ଚଣ୍ଡିଗଡ : ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଅକାଳୀ ଦଳର ପ୍ରତିଷ୍ଠାତା ପ୍ରକାଶ ସିଂହ ବାଦଲଙ୍କର ପରଲୋକ ହୋଇଯାଇଛି। ମଙ୍ଗଳବାର ଦିନ ମୋହାଲିର ଏକ ଘରୋଇ ଡାକ୍ତରଖାନାରେ ତାଙ୍କର ଦେହାନ୍ତ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୯୫ ବର୍ଷ ବୟସ ହୋଇଥିଲା। ରବିବାର ଅସୁସ୍ଥତା କାରଣରୁ ତାଙ୍କୁ ମୋହାଲିର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି।
ପ୍ରକାଶ ସିଂହ ବାଦଲ ବୟସ ଜନିତ ରୋଗ ଓ ଶ୍ବାସକ୍ରିୟା ଜନିତ ରୋଗରେ ପୀଡ଼ିତ ଥିଲେ। ରବିବାର ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା। ସେଠାରେ ସେ ଆଇସିୟୁରେ ରହିଥିଲେ। ଡାକ୍ତରମାନେ ତାଙ୍କୁ ବଞ୍ଚାଇବା ପାଇଁ ବହୁତ ଚେଷ୍ଟା କରିଥିଲେ ହେଁ ଆଜି ସନ୍ଧ୍ୟା ୮.୨୮ରେ ତାଙ୍କର ପରଲୋକ ହୋଇଯାଇଛି।
ପଞ୍ଜାବର ୫ ଥର ମୁଖ୍ୟମନ୍ତ୍ରୀ ଥିଲେ ପ୍ରକାଶ ସିଂହ ବାଦଲ । ଶିରୋମଣି ଅକାଳୀ ଦଳ ( ବାଦଲ)ର ବରିଷ୍ଠ ନେତା ଥିଲେ ପ୍ରକାଶ ସିଂହ ବାଦଲ। ପ୍ରକାଶ ସିଂହ ବାଦଲଙ୍କ ଅନ୍ତିମ ସଂସ୍କାର ଜନ୍ମ ମାଟି ଭାଠିଣ୍ତାରେ ଅନୁଷ୍ଠିତ ହେବ। ଆସନ୍ତାକାଲି ତାଙ୍କର ଅନ୍ତ୍ୟେଷ୍ଟି କରାଯିବ ବୋଲି ଜଣାପଡ଼ିଛି।