‘ଅକ୍ସିଜେନ୍ ସପ୍ଲାଇରେ ଯିଏ ବାଧା ଦେବ ଲଟକାଇ ଦେବୁ’- ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ: ଦେଶରେ କରୋନା ମହାମାରୀ ସମୟରେ ବିଭିନ୍ନ ରାଜ୍ଯରେ ଅକ୍ସିଜେନ ଅଭାବ ଦେଖାଦେଇଛି। ଦିଲ୍ଲୀର ଅକ୍ସିଜେନ୍ ସଂକଟ ନେଇ ଶୁଣାଣି ବେଳେ ଦିଲ୍ଲୀ ହାଇକୋର୍ଟ ଏକ ବଡ଼ ଟିପ୍ପଣୀ ଦେଇଛନ୍ତି। କେନ୍ଦ୍ର, ରାଜ୍ୟ ଅଥବା କୌଣସି ଅଧିକାରୀ ଅକ୍ସିଜେନ୍ ଯୋଗାଣରେ ଅସୁବିଧା ସୃଷ୍ଟି କଲେ ଆମେ ସେହି ବ୍ୟକ୍ତିଙ୍କୁ ଲଟକାଇ ଦେବୁ । ଜଷ୍ଟିସ୍ ବିପିନ୍ ସାଂଘି ଓ ଜଷ୍ଟିସ୍ ରେଖା ପଲ୍ଲୀଙ୍କ ଖଣ୍ଡପୀଠ ଏଭଳି ଟିପ୍ପଣୀ କରିଛନ୍ତି । ମହାରଜା ଅଗ୍ରସେନ୍ ହସ୍ପିଟାଲର ଏକ ଆବେଦନର […]

ନୂଆଦିଲ୍ଲୀ: ଦେଶରେ କରୋନା ମହାମାରୀ ସମୟରେ ବିଭିନ୍ନ ରାଜ୍ଯରେ ଅକ୍ସିଜେନ ଅଭାବ ଦେଖାଦେଇଛି। ଦିଲ୍ଲୀର ଅକ୍ସିଜେନ୍ ସଂକଟ ନେଇ ଶୁଣାଣି ବେଳେ ଦିଲ୍ଲୀ ହାଇକୋର୍ଟ ଏକ ବଡ଼ ଟିପ୍ପଣୀ ଦେଇଛନ୍ତି। କେନ୍ଦ୍ର, ରାଜ୍ୟ ଅଥବା କୌଣସି ଅଧିକାରୀ ଅକ୍ସିଜେନ୍ ଯୋଗାଣରେ ଅସୁବିଧା ସୃଷ୍ଟି କଲେ ଆମେ ସେହି ବ୍ୟକ୍ତିଙ୍କୁ ଲଟକାଇ ଦେବୁ । ଜଷ୍ଟିସ୍ ବିପିନ୍ ସାଂଘି ଓ ଜଷ୍ଟିସ୍ ରେଖା ପଲ୍ଲୀଙ୍କ ଖଣ୍ଡପୀଠ ଏଭଳି ଟିପ୍ପଣୀ କରିଛନ୍ତି । ମହାରଜା ଅଗ୍ରସେନ୍ ହସ୍ପିଟାଲର ଏକ ଆବେଦନର ଶୁଣାଣି ବେଳେ ଖଣ୍ଡପୀଠ ଏଭଳି ମନ୍ତବ୍ୟ ଦେଇଛନ୍ତି । ହସ୍ପିଟାଲରେ ଗମ୍ଭୀର କରୋନା ଆକ୍ରାନ୍ତଙ୍କୁ ଅକ୍ସିଜେନ୍ ନିଅଣ୍ଟକୁ ନେଇ କୋର୍ଟ ଏଭଳି ମତ ଦେଇଛନ୍ତି ।

ଅଦାଲତ ଦିଲ୍ଲୀ ସରକାରଙ୍କୁ ପଚାରିଛନ୍ତି କୁହନ୍ତି କିଏ ଅକ୍ସିଜେନ୍ ପରିବହନରେ ବାଧା ଦେଉଛନ୍ତି । ଖଣ୍ଡପୀଠ କହିଛନ୍ତି- ‘ଆମେ ସେହି ବ୍ୟକ୍ତିଙ୍କୁ ଟାଙ୍ଗି ଦେବୁ । ଆମେ କାହିରିକୁ ବି ଛାଡ଼ିବୁ ନାହିଁ ।’ ସ୍ଥାନୀୟ ପ୍ରଶାସନର ସେଭଳି ଅଧିକାରୀଙ୍କ ସମ୍ପର୍କରେ ଦିଲ୍ଲୀ ସରକାର କେନ୍ଦ୍ର ସରକାରଙ୍କୁ ଜଣାନ୍ତୁ । ଫଳରେ କେନ୍ଦ୍ର ସରକାର ଅଧିକାରୀଙ୍କ ବିରୋଧରେ କାର୍ଯ୍ଯାନୁଷ୍ଠାନ ନେଇପାରିବ ।

About The Author: The Sakala