ଇଣ୍ଡୋନେସିଆରେ ବଡ ଧରଣର ଭୂକମ୍ପ ଅନୁଭୂତ; ୪୪ ମୃତ, ୩୦୦ରୁ ଉର୍ଦ୍ଧ୍ବ ଆହତ

ଇଣ୍ଡୋନେସିଆ: ଭୟଙ୍କର ଭୂକମ୍ପରେ ଥରିଲା ଇଣ୍ଡୋନେସିଆ । ଇଣ୍ଡୋନେସିଆର ରାଜଧାନୀ ଜାକର୍ତ୍ତାରୁ ଦକ୍ଷିଣପଶ୍ଚିମ ଦିଗରେ ୭୫ କି.ମି ଦୂର ଜାଭା ଦ୍ୱୀପର ସିଆନଞ୍ଜୁରରେ ୫.୬ ତୀବ୍ରତାର ଭୂମିକମ୍ପ ହୋଇଛି। ୧୦ କି.ମି ଗଭୀରରେ ଏହା କେନ୍ଦ୍ରୀଭୂତ ହୋଇଛି। ଭୂମିକମ୍ପରେ ପ୍ରାୟ ୪୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୦୦ରୁ ଅଧିକ ଆହତ ହୋଇଛନ୍ତି। ତେବେ ଅନେକ ଲୋକ ଧ୍ବଂସସ୍ତୁପ ତଳେ ଚାପିହୋଇ ରହିଥିବାରୁ ମୃତ୍ୟୁ ସଂଖ୍ୟା ଆହୁରି ବଢିପାରେ ବୋଲି ସୂଚନା ରହିଛି । ଭୂମିକମ୍ପରେ ବହୁ […]

ଇଣ୍ଡୋନେସିଆ: ଭୟଙ୍କର ଭୂକମ୍ପରେ ଥରିଲା ଇଣ୍ଡୋନେସିଆ । ଇଣ୍ଡୋନେସିଆର ରାଜଧାନୀ ଜାକର୍ତ୍ତାରୁ ଦକ୍ଷିଣପଶ୍ଚିମ ଦିଗରେ ୭୫ କି.ମି ଦୂର ଜାଭା ଦ୍ୱୀପର ସିଆନଞ୍ଜୁରରେ ୫.୬ ତୀବ୍ରତାର ଭୂମିକମ୍ପ ହୋଇଛି। ୧୦ କି.ମି ଗଭୀରରେ ଏହା କେନ୍ଦ୍ରୀଭୂତ ହୋଇଛି। ଭୂମିକମ୍ପରେ ପ୍ରାୟ ୪୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୦୦ରୁ ଅଧିକ ଆହତ ହୋଇଛନ୍ତି। ତେବେ ଅନେକ ଲୋକ ଧ୍ବଂସସ୍ତୁପ ତଳେ ଚାପିହୋଇ ରହିଥିବାରୁ ମୃତ୍ୟୁ ସଂଖ୍ୟା ଆହୁରି ବଢିପାରେ ବୋଲି ସୂଚନା ରହିଛି ।

ଭୂମିକମ୍ପରେ ବହୁ ଘରଦ୍ୱାର ଭାଙ୍ଗି ପଡ଼ିଛି। ରାସ୍ତାଘାଟ ମଧ୍ୟ ବ୍ୟାପକ କ୍ଷିୟକ୍ଷତି ଘଟିଛି। ଅନେକ କୋଠା ଓ ଅଫିସ ଭୁଶୁଡ଼ି ପଡ଼ିଥିବାରୁ ବହୁ ଲୋକେ ଭିତରେ ଫସି ରହିଛନ୍ତି। ସିଆଞ୍ଜୁର ପ୍ରଶାସନର ମୁଖ୍ୟ ହର୍ମାନସୁହେମାନ କହିଛନ୍ତି ଯେ, ମୁଁ ବର୍ତ୍ତମାନ ପାଇଥିବା ସୂଚନା ଅନୁଯାୟୀ, କେବଳ ଡାକ୍ତରଖାନାରେ ପ୍ରାୟ ୪୪ ଜଣଙ୍କର ମୃତ୍ୟୁ ଘଟିଛି । ଅତି କମରେ ୩୦୦ ଲୋକେ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି। ଧ୍ବଂସଵିଧ୍ଵଂସ ହୋଇପଡ଼ିଥିବା କୋଠା ଭିତରେ ଅନେକ ଲୋକ ଫସି ରହିଥିବା ଜଣପଡିଛି । ତେଣୁ ମୃତ୍ୟୁ ଓ ଆହତଙ୍କ ସଂଖ୍ୟା ବଢ଼ିବା ନେଇ ଆଶଙ୍କା କରାଯାଉଛି ବୋଲି ସେ କହିଛନ୍ତି। ଜାକର୍ତ୍ତାଠାରୁ ୭୫ କି.ମି ଦୂର ଦକ୍ଷିଣରେ ଅବସ୍ଥିତ ସିଆଞ୍ଜୁର ଭୂକମ୍ପର କେନ୍ଦ୍ରସ୍ଥଳ ଜଣାପଡ଼ିଛି।

About The Author: The Sakala