ପାନାଜୀ: ଏକ ଉଲ୍ଲେଖନୀୟ ଘଟଣାକ୍ରମରେ ଜଣେ ଡାକ୍ତରଙ୍କୁ ଖରାପ ବ୍ୟବହାର କରିବା ପରେ ଗୋଆ ସ୍ୱାସ୍ଥ୍ୟମନ୍ତ୍ରୀ ବିଶ୍ୱଜିତ୍ ରାଣେ ତାଙ୍କୁ କ୍ଷମା ମାଗିଛନ୍ତି। ହଠାତ୍ ରାଗି ଯାଇ ଏପରି ଆଚରଣ ପ୍ରଦର୍ଶନ କରିଥିଲି। ଏଥିପାଇଁ ବହୁତ ଦୁଃଖିତ ବୋଲି ସେ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଉଲ୍ଲେଖ କରିଛନ୍ତି। ସେ ଜୁନ୍ ୭ରେ ଗୋଆ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ (ଜିଏମ୍ସିଏଚ୍)କୁ ଅଚାନକ ଗସ୍ତ କରିଥିଲେ। ଜଣେ ରୋଗୀଙ୍କୁ ଖରାପ ବ୍ୟବହାର କରୁଥିବା ଅଭିଯୋଗରେ ଡ୍ୟୁଟିରେ ଥିବା ଡାକ୍ତର ରୁଦ୍ରେଶ କୁଟିକରଙ୍କୁ ଗାଳିଗୁଲଜ କରିଥିଲେ। ସେ ଡାକ୍ତରଙ୍କୁ ସସ୍ପେଣ୍ଡ କରିବାକୁ ଆଦେଶ ଦେଇଥିଲେ। ଏବେ ସେ ଏହାକୁ ପ୍ରତ୍ୟାହାର କରିନେଇଛନ୍ତି। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହୋଇଥିଲା। ସମାଜରେ ଡାକ୍ତରଙ୍କ ସ୍ଥାନ ଓ ପ୍ରତିଷ୍ଠା ସବୁବେଳେ ଉଚ୍ଚରେ ଥାଏ ବୋଲି ରାଣେ କହିଛନ୍ତି। ଏହି ଘଟଣାକୁ ରାଜନୀତିକରଣ କରା ନଯାଉ ବୋଲି ସେ ଅପିଲ୍ କହିଛନ୍ତି।
ଡାକ୍ତରଙ୍କୁ କ୍ଷମା ମାଗିଲେ ଗୋଆ ସ୍ୱାସ୍ଥ୍ୟମନ୍ତ୍ରୀ
ପାନାଜୀ: ଏକ ଉଲ୍ଲେଖନୀୟ ଘଟଣାକ୍ରମରେ ଜଣେ ଡାକ୍ତରଙ୍କୁ ଖରାପ ବ୍ୟବହାର କରିବା ପରେ ଗୋଆ ସ୍ୱାସ୍ଥ୍ୟମନ୍ତ୍ରୀ ବିଶ୍ୱଜିତ୍ ରାଣେ ତାଙ୍କୁ କ୍ଷମା ମାଗିଛନ୍ତି। ହଠାତ୍ ରାଗି ଯାଇ ଏପରି ଆଚରଣ ପ୍ରଦର୍ଶନ କରିଥିଲି। ଏଥିପାଇଁ ବହୁତ ଦୁଃଖିତ ବୋଲି ସେ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଉଲ୍ଲେଖ କରିଛନ୍ତି। ସେ ଜୁନ୍ ୭ରେ ଗୋଆ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ (ଜିଏମ୍ସିଏଚ୍)କୁ ଅଚାନକ ଗସ୍ତ କରିଥିଲେ। ଜଣେ ରୋଗୀଙ୍କୁ ଖରାପ ବ୍ୟବହାର କରୁଥିବା ଅଭିଯୋଗରେ ଡ୍ୟୁଟିରେ ଥିବା […]