହେବେ ନାହିଁ ବୋଲି କହିଛନ୍ତି କେଜ୍ରିୱାଲ । କେଜ୍ରିୱାଲ ଆହୁରି ମଧ୍ୟ କହିଛନ୍ତି ଯେ, ଆସନ୍ତା ୧୭ ସେପ୍ଟେମ୍ବରକୁ ପ୍ରଧାନମନ୍ତ୍ରୀଙ୍କୁ ୭୫ ବର୍ଷ ହୋଇଯିବ । ପ୍ରଧାନମନ୍ତ୍ରୀ ନିଜେ ଏହି ନିୟମ କରିଥିଲେ ଯେ ୭୫ ବର୍ଷରୁ ଅଧିକ ବୟସ ନେତାଙ୍କୁ ଅବସର ଦିଆଯିବ । ଲାଲକୃଷ୍ଣ ଆଡଭାନୀ, ମୁରଲୀ ମନୋହର ଯୋଶୀ, ସୁମିତ୍ରା ମହାଜନଙ୍କୁ ତାଙ୍କ ବୟସର କାରଣ ଦର୍ଶାଇ ଅବସର ଦିଆଯାଇଥିଲା । ବର୍ତ୍ତମାନ ନରେନ୍ଦ୍ର ମୋଦୀ ୭୫ ବର୍ଷରେ ପାଦ ରଖିବାକୁ ଯାଉଛନ୍ତି । ତେବେ ବର୍ତ୍ତମାନ ମୋର ପ୍ରଶ୍ନ ଯେ, ଏବେ ତାଙ୍କ ପ୍ରଧାନମନ୍ତ୍ରୀ ଆଶାୟୀ କିଏ ଅଛନ୍ତି ବୋଲି ବିଜେପିକୁ ପ୍ରଶ୍ନ କରିଛନ୍ତି କେଜ୍ରିୱାଲ ।

ଏଥି ସହିତ କେଜ୍ରିୱାଲ କହିଛନ୍ତି  ପିଏମ ମୋଦୀ ଏକ ବିପଜ୍ଜନକ ମିଶନ ଆରମ୍ଭ କରିଛନ୍ତି । ଏହା ଅଧୀନରେ ସେ ଦେଶର ସମସ୍ତ ନେତାଙ୍କୁ ହଟାଇବାକୁ, ସମସ୍ତ ବିରୋଧୀଦଳର ନେତାଙ୍କୁ ଜେଲରେ ରଖିବାକୁ ଏବଂ ସମସ୍ତ ବିଜେପି ନେତାଙ୍କୁ ମୁକ୍ତ କରିବାକୁ ଚାହୁଁଛନ୍ତି। ବିରୋଧୀ ନେତାଙ୍କ ରାଜନୀତିକୁ ଶେଷ କରିବାକୁ ଚାହାଁନ୍ତି।  ମମତା ବାନାର୍ଜୀ, ଷ୍ଟାଲିନ, ଉଦ୍ଧବ ଠାକରେ ଏହି ଲିଷ୍ଟରେ ରହିଛନ୍ତି। କେବଳ ବିରୋଧୀ ନୁହଁନ୍ତି ନିଜ ଦଳର ନେତାଙ୍କ କ୍ୟାରିୟର ମଧ୍ୟ ଶେଷ କରୁଛନ୍ତି ମୋଦୀ। ମୋଦୀଙ୍କ କାରଣରୁ ମୁରଲୀ ମନୋହର ଯୋଶୀ ଏବଂ ଲାଲ କୃଷ୍ଣ ଆଡଭାନୀ ଅବସର ନେଇଥିଲେ। ମୋଦୀ ରମଣ ସିଂ, ଶିବରାଜ ସିଂ ଚୌହାନ, ବସୁନ୍ଦରା ରାଜେ, ମନୋହର ଲାଲଙ୍କ ରାଜନୀତି ଶେଷ କରିଛନ୍ତି। ବର୍ତ୍ତମାନ ପରବର୍ତ୍ତୀ ଲିଷ୍ଟରେ ରହିଛନ୍ତି ଯୋଗୀ ଆଦିତ୍ୟନାଥ । ଯଦି ସେ ଏହି ନିର୍ବାଚନରେ ​​ଜିତନ୍ତି ତେବେ ଦୁଇ ମାସ ମଧ୍ୟରେ ୟୁପି ମୁଖ୍ୟମନ୍ତ୍ରୀଙ୍କୁ ପରିବର୍ତ୍ତନ କରାଯିବ। ଯାହା ଏକଛତ୍ରବାଦୀ ଶାସନ ଅଟେ | ପ୍ରଧାନମନ୍ତ୍ରୀ ଦେଶର ସମସ୍ତ ନେତାଙ୍କୁ ହଟାଇବାକୁ ଚାହୁଁଛନ୍ତି।

