ଆସନ୍ତା ଜୁନ ୨୩ରୁ ୟୁଏଇ ଓ ଭାରତ ମଧ୍ୟରେ ଆରମ୍ଭ ହେବ ବିମାନ ସେବା

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ ଯୋଗୁଁ ୟୁନାଇଟେଡ ଆରବ ଏମିରେଟସ ଓ ଭାରତ ମଧ୍ୟରେ ବନ୍ଦ ରହିଥିବା ବିମାନ ଉଡାଣ ସେବା ଆସନ୍ତା ୨୩ରୁ ପୁଣିଥରେ ଚାଲିବ । କଟକଣା ହଟିବା ପରେ ଦୁଇ ଦେଶ ମଧ୍ୟରେ ଚାଲିବ ବିମାନ ସେବା । ଏମିରେଟସ ପକ୍ଷରୁ କୁହାଯାଇଛି ଯେ ଆସନ୍ତା ୨୩ ତାରିଖରୁ ସାଉଥ ଆଫ୍ରିକା, ନାଇଜେରିଆ ଓ ଭାରତ ମଧ୍ୟରେ ବିମାନ ସେବା ଆରମ୍ଭ ହେବ। ୟୁଏଇ ଦ୍ବାରା ସ୍ବୀକୃତି ପ୍ରାପ୍ତ ଟିକାର ସମ୍ପୂର୍ଣ୍ଣ ଡୋଜ […]

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ ଯୋଗୁଁ ୟୁନାଇଟେଡ ଆରବ ଏମିରେଟସ ଓ ଭାରତ ମଧ୍ୟରେ ବନ୍ଦ ରହିଥିବା ବିମାନ ଉଡାଣ ସେବା ଆସନ୍ତା ୨୩ରୁ ପୁଣିଥରେ ଚାଲିବ । କଟକଣା ହଟିବା ପରେ ଦୁଇ ଦେଶ ମଧ୍ୟରେ ଚାଲିବ ବିମାନ ସେବା ।

ଏମିରେଟସ ପକ୍ଷରୁ କୁହାଯାଇଛି ଯେ ଆସନ୍ତା ୨୩ ତାରିଖରୁ ସାଉଥ ଆଫ୍ରିକା, ନାଇଜେରିଆ ଓ ଭାରତ ମଧ୍ୟରେ ବିମାନ ସେବା ଆରମ୍ଭ ହେବ। ୟୁଏଇ ଦ୍ବାରା ସ୍ବୀକୃତି ପ୍ରାପ୍ତ ଟିକାର ସମ୍ପୂର୍ଣ୍ଣ ଡୋଜ ନେଇଥିବା ଯାତ୍ରୀମାନେ ହିଁ ଦୁବାଇ ଯାଇପାରିବେ। ଏହା ସହ ଯାତ୍ରୀ ମାନଙ୍କ ପାଇଁ ୪୮ ଘଣ୍ଟା ପୂର୍ବର ନେଗେଟିଭ ଆରଟିପିସିଆର ରିପୋର୍ଟକୁ ମଧ୍ୟ ବାଧ୍ୟତାମୂଳକ କରାଯାଇଛି। କୋଭିଡ ପୂର୍ବରୁ ୟୁଏଇ ଓ ଭାରତ ମଧ୍ୟରେ ସପ୍ତାହରେ ୩୦୦ରୁ ଅଧିକ ବିମାନ ଯାତାୟତ କରୁଥିଲା । ହେଲେ କରୋନା ସଂକ୍ରମଣ ଯୋଗୁଁ ଗତ ଏପ୍ରିଲରୁ ବିମାନ ସେବା ବନ୍ଦ ରହିଥିଲା ।

About The Author: The Sakala