ହିଟ୍ ଆଣ୍ଡ୍ ରନ୍ ମାମଲାରେ ୨ ଲକ୍ଷ ଟଙ୍କାକୁ ବଢ଼ିପାରେ କ୍ଷତିପୂରଣ ରାଶି

ନୂଆଦିଲ୍ଲୀ: ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ପାଇଁ ସରକାର କ୍ଷତିପୂରଣ ରାଶି ବୃଦ୍ଧି କରିବେ। ଯେଉଁ ହିଟ୍ ଆଣ୍ଡ୍ ରନ୍ ଘଟଣାରେ ସମ୍ପୃକ୍ତ ଗାଡି ଚିହ୍ନଟ ହୋଇପାରୁ ନାହିଁ, ସେଭଳି ମାମଲାରେ କ୍ଷତିପୂରଣ ରାଶି ଆଠ ଗୁଣ ବୃଦ୍ଧି ହୋଇପାରେ । ଏ ସମ୍ପର୍କିତ ନିୟମକୁ ସଡ଼କ ପରିବହନ ମନ୍ତ୍ରାଳୟ ଚୂଡାନ୍ତ ରୂପ ଦେଇଥିବା ଜଣାପଡିଛି । ସେହିଭଳି ବୀମାଭୁକ୍ତ ଯାନ ସହିତ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଏବଂ ଗୁରୁତର ଆହତ ହେଲେ, ‘ନୋ ଫଲ୍ଟ […]

ନୂଆଦିଲ୍ଲୀ: ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ପାଇଁ ସରକାର କ୍ଷତିପୂରଣ ରାଶି ବୃଦ୍ଧି କରିବେ। ଯେଉଁ ହିଟ୍ ଆଣ୍ଡ୍ ରନ୍ ଘଟଣାରେ ସମ୍ପୃକ୍ତ ଗାଡି ଚିହ୍ନଟ ହୋଇପାରୁ ନାହିଁ, ସେଭଳି ମାମଲାରେ କ୍ଷତିପୂରଣ ରାଶି ଆଠ ଗୁଣ ବୃଦ୍ଧି ହୋଇପାରେ । ଏ ସମ୍ପର୍କିତ ନିୟମକୁ ସଡ଼କ ପରିବହନ ମନ୍ତ୍ରାଳୟ ଚୂଡାନ୍ତ ରୂପ ଦେଇଥିବା ଜଣାପଡିଛି । ସେହିଭଳି ବୀମାଭୁକ୍ତ ଯାନ ସହିତ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଏବଂ ଗୁରୁତର ଆହତ ହେଲେ, ‘ନୋ ଫଲ୍ଟ ଲାଏବିଲିଟି’ ନିୟମ ଅନୁସାରେ କ୍ଷତିପୂରଣ ୧୦ ଗୁଣ ବୃଦ୍ଧି ପାଇବ ।

କ୍ଷତିପୂରଣ ରାଶି ବୃଦ୍ଧି କରିବାର ଉଦ୍ଦେଶ୍ୟ ହେଉଛି ପୀଡିତ ଏବଂ ସେମାନଙ୍କ ପରିବାରକୁ ଶୀଘ୍ର ରିଲିଫ ଯୋଗାଇବା । ସୂଚନା ଅନୁଯାୟୀ, ଯେକୌଣସି ହିଟ୍ ଏବଂ ରନ୍ ମାମଲାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କୁ ଏଣିକି ୨ ଲକ୍ଷ ଟଙ୍କା କ୍ଷତିପୂରଣ ମିଳିବ । ଏବେ ଏଭଳି ଘଟଣାର ଶିକାର ଲୋକଙ୍କୁ ୨୫,୦୦୦ ଟଙ୍କା କ୍ଷତିପୂରଣ ମିଳୁଛି। ଏଥିସହ ଗୁରୁତର ଆହତ ହେଲେ ୫୦,୦୦୦ ଟଙ୍କା ପ୍ରଦାନ କରାଯିବ। ଗୁରୁତର ଆହତମାନଙ୍କୁ ବର୍ତ୍ତମାନ ୧୨,୫୦୦ ଟଙ୍କା ଅନୁକମ୍ପା ରାଶି ପ୍ରଦାନ କରାଯାଇଛି।

୨୦୧୯ର ସରକାରୀ ତଥ୍ୟ ଅନୁଯାୟୀ ଦେଶରେ ହିଟ୍ ଆଣ୍ଡ୍ ରନ୍ ଘଟଣାରେ ୨୯,୩୫୪ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୬୮,୭୫୧ ଜଣ ଲୋକ ଆହତ ହୋଇଛନ୍ତି। ଯେହେତୁ ଏପରି ଘଟଣାରେ ଦୋଷୀ ଧରାପଡ଼ି ନଥାଏ, ତେଣୁ ସରକାର ଏକ ମୋଟର ଯାନ ଦୁର୍ଘଟଣା ପାଣ୍ଠି ସୃଷ୍ଟି କରିବେ ଏବଂ ଏଥିରୁ କ୍ଷତିପୂରଣ ପ୍ରଦାନ କରାଯିବ।

About The Author: The Sakala