କାଶ୍ମୀରରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ଗୁଳି ବିନିମୟ : ଜଣେ ସେନା ଅଧିକାରୀ ସମେତ ୪ ଯବାନ ସହିଦ

ନୂଆଦିଲ୍ଲୀ : କାଶ୍ମୀର ଡୋଡାରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ଗୁଳି ବିନିମୟ। ଆତଙ୍କବାଦୀଙ୍କ ସହ ଗୁଳି ବିନିମୟରେ ୪ ଯବାନ ସହିଦ। ଜଣେ ସେନା ଅଧିକାରୀ ସମେତ ୪ ଯବାନ ସହିଦ ହୋଇଥିବା ସୂଚନା ମିଳିଛି। ଗତକାଲି ଗୁଳିବିନିମୟ ବେଳେ ୫ ସୁରକ୍ଷାକର୍ମୀ ଗୁରୁତର ହୋଇଥିଲେ। ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ୪ ଜଣ ସହିଦ ହୋଇଥିବା ଖବର ଆସିଛି। ଖବର ସରବରାହ ସଂସ୍ଥା ଏଏନଆଇର ରିପୋର୍ଟ ଅନୁସାରେ ରାଷ୍ଟ୍ରୀୟ ରାଇଫଲ ଓ ଜମ୍ମୁ-କାଶ୍ମୀର ପୁଲିସର ମିଳିତ ସର୍ଚ୍ଚ ଅପରେସନ୍ […]

ନୂଆଦିଲ୍ଲୀ : କାଶ୍ମୀର ଡୋଡାରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ଗୁଳି ବିନିମୟ। ଆତଙ୍କବାଦୀଙ୍କ ସହ ଗୁଳି ବିନିମୟରେ ୪ ଯବାନ ସହିଦ। ଜଣେ ସେନା ଅଧିକାରୀ ସମେତ ୪ ଯବାନ ସହିଦ ହୋଇଥିବା ସୂଚନା ମିଳିଛି। ଗତକାଲି ଗୁଳିବିନିମୟ ବେଳେ ୫ ସୁରକ୍ଷାକର୍ମୀ ଗୁରୁତର ହୋଇଥିଲେ। ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ୪ ଜଣ ସହିଦ ହୋଇଥିବା ଖବର ଆସିଛି।

ଖବର ସରବରାହ ସଂସ୍ଥା ଏଏନଆଇର ରିପୋର୍ଟ ଅନୁସାରେ ରାଷ୍ଟ୍ରୀୟ ରାଇଫଲ ଓ ଜମ୍ମୁ-କାଶ୍ମୀର ପୁଲିସର ମିଳିତ ସର୍ଚ୍ଚ ଅପରେସନ୍ ସମୟରେ ଏହି ଗୁଳିବିନିମୟ ହୋଇଥିଲା। ଏଥିରେ ସେନାର ଜଣେ କ୍ୟାପ୍ଟେନଙ୍କ ସମେତ ୪ ଜଣ ସହିଦ ହୋଇଛନ୍ତି। ଗତକାଲିଠାରୁ ଜମ୍ମୁ କାଶ୍ମୀର ଡୋଡାରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ଗୁଳି ବିନିମୟ ଚାଲିଥିଲା। ତେବେ ଏହି ଘଟଣାରେ ଅଞ୍ଚଳକୁ ସିଲ୍ କରି ସୁରକ୍ଷାକର୍ମୀଙ୍କ ଜୋରଦାର ସର୍ଚ୍ଚ ଅପରେସନ ଜାରି ରହିଛି।


ଅନ୍ୟପଟେ ସେନାର ଅଧିକାରୀ କହିଛନ୍ତି ଯେ ଜମ୍ମୁ କାଶ୍ମୀର ପୁଲିସର ରାଷ୍ଟ୍ରିୟ ରାଇଫଲ୍ସ ଏବଂ ସ୍ପେଶାଲ ଅପରେସନ୍ ଗ୍ରୁପ୍‌ର ଯବାନମାନେ ରାତି ପ୍ରାୟ ୭.୪୫ ସମୟରେ ଦେଶା ଜଙ୍ଗଲ ଅଞ୍ଚଳର ଧାରୀ ଗୋଟେ ଉର୍ବାଗିରେ ମିଳିତ ଘେରାବନ୍ଦି କରି ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ୨୦ ମିନିଟରୁ ଅଧିକ ସମୟ ଧରି ଚାଲିଥିବା ଗୁଳି ବିନିମୟରେ ଜଣେ ଅଧିକାରୀଙ୍କ ସମେତ ୪ ଜଣ ସେନା କର୍ମଚାରୀ ଏବଂ ଜଣେ ପୋଲିସ କର୍ମଚାରୀ ଆହତ ହୋଇଥିଲେ। ତେବେ ଆହତମାନଙ୍କୁ ଡାକ୍ତରଖାନା ଭର୍ତ୍ତି କରାଯାଇଥିଲା। ଯେଉଁଠାରେ ସେମାନଙ୍କ ଅବସ୍ଥା ଗୁରୁତର ରହିଥିଲା ​​ଏବଂ ସେମାନଙ୍କ ମଧ୍ୟରୁ ୪ଜଣଙ୍କର ମୃତ୍ୟୁ ଘଟିଛି।

ସେପଟେ ଆତଙ୍କବାଦୀ ସଙ୍ଗଠନ କଶ୍ମୀର ଟାଇଗର୍ସ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି। ପାକିସ୍ତାନୀ ଆତଙ୍କବାଦୀ ସଙ୍ଗଠନ ଜୈସ- ଇ- ମହମ୍ମଦ ସହ ଏହି ସଙ୍ଗଠନର ସମ୍ପର୍କ ଥିବା ଜଣାଯାଇଛି।

About The Author: The Sakala