କରୋନାରେ ମୃତ୍ଯୁ ଘଟିଥିଲେ ପରିବାରକୁ ମିଳିବ ସହାୟତା- କେଜରିଓ୍ୱାଲ

ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ୱାଲଙ୍କ ବଡ ଘୋଷଣା କରିଛନ୍ତି । ଯେଉଁମାନଙ୍କ କରୋନାରେ ମୃତ୍ୟୁ ହୋଇଛି ସେମାନଙ୍କ ପରିଜନଙ୍କୁ ୫୦ ହଜାରର ସହାୟତା ରାଶି ପ୍ରଦାନ କରିବେ ଦିଲ୍ଲୀ ସରକାର । ଏହି ଅବସରରେ କେଜରିଓ୍ୱାଲ ଆଉ ୨ଟି ବଡ ଘୋଷଣା ମଧ୍ଯ କରିଛନ୍ତି । ଯେଉମାନେ ଅନାଥ ଅର୍ଥାତ ବାପା ମାଆ ଛେଉଣ୍ଡ ହୋଇଯାଇଛନ୍ତି ତାଙ୍କୁ ୨୫ ବର୍ଷ ହେବା ଯାଏଁ ପ୍ରତିମାସରେ ସରକାର ୨୫୦୦ ହଜାର ଲେଖାଏଁ ପ୍ରଦାନ କରାଯିବ। कोरोना […]

ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ୱାଲଙ୍କ ବଡ ଘୋଷଣା କରିଛନ୍ତି । ଯେଉଁମାନଙ୍କ କରୋନାରେ ମୃତ୍ୟୁ ହୋଇଛି ସେମାନଙ୍କ ପରିଜନଙ୍କୁ ୫୦ ହଜାରର ସହାୟତା ରାଶି ପ୍ରଦାନ କରିବେ ଦିଲ୍ଲୀ ସରକାର । ଏହି ଅବସରରେ କେଜରିଓ୍ୱାଲ ଆଉ ୨ଟି ବଡ ଘୋଷଣା ମଧ୍ଯ କରିଛନ୍ତି । ଯେଉମାନେ ଅନାଥ ଅର୍ଥାତ ବାପା ମାଆ ଛେଉଣ୍ଡ ହୋଇଯାଇଛନ୍ତି ତାଙ୍କୁ ୨୫ ବର୍ଷ ହେବା ଯାଏଁ ପ୍ରତିମାସରେ ସରକାର ୨୫୦୦ ହଜାର ଲେଖାଏଁ ପ୍ରଦାନ କରାଯିବ।


ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ କରୋନାରେ ଯେଉଁମାନେ ଟଙ୍କା ରୋଜଗାର କରି ନିଜ ପରିବାର ଚଳାଉଥିଲେ ସେମାନଙ୍କୁ ମଧ୍ୟ ପ୍ରତି ମାସରେ କିଛି ପରିମାଣ ସହାୟତା ଦିଆଯିବ । ତେବେ ଏଭଳି ଲୋକଙ୍କ ପରିବାରକୁ କେତେ ରାଶି ଦିଆଯିବ ବୋଲି ସେ ସ୍ପଷ୍ଟ କରିନାହାଁନ୍ତି । ଏହି ଘୋଷଣା କରିବାବେଳେ ମୁଖ୍ୟମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ ଯେଉଁମାନେ କାଗଜପତ୍ର ଯାଞ୍ଚ କରିବାକୁ ଯିବେ ସେମାନେ କାଗଜପତ୍ରରେ କୌଣସି ମାର୍କ ରଖିବା ଉଚିତ ନୁହେଁ । କାରଣ କରୋନା ମୃତ୍ୟୁ ହେତୁ ସମ୍ପର୍କୀୟମାନେ ପୂର୍ବରୁ ଦୁଃଖିତ ଅଛନ୍ତି।

About The Author: The Sakala