ଚୀନ୍‌ କବ୍‌ଜାରେ ଲଦାଖର ୪ ହଜାର ବର୍ଗକିମି ଜମି; କେନ୍ଦ୍ର ସରକାରଙ୍କୁ ଦିଲ୍ଲୀ ହାଇକୋର୍ଟଙ୍କ ନୋଟିସ

ନୂଆଦିଲ୍ଲୀ: ଭାରତରେ ଚୀନ୍‌ ସେନାର ଅନୁପ୍ରବେଶକୁ ନେଇ ଦିଲ୍ଲୀ ହାଇକୋର୍ଟ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରିଛନ୍ତି। ସ୍ବରାଷ୍ଟ୍ର, ପ୍ରତିରକ୍ଷା ଏବଂ ବିଦେଶ ମନ୍ତ୍ରାଳୟକୁ ଜବାବ ମାଗିଛନ୍ତି। ଜାନୁଆରୀ ୮ରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ। ବିଜେପି ନେତା ସୁବ୍ରମଣ୍ୟନ ସ୍ବାମୀଙ୍କ ଆବେଦନ ଉପରେ ଏହି ନୋଟିସ ଜାରି କରାଯାଇଛି। ଚୀନ୍‌ ସେନା ଲଦାଖର ୪ ହଜାର ବର୍ଗ କିମି ଜମି ହଡ଼ପ କରି ନେଇଛି ବୋଲି କହିଛନ୍ତି। ଏହାକୁ ନେଇ ସେ ଗତ ବର୍ଷ […]

ନୂଆଦିଲ୍ଲୀ: ଭାରତରେ ଚୀନ୍‌ ସେନାର ଅନୁପ୍ରବେଶକୁ ନେଇ ଦିଲ୍ଲୀ ହାଇକୋର୍ଟ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରିଛନ୍ତି। ସ୍ବରାଷ୍ଟ୍ର, ପ୍ରତିରକ୍ଷା ଏବଂ ବିଦେଶ ମନ୍ତ୍ରାଳୟକୁ ଜବାବ ମାଗିଛନ୍ତି। ଜାନୁଆରୀ ୮ରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ। ବିଜେପି ନେତା ସୁବ୍ରମଣ୍ୟନ ସ୍ବାମୀଙ୍କ ଆବେଦନ ଉପରେ ଏହି ନୋଟିସ ଜାରି କରାଯାଇଛି। ଚୀନ୍‌ ସେନା ଲଦାଖର ୪ ହଜାର ବର୍ଗ କିମି ଜମି ହଡ଼ପ କରି ନେଇଛି ବୋଲି କହିଛନ୍ତି। ଏହାକୁ ନେଇ ସେ ଗତ ବର୍ଷ ନଭେମ୍ବର ମାସରେ ଆର୍‌ଟିଆଇ ଦାଏର କରି ଜବାବ ମାଗିଥିଲେ। କୌଣସି ଜବାବ ନ ମିଳିବାରୁ ସୁବ୍ରମଣ୍ୟନ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ସେ ଚୀନ୍‌ କବ୍ଜାର ସୂଚନା ସହିତ ଜମିର ନକ୍ସା ବିଷୟରେ ବିସ୍ତୃତ ସୂଚନା ମାଗିଥିଲେ। ତେବେ ଆବେଦନକୁ ଅଲଗା ଅଲଗା ବିଭାଗକୁ ହସ୍ତାନ୍ତର କରିଦିଆଯାଇଥିଲା।

About The Author: The Sakala