ନୂଆଦିଲ୍ଲୀ : କେନ୍ଦ୍ରୀୟ କର୍ମଚାରୀ ଏବଂ ପେନ୍ସନ୍ଧାରୀଙ୍କ ପାଇଁ କେନ୍ଦ୍ର ସରକାର ଖୁସି ଖବର ଆଣି ଦେଇଛନ୍ତି। ଆସନ୍ତା ଜୁଲାଇ ମାସଠାରୁ ଏହି କର୍ମଚାରୀମାନଙ୍କୁ ମହଙ୍ଗା ଭତ୍ତା ଦେବାକୁ କେନ୍ଦ୍ର ସରକାର ଘୋଷଣା କରିଛନ୍ତି। ଏଥିସହିତ ଖୁବଶୀଘ୍ର ବକେୟା ଭତ୍ତା ଦେବାକୁ ମଧ୍ୟ କେନ୍ଦ୍ର ସରକାର କହିଛନ୍ତି। କେନ୍ଦ୍ର ଅର୍ଥରାଷ୍ଟ୍ର ମନ୍ତ୍ରୀ ଅନୁରାଗ ଠାକୁର ଏ ସମ୍ପର୍କରେ ସଂସଦରେ ସୂଚନା ଦେଇଛନ୍ତି । ପୂର୍ବରୁ କରୋନା କାରଣରୁ ମହଙ୍ଗା ଭତ୍ତାର ତିନୋଟି ପର୍ଯ୍ୟାୟ ଦେୟ ଉପରେ ରୋକ ଲଗାଯାଇଥିଲା।
ଏଥିରେ ୧ ଜାନୁଆରୀ ୨୦୨୦, ୧ ଜୁଲାଇ ୨୦୨୦ ଏବଂ ୧ ଜାନୁଆରୀ ୨୦୨୧ର କିସ୍ତି ସାମିଲ ରହିଥିଲା। ତେବେ ଏହି କିସ୍ତିଗୁଡିକର ଦେୟ ତୁରନ୍ତ ପଇଠ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ଠାକୁର ସୂଚନ ଦେଇଥିବା ବେଳେ ସରକାରଙ୍କ ଏହି ନିଷ୍ପତ୍ତିକୁ ନେଇ ୫୦ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ୬୫ ଲକ୍ଷ ପେନ୍ସନ୍ଧାରୀ ଉପକୃତ ହେବେ ବୋଲି ସେ କହିଛନ୍ତି। ରାଜ୍ୟ ସଭାରେ ଏକ ଲିଖିତ ପ୍ରଶ୍ନର ଉତ୍ତର ରଖି ସେ କହିଛନ୍ତି ୨୦୨୧ ଜୁଲାଇ ୧ରେ ମହଙ୍ଗା ଭତ୍ତା ପଇଠ କରାଯିବା ସମୟରେ ପୂର୍ବ କିସ୍ତିକୁ ମିଶାଇ କର୍ମଚାରମାନଙ୍କୁ ଦିଆଯିବ ବୋଲି ସେ କହିଛନ୍ତି।