ପ୍ରବଳ ବର୍ଷାରେ ଜଳମଗ୍ନ ହେଲା ଦୁବାଇ ସହର, ବାତିଲ ହେଲା ଭାରତ-ଦୁବାଇ ମଧ୍ୟରେ ୨୮ ବିମାନ

ନୂଆଦିଲ୍ଲୀ: ଜଳମଗ୍ନ ହେଲା ଦୁବାଇ ସହର। ଡୁବିଲା ରାସ୍ତାଘାଟ, ବୁଡିଲା କାର। ୟୁନାଇଟେଡ୍‌ ଆରବ ଏମିରେଟ୍ସ ବା ୟୁଏଇର ଦୁବାଇ ସହରରେ ମଙ୍ଗଳବାର ଦେଖାଦେଇଥିବା ବନ୍ୟା ପରିସ୍ଥିିତିରେ ଦୁବାଇ ଅନ୍ତର୍ଜାତୀୟ ବିମାନବନ୍ଦରର ରନୱେ ଜଳମଗ୍ନ ହେବାସହ ଚାରିଚକିଆ ଗାଡି ଭାସୁଥିବାର ଦେଖିବାକୁ ମିିଳିଥିଲା। ଏପରିକି ଦୁବାଇର ହାଇୱେ ସମୁଦ୍ରର ଭ୍ରମ ସୃଷ୍ଟି କରୁଥିଲା। ଯାହାଫଳରେ, ଦୁବାଇ ବିମାନବନ୍ଦରରେ ପ୍ରାୟ ଅଧ ଘଣ୍ଟା ପାଇଁ ବିମାନ ଚଳାଚଳ ବନ୍ଦ ରହିଥିଲା।ପ୍ରବଳ ବୃଷ୍ଟିପାତ ଯୋଗୁ ବିମାନ ଉଡ଼ାଣରେ ବିଳମ୍ବ ଏବଂ […]

ନୂଆଦିଲ୍ଲୀ: ଜଳମଗ୍ନ ହେଲା ଦୁବାଇ ସହର। ଡୁବିଲା ରାସ୍ତାଘାଟ, ବୁଡିଲା କାର। ୟୁନାଇଟେଡ୍‌ ଆରବ ଏମିରେଟ୍ସ ବା ୟୁଏଇର ଦୁବାଇ ସହରରେ ମଙ୍ଗଳବାର ଦେଖାଦେଇଥିବା ବନ୍ୟା ପରିସ୍ଥିିତିରେ ଦୁବାଇ ଅନ୍ତର୍ଜାତୀୟ ବିମାନବନ୍ଦରର ରନୱେ ଜଳମଗ୍ନ ହେବାସହ ଚାରିଚକିଆ ଗାଡି ଭାସୁଥିବାର ଦେଖିବାକୁ ମିିଳିଥିଲା। ଏପରିକି ଦୁବାଇର ହାଇୱେ ସମୁଦ୍ରର ଭ୍ରମ ସୃଷ୍ଟି କରୁଥିଲା। ଯାହାଫଳରେ, ଦୁବାଇ ବିମାନବନ୍ଦରରେ ପ୍ରାୟ ଅଧ ଘଣ୍ଟା ପାଇଁ ବିମାନ ଚଳାଚଳ ବନ୍ଦ ରହିଥିଲା।ପ୍ରବଳ ବୃଷ୍ଟିପାତ ଯୋଗୁ ବିମାନ ଉଡ଼ାଣରେ ବିଳମ୍ବ ଏବଂ ଗତିପଥ ପରିବର୍ତ୍ତନ ହୋଇଛି।

ଏନେଇ ଦୁବାଇ ବିମାନବନ୍ଦର ମୁଖପାତ୍ର କହିଛନ୍ତି, ଲଗାତର ଭାବେ ବିମାନଗୁଡ଼ିକ ବିଳମ୍ବ ଏବଂ ଗତିପଥ ପରିବର୍ତ୍ତନ ହେଉଛି। ଅତ୍ୟନ୍ତ ଆହ୍ବାନମୂଳକ ପରିସ୍ଥିତିରେ ଯଥାଶୀଘ୍ର ଅପରେସନ୍ ସ୍ଵାଭାବିକ କରିବା ପାଇଁ ଆମେ କଠିନ ପରିଶ୍ରମ କରୁଛୁ। ଉଭୟ ଦୁବାଇ ଅଭିମୁଖେ ଆସିବାକୁ ଥିବା ଏବଂ ଦୁବାଇରୁ ଉଡ଼ାଣ ଭରିବାକୁ ଥିବା ୫୦୦ରୁ ଊର୍ଦ୍ଧ୍ବ ବିମାନ ବାତିଲ, ଗତିପତ ପରିବର୍ତ୍ତନ କିମ୍ବା ବିଳମ୍ବ ହୋଇଛି। ଭାରତୀୟ ବିମାନ ଚଳାଚଳ କର୍ତ୍ତୃପକ୍ଷ ଦୁବାଇ ଅଭିମୁଖେ ଯାଉଥିବା ପ୍ରାୟ ୧୫ଟି ବିମାନକୁ ବାତିଲ କରିଥିବାବେଳେ ଭାରତକୁ ଆସିବାକୁ ଥିବା ୧୩ଟି ବିମାନ ବାତିଲ କରାଯାଇଛି।ଦୁବାଇରେ ଖରାପ ପାଗ ଯୋଗୁ ଯାତ୍ରା ବିଶୃଙ୍ଖଳା ସୃଷ୍ଟି ହୋଇଥିବାରୁ ଯାତ୍ରୀମାନଙ୍କ ପାଇଁ ସମସ୍ତ ଚେକ୍ ଇନ୍ ବନ୍ଦ କରାଯାଇଛି। ପ୍ରଭାବିତ ଯାତ୍ରୀମାନଙ୍କୁ ସମସ୍ତ ସମ୍ଭାବ୍ୟ ସହାୟତା ପ୍ରଦାନ କରାଯିବ ବୋଲି ସୂଚନା ଦିଆଯାଇଛି।

About The Author: The Sakala