କେଜ୍ରିୱାଲ ଆହୁରି ମଧ୍ୟ କହିଛନ୍ତି ଯେ, ମୋଦୀ ଆଗାମୀ ପ୍ରଧାନମନ୍ତ୍ରୀ ଅମିତ ଶାହାଙ୍କୁ କରିବେ । ସେଥିପାଇଁ ସେ ନିଜ ପାଇଁ ନୁହେଁ ବରଂ ଅମିତ ଶାହାଙ୍କ ପାଇଁ ଭୋଟ ମାଗୁଛନ୍ତି । ଆପଣମାନେ ଯେତେବେଳେ ବିଜେପିକୁ ଭୋଟ ଦେବାକୁ ଯିବେ ସେତେବେଳେ ଗୋଟେ କଥା ମନେରଖିବେ ଯେ, ଆପଣ ମୋଦୀଙ୍କୁ ନୁହେଁ ବରଂ ଶାହାଙ୍କୁ ଭୋଟ ଦେଉଛନ୍ତି । ଏହାରି ଭିତରେ ସେ ବିଜେପିକୁ ଆହୁରି ଏକ ପ୍ରଶ୍ନ କରି କରିଛନ୍ତି ଯେ, ଯଦି ମୋଦୀ ଅବସର ନେବେ ତେବେ ସେ ଦେଇଥିବା ଗ୍ୟାରେଣ୍ଟି କିଏ ପୂରଣ କରିବ?

କେଜ୍ରିୱାଲଙ୍କ ବୟାନ ପରେ ଅମିତ ଶାହଙ୍କ ଜବାବ

ମୋଦୀ ନୁହେଁ ଶାହ ପ୍ରଧାନମନ୍ତ୍ରୀ ହେବା ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବୟାନ ପରେ ମୁହଁ ଖୋଲିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ। ମୋଦୀଙ୍କୁ ୭୫ ବର୍ଷ ହେଇଗଲେ, ଏଥିରେ ଆପଣଙ୍କୁ ଆନନ୍ଦିତ ହେବାର ନାହିଁ । ବିଜେପିର ସମ୍ବିଧାନରେ କେଉଁଠି ବି ଲେଖାହେଇନି । ମୋଦୀ ପ୍ରଧାନମନ୍ତ୍ରୀ ଭାବେ ପୁଣିଥରେ ନିଜ କାର୍ଯ୍ୟକାଳ ପୂରା କରିବେ । ମୋଦୀ ହିଁ ଦେଶର ଆଗାମୀ ପ୍ରଧାନମନ୍ତ୍ରୀ ହେବା ସହିତ ଦେଶର ନେତୃତ୍ୱ ନେବେ । ଶନିବାର କେଜ୍ରିୱାଲଙ୍କୁ କିଛି ଏଭଳି ଢଙ୍ଗରେ ଜବାବ ଦେଇଛନ୍ତି କେନ୍ଦ୍ରୀୟ ଗୃହମନ୍ତ୍ରୀ ଅମିତ ଶାହ । ଶାହ କହିଛନ୍ତି, ମୋଦୀ ହିଁ ଦେଶର ପ୍ରଧାନମନ୍ତ୍ରୀ ରହିବେ । ତାଙ୍କର ନେତୃତ୍ୱରେ ସରକାର ଗଢାହେବ । ଏଥିରେ କୌଣସି ପ୍ରକାର କନଫ୍ୟୁଜନ ନାହିଁ ।

About The Author: The Sakala