ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଘନ କୁହୁଡି ଯୋଗୁଁ ପ୍ରଭାବିତ ହୋଇଛି ବିମାନ ଚଳାଚଳ। ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅନେକ ବିମାନର ସମୟ ପରିବର୍ତ୍ତନ କରାଯାଇଛି। ସମୁଦାୟ ୧୧ ଟି ଆନ୍ତର୍ଜାତୀୟ ବିମାନ ଏବଂ ୫ଟି ଜାତୀୟ ବିମାନର ସମୟ ପରିବର୍ତ୍ତନ କରାଯାଇଛି।ସେହିପରି ୧୨ରୁ ଅଧିକ ଟ୍ରେନ୍ ବିଳମ୍ବରେ ଦିଲ୍ଲୀ ପହଞ୍ଚିଛି।
ଭାରତୀୟ ପାଣିପାଗ ବିଭାଗ ଅନୁଯାୟୀ, ପାଲାମରେ ସର୍ବନିମ୍ନ ତାପମାତ୍ରା ୧୪ ଡିଗ୍ରୀ ସେଲସିୟସରେ ରେକର୍ଡ ହୋଇଥିବାବେଳେ ସଫଦରଜଙ୍ଗରେ ଏହା ୧୨.୨ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ଶନିବାର ସକାଳେ ତାପମାତ୍ରା ଯଥେଷ୍ଟ ହ୍ରାସ ପାଇଛି। ଯେଉଁଥିପାଇଁ ଦିଲ୍ଲୀର ଅନେକ ଅଞ୍ଚଳରେ ଅତ୍ୟଧିକ ଥଣ୍ଡା ରେକର୍ଡ କରାଯାଇଥିଲା ।