ମନୋରଞ୍ଜନ
ଓଡ଼ିଶା
ରାଜ୍ୟରେ ମୌସୁମୀ ସକ୍ରିୟ: ଆଜି ପଶ୍ଚିମ ଓଡ଼ିଶା ଓ ଉପକୂଳରେ ପ୍ରବଳ ବର୍ଷା
ଭୁବନେଶ୍ୱର: ରାଜ୍ୟରେ ବଢ଼଼ିବ ବର୍ଷାର ପରିମାଣ। ମୌସୁମୀ ଟ୍ରଫ ସ୍ୱାଭାବିକ ଅବସ୍ଥାକୁ ଫେରିବା ଯୋଗୁଁ ବର୍ତ୍ତମାନ ଓଡ଼ିଶା ଉପରେ ମୌସୁମୀ ସକ୍ରିୟ ରହିଛି। ଏହାସହିତ ବର୍ତ୍ତମାନ ରାଜ୍ୟ ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହି ଘୂର୍ଣ୍ଣିବଳୟ ପ୍ରଭାବରେ ଏକ ଲଘୁଚାପ ସୃଷ୍ଟି ହେବାକୁ ସମ୍ଭାବନା ଥିବାରୁ ବର୍ଷାର ପ୍ରକୋପ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଆସନ୍ତା ୨ ଦିନ ଉପକୂଳବର୍ତ୍ତୀ ଜିଲ୍ଲା ସମେତ ପଶ୍ଚିମ ଓଡ଼ିଶାରେ ବର୍ଷାର ପ୍ରକୋପ ଅଧିକ ରହିବାକୁ ଥିବା ବେଳେ ୩୧ […]
ଭୁବନେଶ୍ୱର: ରାଜ୍ୟରେ ବଢ଼଼ିବ ବର୍ଷାର ପରିମାଣ। ମୌସୁମୀ ଟ୍ରଫ ସ୍ୱାଭାବିକ ଅବସ୍ଥାକୁ ଫେରିବା ଯୋଗୁଁ ବର୍ତ୍ତମାନ ଓଡ଼ିଶା ଉପରେ ମୌସୁମୀ ସକ୍ରିୟ ରହିଛି। ଏହାସହିତ ବର୍ତ୍ତମାନ ରାଜ୍ୟ ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହି ଘୂର୍ଣ୍ଣିବଳୟ ପ୍ରଭାବରେ ଏକ ଲଘୁଚାପ ସୃଷ୍ଟି ହେବାକୁ ସମ୍ଭାବନା ଥିବାରୁ ବର୍ଷାର ପ୍ରକୋପ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଆସନ୍ତା ୨ ଦିନ ଉପକୂଳବର୍ତ୍ତୀ ଜିଲ୍ଲା ସମେତ ପଶ୍ଚିମ ଓଡ଼ିଶାରେ ବର୍ଷାର ପ୍ରକୋପ ଅଧିକ ରହିବାକୁ ଥିବା ବେଳେ ୩୧ ତାରିଖରୁ ଅଧିକାଂଶ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ୩୧ରୁ ପରବର୍ତ୍ତୀ ୧ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲା ପାଇଁ ପାଣିପାଗ କେନ୍ଦ୍ର ଅରେଞ୍ଜ ଆଲର୍ଟ ଜାରି କରାଯାଇଛି।
ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଆଜି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼, ଦେବଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ସୋନପୁର, କଳାହାଣ୍ଡି, କନ୍ଧମାଳ ଓ ବୌଦ୍ଧରେ ପ୍ରବଳ ବର୍ଷା ଆଶଙ୍କା ରହିଛି। ଏଥିପାଇଁ ପାଣିପାଗ କେନ୍ଦ୍ର ଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ଆଲର୍ଟ ଜାରି କରିଛି। ଗତ ୨୪ ଘଣ୍ଟାରେ ବାରିପଦାରେ ୨୮ ମିମି ବର୍ଷା ହୋଇଥିବା ବେଳେ କେନ୍ଦୁଝରରେ ୨୦ ମିମି ବର୍ଷା ରେକର୍ଡ କରାଯାଇଛି।






