ହଠାତ ରାସ୍ତାଫଟାଇ ତଳୁ ବିସ୍ଫୋରଣ ହେଲା ପାଣି ପାଇପ ଲାଇନ୍‌, ସିସିଟିଭିରେ କଏଦ ହେଲା ସମ୍ପୂର୍ଣ୍ଣ ଦୃଶ୍ୟ…

ମହାରାଷ୍ଟ୍ର: ମହାରାଷ୍ଟ୍ରର ଯୁବତମାଲ ଜିଲ୍ଲା ବିଦର୍ଭ ହାଉସିଂ ସୋସାଇଟିରେ ଏକ ପାଣିପାଇଲାଇନ୍ ବିସ୍ଫୋରଣ ଦେଖିବାକୁ ମିଳିଛି। ଏହି ବିସ୍ଫୋରଣର ସମ୍ପୂର୍ଣ୍ଣ ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ବର୍ତ୍ତମାନ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସିସିଟିଭିରେ କଏଦ ହୋଇଥିବା ଦୃଶ୍ୟ ଦେଖିଲେ ଲାଗୁଛି ଯେ, ବିସ୍ଫୋରଣର ମାତ୍ରା ଭୟଙ୍କର ରହିଥିଲା । ଫାଟିଯିବା ପରେ ରାସ୍ତାଟି ଧସି ଯାଇଛି। ଠିକ୍ ଏହି ସମୟରେ ଜଣେ ମହିଳା ତାଙ୍କ ସ୍କୁଟିରେ ଆସୁଥିବାର ନଜର ଆସିଛନ୍ତି, […]

ମହାରାଷ୍ଟ୍ର: ମହାରାଷ୍ଟ୍ରର ଯୁବତମାଲ ଜିଲ୍ଲା ବିଦର୍ଭ ହାଉସିଂ ସୋସାଇଟିରେ ଏକ ପାଣିପାଇଲାଇନ୍ ବିସ୍ଫୋରଣ ଦେଖିବାକୁ ମିଳିଛି। ଏହି ବିସ୍ଫୋରଣର ସମ୍ପୂର୍ଣ୍ଣ ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ବର୍ତ୍ତମାନ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସିସିଟିଭିରେ କଏଦ ହୋଇଥିବା ଦୃଶ୍ୟ ଦେଖିଲେ ଲାଗୁଛି ଯେ, ବିସ୍ଫୋରଣର ମାତ୍ରା ଭୟଙ୍କର ରହିଥିଲା । ଫାଟିଯିବା ପରେ ରାସ୍ତାଟି ଧସି ଯାଇଛି। ଠିକ୍ ଏହି ସମୟରେ ଜଣେ ମହିଳା ତାଙ୍କ ସ୍କୁଟିରେ ଆସୁଥିବାର ନଜର ଆସିଛନ୍ତି, ଯିଏ ପାଣିରେ ଫସି ଆହତ ହୋଇଥିବା ସୂଚନା ମିଳିଛି। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରିଛନ୍ତି।


ଏହି ଘଟଣାରେ ଆହତ ହୋଇଥିବା ମହିଳା ଜଣଙ୍କ କହିଛନ୍ତି ଯେ, ମୁଁ ଯାଉଥିବା ବେଳେ ହଠାତ୍ ପାଣି ପାଇପ୍‌ଲାଇନନ୍ ଫାଟି ବିସ୍ଫୋରଣ ହୋଇଥିଲା। ରାସ୍ତାର ପିଚୁ ଉଡ଼ିଯାଇଥିଲା। ରାସ୍ତା ପାଣି ହୋଇଯାଇଥିଲା ସବୁ ଡରିଯାଇଥିଲେ।

About The Author: The Sakala