ମହାରାଷ୍ଟ୍ର ରାଜନୀତିରେ ହଲଚଲ୍; ଡ଼େପୁଟି ସିଏମ ଭାବେ ଶପଥ ନେଲେ ଅଜିତ୍ ପାଓ୍ବାର

ମହାରାଷ୍ଟ୍ର: ମହାରାଷ୍ଟ୍ର ରାଜନୀତିରେ ବଡ଼ ହଲଚଲ୍ । ମହାରାଷ୍ଟ୍ରର ଡ଼େପୁଟି ସିଏମ ଭାବେ ଶପଥ ନେଲେ ଅଜିତ୍ ପାଓ୍ବାର । ବିଧାନସଭାର ବିରୋଧୀ ଦଳ ନେତା ତଥା ଏନସିପି ହେଭିୱେଟ ଅଜିତ୍ ପାଓ୍ୱାର ମହାରାଷ୍ଟ୍ର ସରକାରରେ ସାମିଲ ହେବା ସହ ବିରୋଧୀ ଦଳ ପଦ ଛାଡି ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । କେବଳ ଅଜିତ ପାୱାର ନୁହଁନ୍ତି ଏନସିପିର ବରିଷ୍ଠ ନେତା ଥବା ଛଗନ ଭୁଜବଳ ମଧ୍ୟ ସିନ୍ଦେ ସରକାରରେ ମନ୍ତ୍ରୀ ଭାବେ ଶପଥ […]

ମହାରାଷ୍ଟ୍ର: ମହାରାଷ୍ଟ୍ର ରାଜନୀତିରେ ବଡ଼ ହଲଚଲ୍ । ମହାରାଷ୍ଟ୍ରର ଡ଼େପୁଟି ସିଏମ ଭାବେ ଶପଥ ନେଲେ ଅଜିତ୍ ପାଓ୍ବାର । ବିଧାନସଭାର ବିରୋଧୀ ଦଳ ନେତା ତଥା ଏନସିପି ହେଭିୱେଟ ଅଜିତ୍ ପାଓ୍ୱାର ମହାରାଷ୍ଟ୍ର ସରକାରରେ ସାମିଲ ହେବା ସହ ବିରୋଧୀ ଦଳ ପଦ ଛାଡି ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । କେବଳ ଅଜିତ ପାୱାର ନୁହଁନ୍ତି ଏନସିପିର ବରିଷ୍ଠ ନେତା ଥବା ଛଗନ ଭୁଜବଳ ମଧ୍ୟ ସିନ୍ଦେ ସରକାରରେ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଏହାସହ ଦିଲ୍ଲୀପ ବଲସେ ପାଟିଲ ମଧ୍ୟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ସେପଟେ ଏନସିପି ବିଧାୟକ ଧନଞ୍ଜୟ ମୁଣ୍ଡେ , କିରଣ ଓ ହସନ ମୁଶ୍ରୀଫ ମଧ୍ୟ ମନ୍ତ୍ରୀ ଭାବେ ଶପଥ ନେବେ   ।

ମହାରାଷ୍ଟ୍ରରେ କ୍ଷମତାସୀନ ସିନ୍ଦେ ଓ ବିଜେପି ସରକାରକୁ ଏନସିପି ହେଭିୱେଟ ଅଜିତ ପାୱାର ସମର୍ଥନ କରିବା ସହ ମହାରାଷ୍ଟ୍ର ସରକାରରେ ଉପ ମୁଖ୍ୟମନ୍ତ୍ରୀ ପଦ ପାଇଛନ୍ତି । ଏଣିକି ମହାରାଷ୍ଟ୍ରରେ ବିଜେପି ନେତା ଦେବେନ୍ଦ୍ର ଫଡନାଭିସ ଓ ଅଜିତ ପାୱାର ଉପମୁଖ୍ୟମନ୍ତ୍ରୀ ଭାବେ କାମ କରିବେ ।

ଏନସିପି ପୁର୍ନଗଠନ ନେଇ ଖୁସିନଥିଲେ ଅଜିତ ପାଓ୍ୱାର । ସେହିପରି ଏନସିପି ବିଧାୟକ ଛଗନ ଭୁଜବଳ, ଧନଞ୍ଜୟ ମୁଣ୍ଡେ, ଦିଲୀପ ବାଲସେ ପାଟିଲ ଓ ଅନିଲ ପାଟିଲ ମନ୍ତ୍ରୀ ହେବା ନେଇ ଚର୍ଚ୍ଚା ହେଉଛି । ଏକଦା ଏହି ୫ ଜଣ ନେତା ଏନସିପି ସୁପ୍ରିମୋ ଶରଦ ପାଓ୍ୱାରଙ୍କ ଘନିଷ୍ଠ ଥିଲେ । କିନ୍ତୁ ଆଜି ଏହି ୫ ନେତାଙ୍କ ସହ ମୋଟ ୨୯ ବିଧାୟକ ସିନ୍ଧେଙ୍କ ସରକାରରେ ସାମିଲ ହେବେ ବୋଲି ଚର୍ଚ୍ଚା ହେଉଛି ।

About The Author: The Sakala