ଇରାକର ଏରବିଲ ସ୍ଥିତ ୟୁନିଭରସିଟି ହଷ୍ଟେଲରେ ଭୟାବହ ଅଗ୍ନିକାଣ୍ଡ; ୧୪ ଜୀବନ୍ତ ଦଗ୍ଧ, ୧୮ ଗୁରୁତର

ଇରାକ: ଇରାକର ଏରାବିଲ ସ୍ଥିତ ଏକ ୟୁନିଭରସିଟି ଡର୍ମିଟୋରୀରେ ଭୟାବହ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ୧୪ ଜଣ ଜୀବନ୍ତ ଦଗ୍ଧ ହୋଇଥିବାବେଳେ ୧୮ ଜଣ ଗୁରୁତର ଆହତ ହୋଇଛନ୍ତି । ଖବର ପାଇ ତୁରନ୍ତ ପୁଲିସ୍ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧର କାର୍ଯ୍ୟରେ ନିୟୋଜିତ ହୋଇଥିଲେ । ଉଦ୍ଧାରକାରୀ ଦଳ ବହୁ ଛାତ୍ରଙ୍କୁ ସୁରକ୍ଷିତ ଉଦ୍ଧାର କରିବା ସହ ବହୁ ପରିଶ୍ରମ ପରେ ନିଆଁକୁ ଆୟତ୍ତ କରିବାରେ ସକ୍ଷମ ହୋଇଥିଲେ। ଉଦ୍ଧାର ଛାତ୍ରଙ୍କ ମଧ୍ୟରୁ […]

ଇରାକ: ଇରାକର ଏରାବିଲ ସ୍ଥିତ ଏକ ୟୁନିଭରସିଟି ଡର୍ମିଟୋରୀରେ ଭୟାବହ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ୧୪ ଜଣ ଜୀବନ୍ତ ଦଗ୍ଧ ହୋଇଥିବାବେଳେ ୧୮ ଜଣ ଗୁରୁତର ଆହତ ହୋଇଛନ୍ତି । ଖବର ପାଇ ତୁରନ୍ତ ପୁଲିସ୍ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧର କାର୍ଯ୍ୟରେ ନିୟୋଜିତ ହୋଇଥିଲେ । ଉଦ୍ଧାରକାରୀ ଦଳ ବହୁ ଛାତ୍ରଙ୍କୁ ସୁରକ୍ଷିତ ଉଦ୍ଧାର କରିବା ସହ ବହୁ ପରିଶ୍ରମ ପରେ ନିଆଁକୁ ଆୟତ୍ତ କରିବାରେ ସକ୍ଷମ ହୋଇଥିଲେ। ଉଦ୍ଧାର ଛାତ୍ରଙ୍କ ମଧ୍ୟରୁ ୧୮ ଜଣଙ୍କୁ ଗୁରୁତର ଅବସ୍ଥାରେ ତୁରନ୍ତ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। ଡର୍ମିଟୋରୀରେ ଅଧ୍ୟାପକ ଓ ଛାତ୍ରଛାତ୍ରୀ ରହୁଥିବା ସୂଚନା ମିଳିଛି । ସୋରାନ ସହରସ୍ଥିତ ଏହି ବିଶ୍ବବିଦ୍ୟାଳୟରେ ଘଟିଥିବା ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ମୃତକଙ୍କ ମଧ୍ୟରେ ଅଧିକାଂଶ ଅଧ୍ୟାପକ ଓ ଛାତ୍ରଛାତ୍ରୀ ଥିବା ଜଣାଯାଇଛି ।

ତେବେ ସର୍ଟ ସର୍କିଟ ଯୋଗୁଁ ୟୁନିଭରସିଟିରେ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ୟୁନିଭରସିଟିର ତୃତୀୟ ଏବଂ ଚତୁର୍ଥ ମହଲାରେ ନିଆଁ ଲାଗିଯାଇଥିଲା । ଏହି ବିଲିଡିଂରେ ଛାତ୍ର ଏବଂ ଶିକ୍ଷକ ରହୁଥିଲେ । ନିଆଁ ଚାହୁଁ ଚାହୁଁ ବିଲିଡିଂର ଚାରିଆଡେ ଲାଗିଯାଇଥିଲା । ଅଗ୍ନିକାଣ୍ଡରେ ମୃତ୍ୟୁବରଣ କରିଥିବା ୧୪ଟି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଯାଇଛି ।

About The Author: The Sakala