କରୋନା ନେଗେଟିଭ ରିପୋର୍ଟ ନ ଥିଲେ ଦିଲ୍ଲୀକୁ ଅନୁମତି ନାହିଁ, ୫ ରାଜ୍ଯ ଉପରେ ଲାଗିଲା କଟକଣା

ନୂଆଦିଲ୍ଲୀ: ସାରା ଦେଶରେ କରୋନା ସଂକ୍ରମଣ ପୁଣି ବୃଦ୍ଧି ଘଟିଛି। କରୋନା ମାମଲା ପାଇଁ ସତର୍କତା ଅବଲମ୍ବନ କରିଛନ୍ତି ଦିଲ୍ଲୀ ସରକାର। ଫେବୃଆରୀ ୨୬ରୁ ମାର୍ଚ୍ଚ ୧୫ ପର୍ଯ୍ଯନ୍ତ ରାଜଧାନୀକୁ ଆସୁଥିବା ପାଞ୍ଚଟି ରାଜ୍ୟରୁ ଲୋକଙ୍କୁ ସେମାନଙ୍କ କରୋନା ନଗେଟିଭ ରିପୋର୍ଟ ଦେଖାଇବାକୁ ପଡିବ ବୋଲି ଦିଲ୍ଲୀ ସରକାର ଏକ ନିର୍ଦ୍ଦେଶ ଜାରି କରିଛନ୍ତି। ଉକ୍ତ ପାଞ୍ଚ ରାଜ୍ୟ ଗୁଡିକ ହେଲେ କେରଳ, ମହାରାଷ୍ଟ୍ର, ଛତିଶଗଡ, ମଧ୍ୟପ୍ରଦେଶ ଏବଂ ପଞ୍ଜାବ। ରିପୋର୍ଟ ଅନୁଯାୟୀ, ୮୦ ପ୍ରତିଶତରୁ ଅଧିକ […]

ନୂଆଦିଲ୍ଲୀ: ସାରା ଦେଶରେ କରୋନା ସଂକ୍ରମଣ ପୁଣି ବୃଦ୍ଧି ଘଟିଛି। କରୋନା ମାମଲା ପାଇଁ ସତର୍କତା ଅବଲମ୍ବନ କରିଛନ୍ତି ଦିଲ୍ଲୀ ସରକାର। ଫେବୃଆରୀ ୨୬ରୁ ମାର୍ଚ୍ଚ ୧୫ ପର୍ଯ୍ଯନ୍ତ ରାଜଧାନୀକୁ ଆସୁଥିବା ପାଞ୍ଚଟି ରାଜ୍ୟରୁ ଲୋକଙ୍କୁ ସେମାନଙ୍କ କରୋନା ନଗେଟିଭ ରିପୋର୍ଟ ଦେଖାଇବାକୁ ପଡିବ ବୋଲି ଦିଲ୍ଲୀ ସରକାର ଏକ ନିର୍ଦ୍ଦେଶ ଜାରି କରିଛନ୍ତି। ଉକ୍ତ ପାଞ୍ଚ ରାଜ୍ୟ ଗୁଡିକ ହେଲେ କେରଳ, ମହାରାଷ୍ଟ୍ର, ଛତିଶଗଡ, ମଧ୍ୟପ୍ରଦେଶ ଏବଂ ପଞ୍ଜାବ।

ରିପୋର୍ଟ ଅନୁଯାୟୀ, ୮୦ ପ୍ରତିଶତରୁ ଅଧିକ କରୋନା ମାମଲା ଏହି ପାଞ୍ଚଟି ରାଜ୍ୟରୁ ଆସୁଥିବା ଲୋକଙ୍କଠାରେ ଦେଖିବାକୁ ମିଳିଛି। ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ଏହି ପଦକ୍ଷେପ ନେଇଛନ୍ତି। ଏହି ପାଞ୍ଚଟି ରାଜ୍ୟର ନୋଡାଲ ଅଧିକାରୀଙ୍କୁ ଦିଲ୍ଲୀ ଯାଉଥିବା ଯାତ୍ରୀଙ୍କ ୭୨ ଘଣ୍ଟିଆ RT-PCR ପରୀକ୍ଷା କରିବାକୁ କୁହାଯାଇଛି।

ଦିଲ୍ଲୀ ସରକାରଙ୍କ ଏହି ଆଦେଶ ୨୬ ଫେବୃଆରୀ ରାତି ୧୨ ଟାରୁ ୧୫ ମାର୍ଚ୍ଚ ଅପରହ୍ଣ ୧୨ ପର୍ଯ୍ଯନ୍ତ ବଳବତ୍ତର ରହିବ। ରେଳ, ବିମାନ, ବସ୍ ଇତ୍ୟାଦି ପରିବହନ ଧାରା ଦ୍ୱାରା ଦିଲ୍ଲୀ ଆସୁଥିବା ଯାତ୍ରୀମାନଙ୍କ ପାଇଁ ଏହି ଆଦେଶ ପ୍ରଯୁଜ୍ୟ ହେବ। ଏଠାରେ ଉଲ୍ଲେଖଯୋଗ୍ୟ ଯେ, କାରରେ ଦିଲ୍ଲୀ ଆସୁଥିବା ଯାତ୍ରୀମାନଙ୍କ ପାଇଁ ଏହି ଆଦେଶ ଲାଗୁ ହେବ ନାହିଁ।

ଏହାପୂର୍ବରୁ ଉତ୍ତରପ୍ରଦେଶ ସରକାର ମଧ୍ୟ ଗୁଜୁରାଟ ସମେତ ଏହି ପାଞ୍ଚଟି ରାଜ୍ୟରୁ ଆସୁଥିବା ଯାତ୍ରୀମାନଙ୍କ ପାଇଁ କରୋନାର ଏକ ନେଗେଟିଭ ରିପୋର୍ଟ ବା RT-PCR ପରୀକ୍ଷା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଦିଲ୍ଲୀ ସରକାର କରୋନାଙ୍କ ନୂଆ ଷ୍ଟ୍ରେନ୍ ପାଇଁ ବହୁତ ସତର୍କ ଏବଂ ପୂର୍ବରୁ ଅନେକ ବ୍ୟବସ୍ଥା କରିସାରିଛନ୍ତି । ସେଥିମଧ୍ୟରୁ ଲୋକନାୟକ ଜୟପ୍ରକାଶ ଡାକ୍ତରଖାନାରେ ଏକ ସ୍ୱତନ୍ତ୍ର କରୋନା ୱାର୍ଡ ସୃଷ୍ଟି କରିଛନ୍ତି।

About The Author: The Sakala