ଭୂମିକମ୍ପରେ ଥରିଲା ଦିଲ୍ଲୀ : ଗାଜିଆବାଦ, ନୋଇଡ଼ାରେ ଝଟ୍‌କା ଅନୁଭୂତ,ରିକ୍ଟର ସ୍କେଲରେ ତୀବ୍ରତା ୫.୪

ନୂଆଦିଲ୍ଲୀ : ଭୂମିକମ୍ପରେ ଥରିଲା ଜାତୀୟ ରାଜଧାନୀ ଦିଲ୍ଲୀ। ରାଜଧାନୀ ଦିଲ୍ଲୀ ଅଞ୍ଚଳ (ଏନସିଆର)ରେ ଶନିବାର ଭୂମିକମ୍ପ ଅନୁଭୂତ ହୋଇଛି। ସ୍ଥାନୀୟ ସମୟ ସନ୍ଧ୍ୟା ୭ଟା ବାଜି ୫୭ ମିନିଟ୍‌ରେ ଭୂମିକମ୍ପ ପ୍ରାୟ ୫୪ ସେକେଣ୍ଡ ପର୍ଯ୍ୟନ୍ତ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ କମ୍ପନର ତୀବ୍ରତା ୫.୪ ବୋଲି ଜଣାପଡିଛି। ଗାଜିଆବାଦ, ନୋଇଡ଼ାରେ ମଧ୍ୟ ଭୂମିକମ୍ପର ଝଟକା ଅନୁଭୂତ ହୋଇଥିଲା। ଭୟରେ ଲୋକ ଅଫିସ ଓ ଘରୁ ବାହାରକୁ ଦୌଡ଼ିଥିଲେ। ତେବେ ସପ୍ତାହକ ଭିତରେ ଏହା ଦ୍ବିତୀୟ […]

ନୂଆଦିଲ୍ଲୀ : ଭୂମିକମ୍ପରେ ଥରିଲା ଜାତୀୟ ରାଜଧାନୀ ଦିଲ୍ଲୀ। ରାଜଧାନୀ ଦିଲ୍ଲୀ ଅଞ୍ଚଳ (ଏନସିଆର)ରେ ଶନିବାର ଭୂମିକମ୍ପ ଅନୁଭୂତ ହୋଇଛି। ସ୍ଥାନୀୟ ସମୟ ସନ୍ଧ୍ୟା ୭ଟା ବାଜି ୫୭ ମିନିଟ୍‌ରେ ଭୂମିକମ୍ପ ପ୍ରାୟ ୫୪ ସେକେଣ୍ଡ ପର୍ଯ୍ୟନ୍ତ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ କମ୍ପନର ତୀବ୍ରତା ୫.୪ ବୋଲି ଜଣାପଡିଛି। ଗାଜିଆବାଦ, ନୋଇଡ଼ାରେ ମଧ୍ୟ ଭୂମିକମ୍ପର ଝଟକା ଅନୁଭୂତ ହୋଇଥିଲା। ଭୟରେ ଲୋକ ଅଫିସ ଓ ଘରୁ ବାହାରକୁ ଦୌଡ଼ିଥିଲେ। ତେବେ ସପ୍ତାହକ ଭିତରେ ଏହା ଦ୍ବିତୀୟ ଥର ପାଇଁ ଭୂମିକମ୍ପ ଅନୁଭୂତ ହୋଇଛି।  ଏହି ଭୂମିକମ୍ପର ଉତ୍ପତି ସ୍ଥଳ ନେପାଳର ସିଲଙ୍ଗାରେ ଥିବା କୁହାଯାଇଛି।

ଏହାପୂର୍ବରୁ ଆଜି ଅପରାହ୍ନ ୪ଟା ବାଜି ୨୫ ମିନିଟ୍‌ରେ ଉତ୍ତରାଖଣ୍ଡର ଋଷିକେଶରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୩.୪ ଥିଲା। । କମ୍ପନ ଅନୁଭୂତ ହେବା ମାତ୍ରେ ଲୋକେ ନିଜ ନିଜ ଘରୁ ଓ କାର୍ଯ୍ୟାଳୟରୁ ବାହାରକୁ ଚାଲି ଆସିଥିଲେ।ତେବେ ଏହି କମ୍ପନ ଯୋଗୁ କେଉଁଠି ଧନଜୀବନ ହାନୀର ସୂଚନା ନାହିଁ। ଏହା ପୂର୍ବରୁ ଗତ ବୁଧବାର ମଧ୍ୟ ଉତ୍ତରାଖଣ୍ଡରେ ଭୂମିକମ୍ପ ଅନୁଭୂତ ହୋଇଥିଲା।ବୁଧବାର ସକାଳ ୬ଟା ୨୭ ମିନିଟ୍‌ରେ ଅନୁଭୂତ ହୋଇଥିବା କମ୍ପନର ତୀବ୍ରତା ୪.୩ ମ୍ୟାଗ୍ନେଚ୍ୟୁଡ ମପାଯାଇଥିଲା। ଭୂମିକମ୍ପର କେନ୍ଦ୍ର ଭୂ-ଗର୍ଭର ୫ କିଲୋମିଟର ଗଭୀରରେ ଥିଲା। ଏହା ପରେ ମଙ୍ଗଳବାର ରାତିରେ ଦିଲ୍ଲୀ ସମେତ ଏନସିଆର ଓ ଉତ୍ତର ଭାରତରେ କମ୍ପନ ଅନୁଭୂତ ହୋଇଥିଲା। ତେବେ ଆଜିର ଭୂମିକମ୍ପ ପରେ ଲୋକେ ବଡ଼ ଧରଣର କମ୍ପନ ନେଇ ଆତଙ୍କିତ ହୋଇପଡିଛନ୍ତି।

ଭୂମିକମ୍ପର ଝଟକା ଦିଲ୍ଲୀ ସମେତ ନୋଏଡା, ଗାଜିଆବାଦ ଓ ବିଜନୋରରେ ମଧ୍ୟ ଅନୁଭୂତ ହୋଇଛି। ଘରଦ୍ୱାର ଥରି ଉଠିବା ଯୋଗୁ ଲୋକେ ଘର ଓ କାର୍ୟ୍ୟାଳୟରୁ ବାହାରକୁ ଦୌଡି ପଳାଇଆସିଥିଲେ। ତେବେ ଭୂମିକମ୍ପଯୋଗୁ ଅଚାନକ କ୍ଷୟକ୍ଷତିର ସୂଚନା ମିଳି ନାହିଁ।

About The Author: The Sakala