ଆମେରିକା ପ୍ରେସିଡେନ୍‌ସିଆଲ ଡିବେଟ୍‌, ବାଇଡେନ୍‌ଙ୍କୁ ହରାଇଲେ ଟ୍ରମ୍ପ…

ୱାଶିଂଟନ: ନଭେମ୍ବରରେ ଆମେରିକା ରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଛି। ଏହାର ୫ ମାସ ପୂର୍ବରୁ ଶୁକ୍ରବାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ରାଷ୍ଟ୍ରପତି ଜୋ ବାଇଡେନଙ୍କ ମଧ୍ୟରେ ପ୍ରେସିଡେନ୍‌ସିଆଲ ଡିବେଟ ହୋଇଛି। ଏହା ସକାଳ (ଭାରତୀୟ ସମୟ) ୬ଟାରେ ଆରମ୍ଭ ହୋଇ ୮ଟାରେ ସରିଥିଲା। ଏହି ସମୟରେ ଉଭୟ ନେତା ୭୫ ମିନିଟ ପର୍ଯ୍ୟନ୍ତ ପରସ୍ପର ବିରୋଧରେ ଗୁରୁତର ଅଭିଯୋଗ ଲଗାଇ ଥିଲେ ଏବଂ ବ୍ୟକ୍ତିଗତ ଆକ୍ରମଣ କରିଥିଲେ। ଟ୍ରମ୍ପ ବାଇଡେନଙ୍କୁ ମଞ୍ଚୁରିଆନ କହିଥିଲେ ଏବଂ ଚୀନ୍‌ଠାରୁ […]

ୱାଶିଂଟନ: ନଭେମ୍ବରରେ ଆମେରିକା ରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଛି। ଏହାର ୫ ମାସ ପୂର୍ବରୁ ଶୁକ୍ରବାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ରାଷ୍ଟ୍ରପତି ଜୋ ବାଇଡେନଙ୍କ ମଧ୍ୟରେ ପ୍ରେସିଡେନ୍‌ସିଆଲ ଡିବେଟ ହୋଇଛି। ଏହା ସକାଳ (ଭାରତୀୟ ସମୟ) ୬ଟାରେ ଆରମ୍ଭ ହୋଇ ୮ଟାରେ ସରିଥିଲା। ଏହି ସମୟରେ ଉଭୟ ନେତା ୭୫ ମିନିଟ ପର୍ଯ୍ୟନ୍ତ ପରସ୍ପର ବିରୋଧରେ ଗୁରୁତର ଅଭିଯୋଗ ଲଗାଇ ଥିଲେ ଏବଂ ବ୍ୟକ୍ତିଗତ ଆକ୍ରମଣ କରିଥିଲେ। ଟ୍ରମ୍ପ ବାଇଡେନଙ୍କୁ ମଞ୍ଚୁରିଆନ କହିଥିଲେ ଏବଂ ଚୀନ୍‌ଠାରୁ ଟଙ୍କା ନେଉଥିବା ଅଭିଯୋଗ କରିଥିଲେ। ସେହିପରି ରାଷ୍ଟ୍ରପତି ବାଇଡେନ ବେଆଇନ ଟଙ୍କା ମାମଲାରେ ଟ୍ରମ୍ପଙ୍କୁ ଘେରିଥିଲେ। ପତ୍ନୀ ଗର୍ଭବତୀ ଥିବା ସମୟରେ ଟ୍ରମ୍ପ ପର୍ଣ୍ଣଷ୍ଟାରଙ୍କ ସହ ସମ୍ବନ୍ଧ ରଖିଥିବା ଅଭିଯୋଗ କରିଥିଲେ। ଏହି ବିତର୍କ ପରେ ବିଜୟ ପରାଜୟ ବିତର୍କ ଆରମ୍ଭ ହୋଇଯାଇଥିଲା। ଏଥିରେ ରାଷ୍ଟ୍ରପତି ବାଇଡେନ ପୂର୍ବତନ ରାଷ୍ଟ୍ରପତି ଟ୍ରମ୍ପଙ୍କଠାରୁ ହାରି ଯାଇଥିଲେ। ସିଏନଏନ, ନ୍ୟୁୟର୍କ ଟାଇମ୍ସ, ବିବିସି, ଅଲଜଜିରା ଏବଂ ୱାଶିଂଟନ ପୋଷ୍ଟ ଟ୍ରମ୍ପକୁ ବିଜେତା ଘୋଷଣା କରିଥିଲେ। ଏହା ସହିତ ଟ୍ରମ୍ପ ୪ ବର୍ଷ ତଳର ପ୍ରତିଶୋଧ ନେଇଥିଲେ।

ରପବ୍ଲିକାନ ପାର୍ଟିର ପ୍ରାର୍ଥୀ ଟ୍ରମ୍ପ ଏବଂ ଡେମୋକ୍ରାଟ୍ସ ବାଇଡେନଙ୍କ ମଧ୍ୟରେ ୪ ବର୍ଷରେ ଦ୍ବିତୀୟ ଥର ପାଇଁ ଏହି ମୁକାବିଲା ହୋଇଛି। ବିତର୍କ ଆରମ୍ଭ ହେବା ପୂର୍ବରୁ ଉଭୟେ ପରସ୍ପର ସହ ହାତ ମଧ୍ୟ ମିଶାଇ ନ ଥିଲେ। ଉଭୟେ ନିଜ ସ୍ଥାନକୁ ଯାଇ ବିତର୍କ ଆରମ୍ଭ କରିଥିଲେ। ସିଏନ୍‌ଏନ୍‌ ଷ୍ଟୁଡିଓରେ ପ୍ରବେଶ କରିବା ସମୟରେ ବାଇଡେନ ଟ୍ରମ୍ପକୁ ଦେଖି ହାତ ହଲାଇ ଥିଲେ ଏବଂ କେମିତି ଅଛ ବୋଲି ପଚାରି ଥିଲେ। ମାତ୍ର ଟ୍ରମ୍ପ କିଛି ନ କହି ଚୁପ୍‌ଚାପ୍‌ ନିଜ ସ୍ଥାନରେ ଯାଇ ଛିଡ଼ା ହୋଇଥିଲେ। ସିଏନ୍‌ଏନ୍‌ର ୨ ଜଣ ଉପସ୍ଥାପକ ଜେକ ଟେପର ଏବଂ ଡାନା ବୈସ ଏହାର ନେତୃତ୍ବ ନେଇଥିଲେ। ଉଭୟେ ଟ୍ରମ୍ପ ଏବଂ ବାଇଡେନଙ୍କୁ ବିଭିନ୍ନ ପ୍ରସଙ୍ଗରେ ପ୍ରଶ୍ନ ପଚାରି ଥିଲେ। ଜବାବ ଦେବା ପାଇଁ ଉଭୟଙ୍କୁ ୨ ମିନିଟ ଲେଖାଏଁ ସମୟ ଦେଇଥିଲେ। ନିଜ ପକ୍ଷ ରଖି ଅନ୍ୟକୁ ପ୍ରଶ୍ନ ପଚାରିବା ପାଇଁ ଗୋଟିଏ ମିନିଟ ଲେଖାଏଁ ସମୟ ମିଳିଥିଲା। ବିତର୍କ ସମୟରେ ବାଇଡେନ କାଶି କାଶି ଟ୍ରମ୍ପଙ୍କଠାରୁ ହାରି ଯାଇଥିଲେ।

About The Author: The Sakala