ଭିଆଇପି ସଂସ୍କୃତି ହଟାଇଲେ ଆସାମ ସରକାର: ବିଜୁଳି ବିଲ୍ ଦେବେ ମନ୍ତ୍ରୀ, ବିଧାୟକ

ଗୁଆହାଟି: ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବାଶର୍ମା ନିର୍ଦ୍ଦେଶ ଦେଇଛନ୍ତି ଯେ ରାଜ୍ୟର ସମସ୍ତ ମନ୍ତ୍ରୀ, ବିଧାୟକ ଓ ସରକାରୀ କ୍ବାର୍ଟରରେ ରହୁଥିବା କର୍ମଚାରୀଗଣ ଜୁଲାଇ ପହିଲାରୁ ନିଜ ବିଜୁଳି ବିଲ୍ ଦେବେ। ଭିଆଇପି ସଂସ୍କୃତିକୁ ହଟାଇବାକୁ ଚାହିଁ ସେ ଏହି ନିଷ୍ପତ୍ତି ନେଇଥିବା ଦର୍ଶାଇ ମୁଖ୍ୟମନ୍ତ୍ରୀ ବିଶ୍ବାଶର୍ମା କହିଛନ୍ତି, ସେ ପ୍ରଥମେ ନିଜେ ତାଙ୍କ ବିଜୁଳି ବିଲ ପୈଠ କରିବେ। ଜନସାଧାରଣଙ୍କ ଟିକସ ଅର୍ଥରୁ ସରକାରୀ କାର୍ଯ୍ୟକର୍ତ୍ତାଙ୍କ ବିଜୁଳି ବିଲ୍ ଭରଣା କରାଯିବା ହେଉଛି ଭିଆଇପି ସଂସ୍କୃତି। […]

ଗୁଆହାଟି: ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବାଶର୍ମା ନିର୍ଦ୍ଦେଶ ଦେଇଛନ୍ତି ଯେ ରାଜ୍ୟର ସମସ୍ତ ମନ୍ତ୍ରୀ, ବିଧାୟକ ଓ ସରକାରୀ କ୍ବାର୍ଟରରେ ରହୁଥିବା କର୍ମଚାରୀଗଣ ଜୁଲାଇ ପହିଲାରୁ ନିଜ ବିଜୁଳି ବିଲ୍ ଦେବେ। ଭିଆଇପି ସଂସ୍କୃତିକୁ ହଟାଇବାକୁ ଚାହିଁ ସେ ଏହି ନିଷ୍ପତ୍ତି ନେଇଥିବା ଦର୍ଶାଇ ମୁଖ୍ୟମନ୍ତ୍ରୀ ବିଶ୍ବାଶର୍ମା କହିଛନ୍ତି, ସେ ପ୍ରଥମେ ନିଜେ ତାଙ୍କ ବିଜୁଳି ବିଲ ପୈଠ କରିବେ। ଜନସାଧାରଣଙ୍କ ଟିକସ ଅର୍ଥରୁ ସରକାରୀ କାର୍ଯ୍ୟକର୍ତ୍ତାଙ୍କ ବିଜୁଳି ବିଲ୍ ଭରଣା କରାଯିବା ହେଉଛି ଭିଆଇପି ସଂସ୍କୃତି। ନିମ୍ନ ଆୟକାରୀ ବର୍ଗଙ୍କ ହିତ ପାଇଁ ତାଙ୍କ ସରକାର ଆସନ୍ତା ଏପ୍ରିଲ ଭିତରେ ବିଜୁଳି ଦର ୟୁନିଟ୍ ପିଛା ଟଙ୍କାଟିଏ ଓ ଆସନ୍ତା ବର୍ଷ ଆଉ ୫୦ ପଇସା କମାଇବେ। ବିଜୁଳି ସଞ୍ଚୟ ନିମନ୍ତେ ସନ୍ଧ୍ୟା ୮ପରେ ସିଏମ୍ ସେକ୍ରେଟେରିଏଟ୍, ଗୃହ ଓ ଅର୍ଥ ବିଭାଗକୁ ଛାଡ଼ି ଅନ୍ୟ ସମସ୍ତ ସରକାରୀ ଦପ୍ତର ଓ ସରକାରୀ ସ୍କୁଲର ବିଜୁଳି ଅଟୋ-ଡିସକନେକ୍ସନ୍ ମେଥଡ୍‌ରେ ବନ୍ଦ ରଖାଯିବା ନିମନ୍ତେ ବ୍ୟବସ୍ଥା କରାଯାଇଥିବା ମୁଖ୍ୟମନ୍ତ୍ରୀ ବିଶ୍ବାଶର୍ମା କହିଛନ୍ତି। ଏବେ ରାଜ୍ୟର ପ୍ରାୟ ୮୦୦୦ ଦପ୍ତର ଓ ସ୍କୁଲରେ ଏହି ଅଟୋ-ଡିସକନେକ୍ସନ୍ ବ୍ୟବସ୍ଥା ଲାଗୁ କରାଯାଇଛି।

About The Author: The Sakala