ଏସିଆରେ ଦ୍ରୁତଗତିରେ ବ୍ୟାପୁଛି କରୋନା, ସିଙ୍ଗାପୁରରୁ ୧୪ ହଜାର ନୂଆ ରୋଗୀ ଚିହ୍ନଟ

ସିଙ୍ଗାପୁର: କରୋନା ଭୂତାଣୁ ପୁଣି କାୟା ବିସ୍ତାର କରିବାରେ ଲାଗିଛି। ଏସିଆର ଅନେକ ଦେଶରେ ଏହି ସଂକ୍ରମଣ ଦ୍ରୁତଗତିରେ ବଢ଼ିବାରେ ଲାଗିଛି। ସିଙ୍ଗାପୁର, ହଂକଂ, ଚୀନ୍‌ ଏବଂ ଥାଇଲାଣ୍ଡ ଭଳି ଦେଶରେ ଏହା ଚିନ୍ତା ବଢ଼ାଇଲାଣି । ଏବେ ଓମିକ୍ରନର ନୂଆ ପ୍ରଜାତି ଜେଏନ୍‌୧ ଏବଂ ଏହାର ଉପ-ପ୍ରଜାତି ଏଲଏଫ୭, ଏନବି୧.୮ ଯୋଗୁଁ ସଂକ୍ରମଣ ବୃଦ୍ଧି ପାଉଥିବା କୁହାଯାଉଛି। ଏହି ଭୂତାଣୁ ସିଙ୍ଗାପୁରରେ ଅଣାୟତ୍ତ ପରିସ୍ଥିତି ସୃଷ୍ଟି କରିଛି। କେବଳ ମେ’ ମାସ ପ୍ରାରମ୍ଭରେ ୧୪ ହଜାରରୁ […]

ସିଙ୍ଗାପୁର: କରୋନା ଭୂତାଣୁ ପୁଣି କାୟା ବିସ୍ତାର କରିବାରେ ଲାଗିଛି। ଏସିଆର ଅନେକ ଦେଶରେ ଏହି ସଂକ୍ରମଣ ଦ୍ରୁତଗତିରେ ବଢ଼ିବାରେ ଲାଗିଛି। ସିଙ୍ଗାପୁର, ହଂକଂ, ଚୀନ୍‌ ଏବଂ ଥାଇଲାଣ୍ଡ ଭଳି ଦେଶରେ ଏହା ଚିନ୍ତା ବଢ଼ାଇଲାଣି । ଏବେ ଓମିକ୍ରନର ନୂଆ ପ୍ରଜାତି ଜେଏନ୍‌୧ ଏବଂ ଏହାର ଉପ-ପ୍ରଜାତି ଏଲଏଫ୭, ଏନବି୧.୮ ଯୋଗୁଁ ସଂକ୍ରମଣ ବୃଦ୍ଧି ପାଉଥିବା କୁହାଯାଉଛି। ଏହି ଭୂତାଣୁ ସିଙ୍ଗାପୁରରେ ଅଣାୟତ୍ତ ପରିସ୍ଥିତି ସୃଷ୍ଟି କରିଛି। କେବଳ ମେ’ ମାସ ପ୍ରାରମ୍ଭରେ ୧୪ ହଜାରରୁ ଅଧିକ ମାମଲା ସାମ୍‌ନାକୁ ଆସିଛି। ଏପ୍ରିଲ ଶେଷରେ ଏହି ସଂଖ୍ୟା ୧୧,୧୦୦ ଥିଲା। ଏବେ ମାମଲା ୨୮ ପ୍ରତିଶତ ବୃଦ୍ଧି ପାଇଛି। ସେହିପରି ହସ୍ପିଟାଲରେ ଭର୍ତ୍ତି ହେବା ସଂଖ୍ୟା ୩୦ ପ୍ରତିଶତ ବୃଦ୍ଧି ପାଇଛି। କିନ୍ତୁ ଆଇସିୟୁ ରୋଗୀସଂଖ୍ୟା ହ୍ରାସ ପାଇବାରେ ଲାଗିଛି। ତେବେ ଏହି ପ୍ରଜାତି ପୂର୍ବାପେକ୍ଷା ଅଧିକ ବିପଜ୍ଜନକ ବୋଲି ଏ ପର୍ଯ୍ୟନ୍ତ କୌଣସି ପ୍ରମାଣ ନାହିଁ। କିନ୍ତୁ ଏହି ଲହରରେ ଯେଉଁମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ, ସେମାନେ ବେଶି ଆକ୍ରାନ୍ତ ହୋଇଛନ୍ତି ବୋଲି ଜଣେ ଅଧିକାରୀ କହିଛନ୍ତି।

ସିଙ୍ଗାପୁରକୁ ଦେଖି ଚୀନ୍‌ ଏବଂ ଥାଇଲାଣ୍ଡ ସତର୍କ ହୋଇଯାଇଛନ୍ତି। ଚୀନ୍‌ରେ ରୋଗୀସଂଖ୍ୟା ଦ୍ବିଗୁଣିତ ହୋଇଯାଇଛି। ଲୋକଙ୍କୁ ବୁଷ୍ଟର ଡୋଜ ନେବାକୁ ପରାମର୍ଶ ଦିଆଯାଇଛି। କରୋନା ଲହର ଦ୍ରୁତଗତିରେ ବ୍ୟାବିପାରେ ବୋଲି ଚୀନ୍‌ ପକ୍ଷରୁ କୁହାଯାଇଛି। ଥାଇଲାଣ୍ଡରେ ଦୁଇଟି ଅଲଗା ଅଲଗା ପ୍ରଜାତିର ମାମଲା ବୃଦ୍ଧି ପାଉଛି। ଭାରତରେ ୧୬୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

About The Author: The Sakala