ଦିଦିଙ୍କୁ ଝଟକା : ନିର୍ବାଚନୀ ପ୍ରଚାର ଉପରେ ୨୪ ଘଣ୍ଟା ରୋକ୍‌ ଲଗାଇଲେ ନିର୍ବାଚନ କମିଶନ

କୋଲକତା : ମମତା ବାନାର୍ଜୀଙ୍କୁ ପ୍ରଚାର କରିବାକୁ ବ୍ୟାନ ଲଗାଇଲେ ଭାରତୀୟ ନିର୍ବାଚନ କମିଶନ। ଆଜି ରାତି ୮ଟାରୁ କାଲି ରାତି ୮ଟା ପର୍ଯ୍ୟନ୍ତ ୨୪ ଘଣ୍ଟା ପାଇଁ କୌଣସି ନିର୍ବାଚନ ପ୍ରଚାର କରିପାରିବେନି ଦିଦି।  ଏହି ସମୟରେ ଦିଦି ପ୍ରଚାର ମୈଦାନକୁ ଓହ୍ଲାଇପାରିବେ ନାହିଁ । ନିର୍ବାଚନ ନିୟମ ଉଲ୍ଲଂଘନ କରିଥିବାରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିରୋଧରେ ନିଆଗଲା କଡ଼ା କାର୍ଯ୍ୟାନୁଷ୍ଠାନ। ନିୟମ ଉଲ୍ଲଂଘନର ଦଣ୍ଡ ସ୍ବରୂପ ଦିଦିଙ୍କ ନିର୍ବାଚନ ପ୍ରଚାର ଉପରେ ପ୍ରତିବନ୍ଧକ ଲଗାଇଛନ୍ତି […]

କୋଲକତା : ମମତା ବାନାର୍ଜୀଙ୍କୁ ପ୍ରଚାର କରିବାକୁ ବ୍ୟାନ ଲଗାଇଲେ ଭାରତୀୟ ନିର୍ବାଚନ କମିଶନ। ଆଜି ରାତି ୮ଟାରୁ କାଲି ରାତି ୮ଟା ପର୍ଯ୍ୟନ୍ତ ୨୪ ଘଣ୍ଟା ପାଇଁ କୌଣସି ନିର୍ବାଚନ ପ୍ରଚାର କରିପାରିବେନି ଦିଦି।  ଏହି ସମୟରେ ଦିଦି ପ୍ରଚାର ମୈଦାନକୁ ଓହ୍ଲାଇପାରିବେ ନାହିଁ । ନିର୍ବାଚନ ନିୟମ ଉଲ୍ଲଂଘନ କରିଥିବାରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିରୋଧରେ ନିଆଗଲା କଡ଼ା କାର୍ଯ୍ୟାନୁଷ୍ଠାନ। ନିୟମ ଉଲ୍ଲଂଘନର ଦଣ୍ଡ ସ୍ବରୂପ ଦିଦିଙ୍କ ନିର୍ବାଚନ ପ୍ରଚାର ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ନିର୍ବାଚନ କମିଶନ।


ପଶ୍ଚିମବଙ୍ଗ ନିର୍ବାଚନ ପାଇଁ ସେଠାରେ ମୁତୟନ ଥିବା କେନ୍ଦ୍ରୀୟ ସୁରକ୍ଷା ବଳକୁ ଘେରାଉ କରିବା ପାଇଁ ଜନତାଙ୍କୁ ଉସୁକାଇବା ଏବଂ ମୁସଲିମ ‌ଭୋଟକୁ ନେଇ ଦିଦି ଦେଇଥିବା ମନ୍ତବ୍ୟ ପାଇଁ ଏହି ଦଣ୍ଡ ତାଙ୍କୁ ଦିଆଯାଇଛି ବୋଲି ଜଣାପଡିଛି। ଏପ୍ରିିଲ ୭ ଏବଂ ୮ରେ ଦିଦି ଦେଇଥିବା ମନ୍ତବ୍ୟ ପାଇଁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଆଗକୁ ଏଭଳି ନକରିବାକୁ ନିର୍ବାଚନ କମିଶନ ପକ୍ଷରୁ କୁହାଯାଇଛି।

About The Author: The Sakala