ଛଡିଶଗଡ: ଛତିଶଗଡ କାଙ୍କେର ଜିଲ୍ଲାରେ ସୁରକ୍ଷାକର୍ମୀ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ । ବର୍ତ୍ତମାନ ପୁରା ଅଞ୍ଚଳରେ ସର୍ଚ୍ଚ ଅପରେଶନ ଜାରି ରହିଥିବା ବେଳେ ଗୁଳି ବିନିମୟରେ ସେଠାରେ ଥିବା ମାଓ କ୍ୟାମ୍ପ ସମ୍ପୁର୍ଣ୍ଣ ଧ୍ଵଂସ ହୋଇଯାଇଥିବା ଜଣା ପଡ଼ିଛି।
ଛତିଶଗଡ କାଙ୍କେର ଜିଲ୍ଲା ଅନନ୍ତଗଡ ଜଙ୍ଗଲରେ କିଛି ନକ୍ସଲ କ୍ୟାମ୍ପ କରିଥିବା ସୂଚନା ପାଇ ସୁରକ୍ଷାକର୍ମୀଙ୍କ ପକ୍ଷରୁ ପୁରା ଜଙ୍ଗଲରେ ସର୍ଚ୍ଚ ଅପରେସନ୍ ହୋଇଥିଲା । ସର୍ଚ୍ଚ ଅପରେସନ ବେଳେ ଉଭୟ ସୁରକ୍ଷାକର୍ମୀ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ଆରମ୍ଭ ହୋଇଥିଲା । ଦୀର୍ଘ ସମୟ ଧରି ଗୁଳିବିନିମୟ ଚାଲିଥିବା ବେଳେ ସୁରକ୍ଷାକର୍ମୀଙ୍କ ଦ୍ଵାରା ପୁରା ନକ୍ସଲକ୍ୟାମ୍ପ ଧ୍ଵଂସ ହୋଇଥିବା ସୂଚନା ମିଳିଛି । ତେବେ ଏଥିରେ କେହି ମୃତାହତ ହୋଇନଥିବା ଜଣାପଡିଛି ।
ସୂଚନାଯୋଗ୍ୟ ଯେ, ଗତକାଲି ନାରାୟଣପୁରରେ ନକ୍ସଲମାନେ ହତ୍ୟାକାଣ୍ଡ ଘଟାଇଥିଲେ ଓ ଜଣେ ବିଜେପି ନେତାଙ୍କୁ ହତ୍ୟା କରିଥିଲେ।