ଭୋଟ ଦେଉଛି ହିମାଚଳ ପ୍ରଦେଶ; ୪୧୨ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ରାଜ୍ୟବାସୀ

ଶିମଲା: ଆଜି ଭୋଟ ଦେଉଛି ହିମାଚଳ ପ୍ରଦେଶ । ମତଦାନ କରି ସରକାର ବାଛୁଛନ୍ତି ଜନତା । ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଚାଲିଛି ମତଦାନ । ମୋଟ ୬୮ ବିଧାନସଭା ଆସନ ପାଇଁ ସକାଳ ୮ଟାରୁ ଆରମ୍ଭ ହୋଇଛି ମତଦାନ ଗ୍ରହଣ । ଶାନ୍ତି ଶୃଙ୍ଖଳା ପାଇଁ ବୁଥ ଗୁଡ଼ିକରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ମତଦାନକୁ ଦୃଷ୍ଟିରେ ରଖି ନିର୍ବାଚନ କମିସନ୍ ପୂରା ପ୍ରସ୍ତୁତି କରିଛି । ନିର୍ବାଚନୀ ଦାୟିତ୍ୱରେ ରହିଛନ୍ତି […]

ଶିମଲା: ଆଜି ଭୋଟ ଦେଉଛି ହିମାଚଳ ପ୍ରଦେଶ । ମତଦାନ କରି ସରକାର ବାଛୁଛନ୍ତି ଜନତା । ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଚାଲିଛି ମତଦାନ । ମୋଟ ୬୮ ବିଧାନସଭା ଆସନ ପାଇଁ ସକାଳ ୮ଟାରୁ ଆରମ୍ଭ ହୋଇଛି ମତଦାନ ଗ୍ରହଣ । ଶାନ୍ତି ଶୃଙ୍ଖଳା ପାଇଁ ବୁଥ ଗୁଡ଼ିକରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ମତଦାନକୁ ଦୃଷ୍ଟିରେ ରଖି ନିର୍ବାଚନ କମିସନ୍ ପୂରା ପ୍ରସ୍ତୁତି କରିଛି । ନିର୍ବାଚନୀ ଦାୟିତ୍ୱରେ ରହିଛନ୍ତି ୩୨ ହଜାର କର୍ମଚାରୀ ।

ରାଜ୍ୟର ୬୮ଟି ବିଧାନସଭା ଆସନ ପାଇଁ ମତଦାନ ଆରମ୍ଭ ହୋଇଥିବା ବେଳେ ଏହା ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଚାଲୁ ରହିବ । ରାଜ୍ୟରେ ୫୫ ଲକ୍ଷରୁ ଅଧିକ ଭୋଟର ଥିବା ବେଳେ ସେମାନେ ୪୧୨ ପ୍ରାର୍ଥୀଙ୍କ ଭାଗ୍ୟ ସ୍ଥିର କରିବେ। ରାଜ୍ୟର ୬୮ ଟି ନିର୍ବାଚନମଣ୍ଡଳୀରେ ମୋଟ ୭ ହଜାର ୮ଶହ ୮୪ଟି ବୁଥ୍ କରାଯାଇଛି ।

ମତଦାନ ପାଇଁ ସାରା ରାଜ୍ୟରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ବେଳେ ମୋଟ ୭୮୮୧ଟି ଭୋଟ କେନ୍ଦ୍ରରେ ମତଦାନ କରାଯିବ। ରାଜ୍ୟର ମୋଟ ୫୫ ଲକ୍ଷ ୯୨ ହଜାର ୮୨୮ ଭୋଟର ମତଦାନ କରିବେ। ହେଲେ ଏହା ପୂର୍ବରୁ ଦାଗି ନେତାଙ୍କ ତାଲିକା ସାମ୍ନାକୁ ଆସିଛି। ମିଳିଥିବା ସୂଚନା ଅନୁଯାୟୀ, ମୋଟ୍ ୪୧୨ ପ୍ରାର୍ଥୀଙ୍କ ମଧ୍ୟରୁ ୯୪ଜଣଙ୍କ ନାଁରେ ଅପରାଧିକ ମାମଲା ରହିଛି ଏବଂ ଏଥିମଧ୍ୟରୁ ୫୦ ଜଣଙ୍କ ନାଁରେ ହତ୍ୟା ମାମଲା ରହିଛି। ସେହିପରି ଏକ ତୃତୀୟାଂଶ ନେତା କୋଟିପତି ରହିଥିବା ଜଣାପଡ଼ିଛି। ଅପରାଧିକ ପୃଷ୍ଠ ଥିବା ପ୍ରାର୍ଥୀଙ୍କ ମଧ୍ୟରେ ସିପିଆଇ ସବୁଠାରୁ ଆଗରେ ରହିଛି। ସିପିଆଇ ମୋଟ୍ ୧୧ଟି ଆସନରେ ପ୍ରାର୍ଥୀ ଦେଇଥିଲା ବେଳେ ଏଥିମଧ୍ୟରୁ ୭ଜଣଙ୍କ ନାଁରେ ବିଭିନ୍ନ ସଙ୍ଗିନ ମାମଲା ରହିଛି।ଏହା ପଛକୁ କଂଗ୍ରେସ ରହିଛି। ଦଳ ନିର୍ବାଚନ ପାଇଁ ୬୮ଟି ଆସନରେ ପ୍ରାର୍ଥୀ ଦେଇଥିଲା ବେଳେ ଏଥିମଧ୍ୟରୁ ୩୬ଜଣ ଦାଗି ନେତା ରହିଛନ୍ତି। ସେହିପରି ୩ନମ୍ବର ସ୍ଥାନରେ ରହିଛନ୍ତି ବିଜେପି ଓ ଅମ୍ ଆଦମୀ ପାର୍ଟି। ଭାରତୀୟ ଜନତା ପାର୍ଟିର ୬୮ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୧୨ଜଣ ଦାଗି ରହିଥିବାବେଳେ ଓ ଆପ୍‌ର ୬୭ଜଣ ମଧ୍ୟରୁ ୧୨ ଜଣକ ନାଁରେ ରହିଛି ଅପରାଧିକ ମାମଲା ରହିଥିବା ଜଣାପଡ଼ିଛି।

About The Author: The Sakala