ଭାଇ ପାଇଁ ଅଲଗା ହେଲେ ଲରେନ୍ସ ବିଷ୍ଣୋଇ ଓ ଗୋଲ୍ଡୀ ବ୍ରାର

ନୂଆଦିଲ୍ଲୀ :ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଓ ଗୋଲ୍ଡୀ ବ୍ରାର ମଧ୍ୟରେ ଫାଟ ସୃଷ୍ଟି ହୋଇଛି। ଲରେନ୍ସର ଭାଇ ଅନମୋଲ ବିଷ୍ଣୋଇ ପାଇଁ ଦୁଇ ବନ୍ଧୁ ଏବେ ବଇରୀ ପାଲଟି ଯାଇଛନ୍ତି। କିଛି ଦିନ ହେଲା ଉଭୟଙ୍କ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଛି। ଲରେନ୍ସ ବିଷ୍ଣୋଇ ଓ ବ୍ରାରର କିଛି ସହଯୋଗୀଙ୍କୁ ଜେରା କରିବା ପରେ ପୁଲିସକୁ ଏହି ବିବାଦ ସମ୍ପର୍କରେ ସୂଚନା ମିଳିଛି। ଲରେନ୍ସ ବିଷ୍ଣୋଇ ଏବେ ଅହମଦାବାର ସାବରମତି ଜେଲ୍‌ରେ ଥିବାବେଳେ ବ୍ରାର ପୁଲିସ୍‌ର ମୋଷ୍ଟୱାଣ୍ଟେଡ […]

ନୂଆଦିଲ୍ଲୀ :ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଓ ଗୋଲ୍ଡୀ ବ୍ରାର ମଧ୍ୟରେ ଫାଟ ସୃଷ୍ଟି ହୋଇଛି। ଲରେନ୍ସର ଭାଇ ଅନମୋଲ ବିଷ୍ଣୋଇ ପାଇଁ ଦୁଇ ବନ୍ଧୁ ଏବେ ବଇରୀ ପାଲଟି ଯାଇଛନ୍ତି। କିଛି ଦିନ ହେଲା ଉଭୟଙ୍କ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଛି। ଲରେନ୍ସ ବିଷ୍ଣୋଇ ଓ ବ୍ରାରର କିଛି ସହଯୋଗୀଙ୍କୁ ଜେରା କରିବା ପରେ ପୁଲିସକୁ ଏହି ବିବାଦ ସମ୍ପର୍କରେ ସୂଚନା ମିଳିଛି। ଲରେନ୍ସ ବିଷ୍ଣୋଇ ଏବେ ଅହମଦାବାର ସାବରମତି ଜେଲ୍‌ରେ ଥିବାବେଳେ ବ୍ରାର ପୁଲିସ୍‌ର ମୋଷ୍ଟୱାଣ୍ଟେଡ ତାଲିକାରେ ରହିଛି। ସେ ଆମେରିକାରେ ଲୁଚି ଆପରାଧିକ କାର୍ଯ୍ୟକଳାପରେ ସାମିଲ ରହିଛି। ଲରେନ୍ସ ମଧ୍ୟ ଜେଲ୍‌ରୁ ଅପରାଧ ଘଟାଉଛି।

ସୂଚନା ଅନୁଯାୟୀ ଲରେନ୍ସ ବିଷ୍ଣୋଇ ଠାରୁ ଅଲଗା ହେବା ପରେ ବ୍ରାର ଅଜରବୈଜାନ  ଗ୍ୟାଙ୍ଗଷ୍ଟର ରୋହିତ ଗୋଦାରା ସହ ହାତ ମିଳାଇଛି। ସେହିପରି ଲରେନ୍ସ କାନାଡାରୁ ରହି ଅପରାଧ ଘଟାଉଥିବା ନୋନି ରାଣା ଓରଫ ସୂର୍ଯ୍ୟ ପ୍ରତାପ ସହ ଚୁକ୍ତି କରିଛି। ଏହାକୁ ନେଇ ନିକଟରେ ପଞ୍ଜାବ, ରାଜସ୍ଥାନ, ହରିୟାଣା ଓ ଦିଲ୍ଲୀ ପୁଲିସ୍‌ର ବରିଷ୍ଠ ଅଧିକାରୀମାନେ ଜାତୀୟ ତଦନ୍ତକାରୀ ଏଜେନ୍ସି ସହ ବୈଠକ କରିଥିଲେ। ଗତବର୍ଷ ନଭେମ୍ବରରେ କାଲିଫର୍ଣ୍ଣିଆରେ ଅନମୋଲକୁ ଗିରଫ କରାଯିବା ପରେ ଦୁଇ ଗ୍ୟାଙ୍ଗଷ୍ଟରଙ୍କ ମଧ୍ୟରେ ତିକ୍ତତା ସୃଷ୍ଟି ହୋଇଥିଲା। ଅନମୋଲ ବେଆଇନ ଭାବେ ଆମେରିକାରେ ପ୍ରବେଶ କରୁଥିବାବେଳେ ଧରା ପଡ଼ିଥିଲା। ଅନମୋଲ ନାଁରେ ଅନେକ ହତ୍ୟା ମାମଲା ରହିଛି। ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ତଥା ଏନସିପି ନେତା ବାବା ସିଦ୍ଦିକୀଙ୍କ ହତ୍ୟା କାଣ୍ଡରେ ମଧ୍ୟ ସେ ସାମିଲ ଥିଲା। ଗିରଫ ହେବା ପରେ ତା’କୁ ପ୍ରତ୍ୟର୍ପଣ ପାଇଁ ଭାରତ ସରକାର ଅନୁରୋଧ କରିଛନ୍ତି।

About The Author: The Sakala