ଉତକ୍ଷେପଣର ମାତ୍ର ୫ ସେକେଣ୍ଡ ପୂର୍ବରୁ ସ୍ଥଗିତ ରହିଲା ଗଗନଯାନ ମିଶନର କ୍ରୁ ମଡ୍ୟୁଲ୍ ପରୀକ୍ଷଣ

ନୂଆଦିଲ୍ଲୀ: ଉତ୍‌କ୍ଷେପଣର ମାତ୍ର ୫ ସେକେଣ୍ଡ୍‌ ପୂର୍ବରୁ ସ୍ଥଗିତ ରହିଲା ଗଗନଯାନ ମିଶନର କ୍ରୁ ମଡ୍ୟୁଲ୍ ପରୀକ୍ଷଣ । ପରୀକ୍ଷଣକୁ ସ୍ଥଗିତ କରାଯାଇଥିବା ନେଇ ସୂଚନା ଦେଇଛନ୍ତି ଇସ୍ରୋ ମୁଖ୍ୟ ଏସ୍ ସୋମନାଥ । ବୈଷୟିକ ସମସ୍ୟା ଯୋଗୁଁ ପରୀକ୍ଷଣକୁ ସ୍ଥଗିତ କରାଯାଇଛି । ତେବେ ଉତ୍‌କ୍ଷେପଣ ସମୟରେ କେଉଁ ପ୍ରକାର ବୈଷୟିକ ସମସ୍ୟା ରହିଛି ତାହାର ନୀରିକ୍ଷଣ କରାଯିବ ଏବଂ ଏହାପରେ ଖୁବଶୀଘ୍ର ପୁଣିଥରେ ଏହାର ପରୀକ୍ଷଣ କରାଯିବ ବୋଲି କହିଛନ୍ତି ସୋମନାଥ । ଆନ୍ଧ୍ରପ୍ରଦେଶ […]

ନୂଆଦିଲ୍ଲୀ: ଉତ୍‌କ୍ଷେପଣର ମାତ୍ର ୫ ସେକେଣ୍ଡ୍‌ ପୂର୍ବରୁ ସ୍ଥଗିତ ରହିଲା ଗଗନଯାନ ମିଶନର କ୍ରୁ ମଡ୍ୟୁଲ୍ ପରୀକ୍ଷଣ । ପରୀକ୍ଷଣକୁ ସ୍ଥଗିତ କରାଯାଇଥିବା ନେଇ ସୂଚନା ଦେଇଛନ୍ତି ଇସ୍ରୋ ମୁଖ୍ୟ ଏସ୍ ସୋମନାଥ । ବୈଷୟିକ ସମସ୍ୟା ଯୋଗୁଁ ପରୀକ୍ଷଣକୁ ସ୍ଥଗିତ କରାଯାଇଛି । ତେବେ ଉତ୍‌କ୍ଷେପଣ ସମୟରେ କେଉଁ ପ୍ରକାର ବୈଷୟିକ ସମସ୍ୟା ରହିଛି ତାହାର ନୀରିକ୍ଷଣ କରାଯିବ ଏବଂ ଏହାପରେ ଖୁବଶୀଘ୍ର ପୁଣିଥରେ ଏହାର ପରୀକ୍ଷଣ କରାଯିବ ବୋଲି କହିଛନ୍ତି ସୋମନାଥ ।

ଆନ୍ଧ୍ରପ୍ରଦେଶ ଅନ୍ତର୍ଗତ ତିରୁପତି ଜିଲ୍ଲାରେ ଥିବା ଶ୍ରୀହରୀକୋଟାସ୍ଥିତ ସତୀଶ ଧୱନ୍‌ ମହାକାଶ କେନ୍ଦ୍ରରୁ ଆଜି ସକାଳ ୮ ରେ ଗଗନଯାନ ମିଶନର ଅଂଶ ଭାବେ ‘କ୍ରୁ ମଡ୍ୟୁଲ’ (ଟିଭି-ଡି୧)ର ପରୀକ୍ଷଣ କରିବ ବୋଲି ସମୟ ଧାର୍ଯ୍ୟ କରାଯାଇଥିଲା। ମାତ୍ର ପାଗ ଖରାପ ଯୋଗୁଁ ସମୟ ପରିବର୍ତ୍ତନ କରାଯାଇ ସକାଳ ୮.୩୦ରେ ଏହାର ପରୀକ୍ଷଣ କରାଯିବ ବୋଲି ‘ଇସ୍ରୋ’ ଘୋଷଣା କରିଥିଲା। ତା’ପରେ ଉତ୍‌କ୍ଷେପଣ ସମୟ ୮.୪୫ ବୋଲି ପୁଣି ଘୋଷଣା କରାଗଲା, ଏବଂ ଶେଷ ମୁହୂର୍ତ୍ତରେ ଯାନ୍ତ୍ରିକ ତ୍ରୁଟି ଦର୍ଶାଇ ଉତ୍‌କ୍ଷେପଣ ସମ୍ପୂର୍ଣ୍ଣ ସ୍ଥଗିତ ରଖାଯାଇଛି ବୋଲି ଘୋଷଣା କରାଗଲା।

ପୃଥିବୀ ପୃଷ୍ଠରୁ ଉତକ୍ଷେପଣ ପରେ କ୍ରିଉ ମଡ୍ୟୁଲ ରକେଟରୁ ଅଲଗା ହୋଇଥାନ୍ତା ଏବଂ ୧୭ କିଲୋମିଟର ଉଚ୍ଚରୁ ପ୍ୟାରାଚ୍ୟୁଟ ସାହାଯ୍ୟରେ ଏହି କ୍ରିଉ ମଡ୍ୟୁଲ ତଳକୁ ଖସିଥାନ୍ତା । କ୍ରିଉ ମଡ୍ୟୁଲ ଭିତରେ ପୃଥିବୀର ବାୟୁମଣ୍ଡଳ ଭଳି ପରିବେଶ ରହିଛି । ବିଭିନ୍ନ ପର୍ଯ୍ୟାୟରେ ୧୦ଟି ପ୍ୟାରାଚୁଟ ସହାୟତାରେ ଏହି କ୍ରିଉ ମଡ୍ୟୁଲ ତଳକୁ ଖସିବା ସହ ସମୁଦ୍ରରେ ପଡିଥାନ୍ତା । ଏହା ସଫଳ ହେବା ପରେ ଆଗାମୀ ଦିନରେ କ୍ରିଉ ମଡ୍ୟୁଲ ସାହାଯ୍ୟରେ ଚନ୍ଦ୍ର ଅବା ଅନ୍ୟ ଗ୍ରହକୁ ମଣିଷ ପଠାଇ ପୁଣି ତାଙ୍କୁ ଫେରାଇ ଅଣାଯାଇପାରିବ ବୋଲି ଏହି ପରୀକ୍ଷଣ କରାଯାଇଥାନ୍ତା ।

About The Author: The Sakala