ନୂଆଦିଲ୍ଲୀ : ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଡି ଓ୍ଵାଇ ଚନ୍ଦ୍ରଚୂଡ ମଙ୍ଗଳବାର ସକାଳେ ସୁପ୍ରିମକୋର୍ଟରେ ଏପରି କିଛି ଘଟିଥିଲା ଯେଉଁଥିରେ ରାଗିଯାଇଥିଲେ। ରାଗି ଯିବା ପରେ ଜଣେ ଓକିଲଙ୍କୁ ଭର୍ତ୍ସନା କରିବା ସହ ଅସନ୍ତୋଷ ବ୍ୟକ୍ତ କରି ପ୍ରଧାନ ବିଚାରପତି ଜଷ୍ଟିସ ଡି ଓ୍ଵାଇ ଚନ୍ଦ୍ରଚୂଡ ଓକିଲଙ୍କୁ କହିଥିଲେ ଯେ ‘ମୋର ଅଧିକାର ସହ ଖେଳ ନାହିଁ’। ତେବେ କଣ ପାଇଁ ରାଗିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଡି ଓ୍ଵାଇ ଚନ୍ଦ୍ରଚୂଡ? କାହିଁକି ଓକିଲଙ୍କୁ ଭର୍ତ୍ସନା କଲେ?
ତେମେ ମିଳିଥିବା ସୂଚନା ଅନୁସାରେ ପ୍ରତ୍ୟେକ ଦିନ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତିଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ସୁପ୍ରିମକୋର୍ଟରେ ପାଖାପାଖି ୧୦୦ ମାମଲାର ଣୁଣାଣି କରନ୍ତି। ମଙ୍ଗଳବାର ପ୍ରଧାନ ବିଚାରପତିଙ୍କ ନେତୃତ୍ୱାଧୀନ ବେଞ୍ଚ ଏହି କାମ କରୁଥିବା ବେଳେ ଜଣେ ଓକିଲ ନିଜ ମାମଲାର ଶୀଘ୍ର ଶୁଣାଣି ପାଇଁ କହିଥିଲେ। ଏହାପରେ ପ୍ରଧାନ ବିଚାରପତିଙ୍କ କହିଥିଲେ କି ତାଙ୍କ ମାମଲାଟି ଏପ୍ରିଲ ୧୭ ତାରିଖର ଶୁଣାଣି ପାଇଁ ତାଲିକାଭୁକ୍ତ ହୋଇସାରିଛି। ଥରେ ମନା କରିବା ପରେ ମଧ୍ୟ ଯେତେବେଳେ ସେହି ଓକିଲ ଜଣଙ୍କ ରାଜି ହୋଇନଥିଲେ, ଏହାକୁ ନେଇ ପ୍ରଧାନ ବିଚାରପତି ରାଗିଯାଇଥିଲେ।
ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଡି ଓ୍ଵାଇ ଚନ୍ଦ୍ରଚୂଡଙ୍କ ବେଞ୍ଚରେ ଜଷ୍ଟିସ୍ ପିଏସ୍ ନରସିଂହ ଏବଂ ଜଷ୍ଟିସ୍ ଜେ.ବି ପାରଦୀୱାଲା ଅନ୍ତର୍ଭୁକ୍ତ ଥିଲେ। ଏହି ବେଞ୍ଚ ମାମଲା ଶୁଣାଣି କରିବା ସମୟରେ ଉକ୍ତ ଓକିଲ ନିଜ ମାମଲାର ତ୍ବରିତ ଶୁଣାଣି ପାଇଁ କହିଥିଲେ।ତେବେ ପ୍ରଧାନ ବିଚାରପତି ଏହି ମାମଲା ଏପ୍ରିଲ୍ ୧୭ରେ ଶୁଣାଣି କରିବାକୁ ପୂର୍ବରୁ ହିଁ ତାଲିକାଭୁକ୍ତ କରିସାରିଥିଲେ । ତଥାପି ଓକିଲ ଶୀଘ୍ର ତାରିଖ ଦେବାକୁ ଦାବି କରିଥିଲେ । ପ୍ରଧାନ ବିଚାରପତି ତାଙ୍କୁ ମନା କରିଥିଲେ ମଧ୍ୟ ଓକିଲ ଜଣକ ରାଜି ହୋଇନଥିଲେ ।ପ୍ରଧାନ ବିଚାରପତି ଓକିଲଙ୍କୁ କହିଥିଲେ, ଆମେ ୧୭ ଏପ୍ରିଲ୍ ତାରିଖ ଦେଉଛୁ । ୧୭ ତାରିଖ ଦିନ ଏହାର ଶୁଣାଣି ହେବ ଆଗୁଆ ଡେଟ୍ ପାଇଁ ଏହାକୁ ଅନ୍ୟ କୌଣସି ସ୍ଥାନରେ ଉଲ୍ଲେଖ କରନ୍ତୁ ନାହିଁ ।
ପ୍ରଧାନ ବିଚାରପତି ଜଷ୍ଟିସ ଡି ଓ୍ଵାଇ ଚନ୍ଦ୍ରଚୂଡ ତାଙ୍କୁ ବୁଝାଇବା ପରେ ମଧ୍ୟ ସେ ରାଜି ହୋଇ ନଥିଲେ। ଓକିଲ ଜଣଙ୍କ କହିଥିଲେ ମୋତେ କ୍ଷମା କରନ୍ତୁ, ଆପଣ ଯଦି ଆଜି ଶୁଣାଣି କରିବେ ନାହିଁ ତେବେ ମତେ ଅନୁମତି ଦିଅନ୍ତି। ମୁଁ ଏହି ମାମଲାକୁ ଅନ୍ୟ କୌଣସି ବେଞ୍ଚ ଆଗରେ ଉପସ୍ଥାପନ କରିବି। ଯାହା ପରେ ପ୍ରଧାନ ବିଚାରପତି ଜଷ୍ଟିସ ଡି ଓ୍ଵାଇ ଚନ୍ଦ୍ରଚୂଡ ରାଗିଯାଇଥିଲେ।
ଓକିଲଙ୍କୁ ଭର୍ତ୍ସନା କରି ପ୍ରଧାନ ବିଚାରପତି କହିଥିଲେ ଯେ ତୁମେ ମଧ୍ୟ ମୋତେ କ୍ଷମା କର, କିନ୍ତୁ ମୋର ଅଧିକାର ସହ ଖେଳ ନାହିଁ। ମୋ ସହିତ କୌଣସି ଖେଳ ଖେଳନ୍ତୁ ନାହିଁ । ଆପଣଙ୍କୁ ଏକ ନିଦ୍ଧିଷ୍ଟ ତାରିଖ ଦିଆଯାଇ ସାରିଛି। ଏହି ମାମଲକୁ ଆଉ କୌଣସି ବେଞ୍ଚକୁ ସ୍ଥାନାନ୍ତର କରାଯାଇପାରିବ ନାହିଁ।