୮୬ ବର୍ଷ ବୟସରେ ଦଶମ ପାସ୍‌ କଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଓମପ୍ରକାଶ ଚୌତାଲା

ଚଣ୍ଡିଗଡ: ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମପ୍ରକାଶ ଚୌତାଲା ୮୬ ବର୍ଷ ବୟସରେ ଦଶମ ଶ୍ରେଣୀ ଇଂରାଜୀ ପରୀକ୍ଷାରେ ପାସ କରିଛନ୍ତି। ଏହି ବିଷୟରେ ଫେଲ୍‌ ହୋଇଥିବା ଯୋଗୁଁ ସ୍କୁଲ ଶିକ୍ଷାବୋର୍ଡ ତାଙ୍କର ଦ୍ବାଦଶ ଶ୍ରେଣୀ ପରୀକ୍ଷା ଫଳକୁ ରୋକି ଦେଇଥିଲା। ଏହା ସୋମବାର ଜାରି କରାଯିବ ବୋଲି ଆଶା କରାଯାଉଛି। ଏଥିପାଇଁ ଚୌତାଲାଙ୍କୁ ବୋର୍ଡକୁ ଆବେଦନ କରିବାକୁ ପଡିବ। ସେ ଇଂରାଜୀରେ ୮୮ ମାର୍କ ରଖି ପାସ କରିଛନ୍ତି। ସେ ଦ୍ବାଦଶ ଶ୍ରେଣୀ ପରୀକ୍ଷାରେ କେତେ ମାର୍କ […]

ଚଣ୍ଡିଗଡ: ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମପ୍ରକାଶ ଚୌତାଲା ୮୬ ବର୍ଷ ବୟସରେ ଦଶମ ଶ୍ରେଣୀ ଇଂରାଜୀ ପରୀକ୍ଷାରେ ପାସ କରିଛନ୍ତି। ଏହି ବିଷୟରେ ଫେଲ୍‌ ହୋଇଥିବା ଯୋଗୁଁ ସ୍କୁଲ ଶିକ୍ଷାବୋର୍ଡ ତାଙ୍କର ଦ୍ବାଦଶ ଶ୍ରେଣୀ ପରୀକ୍ଷା ଫଳକୁ ରୋକି ଦେଇଥିଲା। ଏହା ସୋମବାର ଜାରି କରାଯିବ ବୋଲି ଆଶା କରାଯାଉଛି। ଏଥିପାଇଁ ଚୌତାଲାଙ୍କୁ ବୋର୍ଡକୁ ଆବେଦନ କରିବାକୁ ପଡିବ। ସେ ଇଂରାଜୀରେ ୮୮ ମାର୍କ ରଖି ପାସ କରିଛନ୍ତି। ସେ ଦ୍ବାଦଶ ଶ୍ରେଣୀ ପରୀକ୍ଷାରେ କେତେ ମାର୍କ ରଖୁଛନ୍ତି ତାହା ଦେଖିବାକୁ ବାକି ରହିଲା। ଶନିବାର ହରିୟାଣା ସ୍କୁଲ ଶିକ୍ଷା ବୋର୍ଡ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ ପ୍ରକାଶ କରିଛି। ବୋର୍ଡର ଅଧ୍ୟକ୍ଷ ଜଗବୀର ସିଂହ କହିଛନ୍ତି ଯେ ଚୌତାଲାଙ୍କୁ ଏ ସମ୍ବନ୍ଧରେ ସୂଚନା ଦିଆଯାଇସାରିଛି। ସେ ପଞ୍ଚକୁଲାରେ କର୍ମୀଙ୍କ ସମ୍ବୋଧନ କରି ନିଜ ଫଳାଫଳ ବିଷୟରେ ସୂଚନା ଦେଇଛନ୍ତି। ଦ୍ବାଦଶ ଶ୍ରେଣୀରେ ପାସ କରିବା ପାଇଁ ଇଂରାଜୀ ପାସ୍‌ କରିବା ଜରୁରୀ ଥିଲା। ଜେବିଟି ନିଯୁକ୍ତି ଦୁର୍ନୀତି ମାମଲାରେ ୨୦୧୩ ଜୁଲାଇରୁ ୨୦୨୧ ପର୍ଯ୍ୟନ୍ତ ଜେଲ ଦଣ୍ଡ ଭୋଗ କରିଥିଲେ। ଏହି ସମୟରେ ତିହାର ଜେଲରେ ପଢି ସେ ଦଶମ ପାସ କରିଥିଲେ। ସେହି ବର୍ଷ ସେ ହରିୟାଣାରେ ଦ୍ବାଦଶ ଶ୍ରେଣୀ ପରୀକ୍ଷା ମଧ୍ୟ ଦେଇଥିଲେ। କିନ୍ତୁ ନିୟମ ଅନୁଯାୟୀ ତାଙ୍କ ଫଳାଫଳକୁ ରୋକି ଦିଆଯାଇଥିଲା।

 

About The Author: The Sakala